Health Tips- ବିନା କୌଣସି ଔଷଧରେ ବନ୍ଦ ଶିର ଖୋଲିଦେବ, Cholesterol ସଫା କରିଦେବ, ଜୀବେନରେ କେବେ ବି ହେବ ନାହିଁ ହାର୍ଟ ରୋଗ

ନମସ୍କାର ବନ୍ଧୁଗଣ, ହାର୍ଟ ଜନିତ ସମସ୍ୟା ବର୍ତ୍ତମାନ ସମୟରେ ବହୁତ ଦେଖିବା ପାଇଁ ମିଳୁଛି । ତେବେ ଏହି ହାର୍ଟ ସମସ୍ୟା ହେବାର ବହୁତ କାରଣ ରହିଛି । ଯଦି ଆପଣ ସେହି କାରଣ ସବୁ ପ୍ରତି ଧ୍ୟା ଦିଅନ୍ତି ଏବଂ ତାହାକୁ ନିୟନ୍ତ୍ରଣ କରି ରଖିବା ପାଇଁ କିଛି ସୁସ୍ଥ ଖାଦ୍ୟ ଖାଇଥାନ୍ତି ତେବେ ଆପଣଙ୍କ ହାର୍ଟ ଜନିତ ସମସ୍ୟା ଦେଖା ଦେଇନଥାଏ ବା ଦୂର ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ହାର୍ଟ ଆଟାକକୁ ଆପଣଙ୍କୁ କେଉଁ ଖାଦ୍ୟ ବଞ୍ଚାଇବ । ତେବେ ଆସନ୍ତୁ ଜାଣିବା ।

ବେରିଜ: ବ୍ଲାକ ବେରି, ବ୍ଲୁ ବେରି, ଷ୍ଟ୍ରବେରି ଇତ୍ୟାଦି ବେରିଜରେ ଆଣ୍ଟି ଆକ୍ସିଡେଣ୍ଟ ଅଧିକ ମାତ୍ରାରେ ରହିଥାଏ । ଯାହାକୁ ହାର୍ଟର ଶିର ପ୍ରଶିରା ସୁସ୍ଥ ରଖିବା ସହ ନରମ କରିଦେଇଥାଏ ଏବଂ ହାର୍ଟ ଆଟାକ ଭଳି ସମସ୍ୟା ହେବାର ଆଶଙ୍କାକୁ ମଧ୍ୟ ଦୂର କରିଥାଏ । ରାଜମା: ଏହା ଆମ ଶରୀରର ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ । ଏବଂ ଶିରକୁ କୋମଳ କରିବା ସହ ବ୍ଲଡ଼ ପ୍ରେସରକୁ ମଧ୍ୟ କମ କରିବାର କାମ କରିଥାଏ । ଆପଣଙ୍କୁ ସପ୍ତାହକୁ ଥରେ ନିହାତି ରାଜମା ଖାଇବା ଆବଶ୍ୟକ ।

ମାଛ: ସପ୍ତାହକୁ ଆପଣଙ୍କୁ ଦୁଇଥର ମାଛ ଖାଇବା ଉଚିତ । କାରଣ ଏଥିରେ ଓମେଗା 3 ଫ୍ୟାଟି ଏସିଡ ରହିଛି ଯାହାକି ବ୍ଲଡ଼ ଜମା ହେବାକୁ ଅଟକାଇ ଥାଏ । ଏହାଦ୍ୱାରା ଆପଣଙ୍କ ଠାରେ ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ଭଳି ସମସ୍ୟା ଦେଖାସ ଦେଇନଥାଏ । ବିଲାତି: ଆପଣଙ୍କୁ ବିଲାତି ନିୟମିତ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଇନଫ୍ଲାମେସନ କମ ହୋଇଥାଏ । ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ପିଆଜ: ଏହାକୁ ଖାଇବା ଦ୍ଵାରା ଏଥିରେ ଥିବା ନାଇଟ୍ରିକ ଅକସାଇଡ ଆପଣଙ୍କ ଶିରକୁ ଚଉଡା କରିବାରେ ସାହାର୍ଯ୍ୟ କରିଥାଏ । ଏହାଦ୍ୱାରା ଶିର ମଧ୍ୟରେ ସଠିକ ଭାବରେ ରକ୍ତ ପ୍ରବାହ ହୋଇଥାଏ । ଆପଣଙ୍କୁ ପିଆଜକୁ କଞ୍ଚା ଖାଇବା ଦରକାର । ବିଟ: ଏଥିରେ ଥିବା ନାଇଟ୍ରିକ ଅକସାଇଡ ଆପଣଙ୍କ ଶିରକୁ ପ୍ରସାରିତ କରିଥାଏ । ଯାହାଦ୍ୱାରା ଶିର ମଧ୍ୟରେ ବ୍ଲେକେଜ ଥିଲେ ତାହା ଖୋଲି ଯାଇଥାଏ । ତେଣୁ ଆପଣଙ୍କୁ ଏହି ବିଟକୁ ସାଲାଡ ଭାବରେ ଖାଇବା ସହ ଏହାର ଜୁସ ମଧ୍ୟ ପ୍ରସ୍ତୁତ କରି ସେବନ କରିପାରିବେ ।

ସବୁଜ ପରିବା: ଆପଣ ସବୁଜ ପରିବା ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ଅଧିକ ମାତ୍ରାରେ ପୋଟାସିୟମ ମିଳିଥାଏ । ଏହାଦ୍ୱାରା ବ୍ଲକେଜ ହୋଇନଥାଏ ଏବଂ ଶିର ସୁସ୍ଥ ରହିଥାଏ । ଏଥିରେ ମଧ୍ୟ ନାଇଟ୍ରିକ ଅକସାଇଡ ରହିଥାଏ । ଆଉ ଏହା ଆପଣଙ୍କ ଶିରକୁ ପ୍ରସାରିତ କରିବାରେ ସାହାର୍ଯ୍ୟ କରିଥାଏ । ଏହାଦ୍ୱାରା ମଧ୍ୟ ବ୍ଲକେଜ ହୋଇନଥାଏ ।

ଓଡସ: ଆପଣ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟକୁ ଭଲ ରଖିପାରିବେ । ଯାହାଫଳରେ ଆପଣଙ୍କ ଠାରେ ହାର୍ଟ ଜନିତ କୌଣସି ସମସ୍ୟା ଦେଖା ଦେବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *