ଭୃସଙ୍ଗ ପତ୍ରର ଔଷଧୀୟ ଗୁଣ ! ମୂଳରୁ ଭଲ କରିଦିଏ ଏହି ସବୁ ଭୟଙ୍କର ରୋଗ (Curry Leaves Benefits)

ନମସ୍କାର ବନ୍ଧୁଗଣ, ଆପଣ ଖାଦ୍ୟର ସ୍ଵାଦ ବଢାଇବା ପାଇଁ ଆମେ କେତେକ ସାମଗ୍ରୀକୁ ବ୍ୟବହାର କରିଥାଉ । ଯେମିତିକି ଭୃସଙ୍ଗ ପତ୍ର । ଏହି ପତ୍ରର କାର୍ଯ୍ୟ କେବଳ ଖାଦ୍ୟର ସ୍ଵାଦ ବଢାଇବା ନୁହେଁ ବରଂ ଦେହ ପାଇଁ ସ୍ଵାସ୍ଥକର ମଧ୍ୟ । ଏଥିରେ ଥିବା ଔଷଧୀୟ ଗୁଣ ଆମ ଶରୀରକୁ ଅନେକ ପ୍ରକାରର ଫାଇଦା ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଭୃସଙ୍ଗ ପତ୍ରରେ ରହିଥିବା ଔଷଧୀୟ ଗୁଣ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଭୃସଙ୍ଗ ପତ୍ର ଉପଯୋଗୀତା ଜାଣିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ।

ପ୍ରଥମ: ଯଦି ଆପଣଙ୍କ ଓଜନ ବଢିଯାଇଛି ତେବେ ଆପଣ ପ୍ରାକୃତିକ ଉପାୟରେ ନିଜର ଓଜନ କମାଇପରିବେ । ଏଥିରେ ଆପଣଙ୍କୁ ସହାୟତା କରିବ ଭୃସଙ୍ଗ ପତ୍ର । ଏହା ଆପଣଙ୍କ ଶରୀରରେ ଥିବା ସମସ୍ତ ପ୍ରକାର ବିଶୁଦ୍ଧ ପଦାର୍ଥକୁ ବାହାର କରିଦେଇଥାଏ । ଏବଂ ହଜମ ପ୍ରକ୍ରିୟାକୁ ଭଲ କରିଥାଏ । ଆପଣ ନିଜ ଓଜନ କମାଇବା ପାଇଁ ଚାହୁଁଥିଲେ ସକାଳୁ ଉଠି 5 ରୁ 7 ଟା ଚୋବାଇ ଖାଇନିଅନ୍ତୁ ।

ଏହାପରେ ଆପଣ ଏକ ଗ୍ଳାସ ଉଷୁମ ପାଣି ପିଇଦିଅନ୍ତୁ । ଏପରି କରିବାର 15 ରୁ 20 ଦିନରେ ଆପଣ ଓଜନ କମିବାର ଅନୁଭବ କରିବେ । ଦ୍ଵିତୀୟ: ଯଦି ଆପଣଙ୍କ ଠାରେ ବ୍ରଣ ସମସ୍ୟା ରହିଥାଏ ତେବେ ତାହା ମଧ୍ୟ ଦୂର ହେବ । ଭୃସଙ୍ଗ ପତ୍ରରେ ଆଣ୍ଟି ବ୍ୟକ୍ଟେରିୟାଲ ଗୁଣ ରହିଥାଏ ॥ ଯାହା ଚେହେରାରେ ଥିବା ବ୍ୟକ୍ଟେରିଆକୁ ମାରିଦେଇଥାଏ ।

ଆପଣ ହଳଦୀ ଏବଂ ଭୃସଙ୍ଗ ପତ୍ରର ପେଷ୍ଟ ପ୍ରସ୍ତୁତ କରି ଆପଣ ସେହିସବୁ ଜାଗାରେ ପ୍ରସ୍ତୁତ କରନ୍ତୁ ଯେଉଁ ଜାଗାରେ ବ୍ରଣ ହୋଇଛି । ଏହା ଶୁଖିଯିବା ପରେ ଆପଣ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହିଭଳି ଭାବରେ ଆପଣ ନିୟମିତ ସାତ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହା କରିବା ଫଳରେ ଆପଣ ଦେଖିବେ ଆପଣଙ୍କ ମୁହଁରେ ସବୁ ବ୍ରଣ ଦୂର ହୋଇଯିବ ।

ଯଦି ଆପଣ ନିଜ ତ୍ଵଚାକୁ ଉଜ୍ଵଳ ବନାଇବା ପାଇଁ ଚାହୁଁଛନ୍ତି ତେବେ ମୂଲତାନୀ ମାଟି ଏବଂ ଭୃସଙ୍ଗ ପତ୍ରରେ ପେଷ୍ଟ କରି ସେଥିରେ ଗୋଲାପ ଜଳ ଅଳ୍ପ ମିଶାନ୍ତୁ ଏହାପରେ ଆପଣଙ୍କ ମୁହଁରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଆପଣ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ତୃତୀୟ: ଏହା ଡାଇବେଟିସ ନିୟନ୍ତ୍ରଣ କରେ । ପ୍ରତିଦିନ ସକାଳେ କିଛି ଭୃସଙ୍ଗ ପତ୍ର ସେବନ କରିବା ଦ୍ଵାରା ଏହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ ।

ଭୃସଙ୍ଗ ପତ୍ରରେ ଭିଟାମିନ A ରହିଥିବାରୁ ପ୍ରତିଦିନ ଆପଣ କିଛି ଭୃସଙ୍ଗ ପତ୍ର ଖାଇବା ଦ୍ଵାରା ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ବଢାଇଥାଏ । ଥଣ୍ଡା କାସ ହେଉଥିଲେ ଭୃସଙ୍ଗ ପତ୍ରର ପେଷ୍ଟରେ ମହୁ ମିଶାଇ ସେବନ କରିବା ଦ୍ଵାରା ଥଣ୍ଡା କାଶ ଭଲ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *