ଭଗବାନ ଆପଣଙ୍କ ସହ ଅଛନ୍ତି ନା ନାହାଁନ୍ତି କିପରି ଜାଣିବେ ? (Ajira Anuchinta)

ନମସ୍କାର ବନ୍ଧୁଗଣ, ଆମ ସଂସାରରେ ଅଦୃଶ୍ୟ ଭାବରେ ଯଦି କିଛି ସତ ତାହା ହେଉଛନ୍ତି ଭଗବାନ ଏବଂ ତାଙ୍କର ମହିମା । ତାଙ୍କୁ ଆଜି ଯାଏ ସଂସାରରେ କେହି ବି ଦେଖିନାହାନ୍ତି କିନ୍ତୁ ତାଙ୍କ ସହ ସମସ୍ତେ ଯୋଡି ହୋଇ ନିଜର ସୁଖ ଦୁଃଖ ବାଣ୍ଟିଥାନ୍ତି । ଏହାରି ଭିତରେ ଯେତେବେଳେ ଜଣେ ମଣିଷ ବହୁତ ଅଧିକ ଦୁଃଖ ପାଇଥାଏ ତାକୁ ଲାଗିଥାଏ ଭଗବାନ ହୁଏତ ତା ଗୁହାରି ଶୁଣୁନାହାନ୍ତି କିମ୍ବା ତା ପାଖରେ ନାହାନ୍ତି ।

ତେବେ ଆପଣ କିଭଳି ଭାବରେ ଜାଣିବେ ଭଗବାନ ଆପଣଙ୍କ ସହିତ ସୁଖ ଦୁଃଖରେ ଅଛନ୍ତି କି ନାହିଁ ତାହା ଆସନ୍ତୁ ଜାଣିବା । 1- ଆପଣଙ୍କ ସହ ଭଗବାନ ଥିଲେ ଆପଣ ଯେଉଁ କାମରେ ବି ହାତ ଦେବେ ସେଥିରେ ବିଫଳ ହେବେ । ଆଉ ଏହା ଆପଣଙ୍କ ସହ ସେବେ ଯାଏ ହେବ ଯେବେ ପର୍ଯ୍ୟନ୍ତ ଆପଣ ନିଜର ସଠିକ ଉଦେଶ୍ୟ ପର୍ଯ୍ୟନ୍ତ ପହଞ୍ଚି ନଥିବେ । ବିଫଳତା ଭଗବାନ ଆପଣଙ୍କୁ ଆପଣଙ୍କ ଜୀବନର ଲକ୍ଷ୍ୟ ପାଖରେ ପହଞ୍ଚାଇବା ପାଇଁ ଦେଇଥାନ୍ତି ।

2- ଯେତେବେଳେ ଆପଣଙ୍କର ନିଜ ଉପରୁ ବିଶ୍ଵାସ ଉଠିଯିବ ସେତେବେଳେ ଭଗବାନ ଆପଣଙ୍କ ପାଖରେ ଥାନ୍ତି । ଯେତେବେଳେ ଭଗବାନ ଆପଣଙ୍କ ପାଖରେ ଥାନ୍ତି ସେତେବେଳେ ଆପଣକ ନିଜ ଲୋକମାନେ ଆପଣଙ୍କ ହାତ ଛାଡିଦିଅନ୍ତି । ଆପଣଙ୍କ ଉପରେ ଭରସା ମଧ୍ୟ କେହି କରନ୍ତି ନାହିଁ ।

3- ଜୀବନରେ ଦୁଃଖ ଯେତେବେଳେ ଚରମ ସୀମାରେ ରହିଥାଏ ସେତେବେଳେ ମଣିଷ ଭଗବାନଙ୍କ ନିକଟତର ହୋଇଥାଏ । ଭଗବାନ ପ୍ରଥମେ ହାରିବା ଶିଖାଇଥାନ୍ତି ଆଉ ପରେ ସୁଦୃଢତା ସହ ଜିତାଇ ଥାନ୍ତି । 4- ଆପଣଙ୍କ ଜୀବନରେ ସବୁ ଆଶା ଇଚ୍ଛା ଭାଙ୍ଗି ଯିବା ପରେ ଆପଣ ନିଜକୁ ଖୋଜିବା ଆରମ୍ଭ କରନ୍ତି ନିଜ ଭିତରେ ।

ନିଜ ଭିତରେ ରହିଥିବା ସବୁ ଦୋଷ ଏବଂ ଦୁର୍ବଳତାକୁ ପରୀକ୍ଷା କରିବା ଆରମ୍ଭ କରନ୍ତି । ଆଉ ଏହି କାରଣ ପାଇଁ ଭଗବାନଙ୍କ କୃପାରୁ ଆପଣ ନିଜ ଭିତରେ ଭଲ ପରିବର୍ତ୍ତନ ଆଣିଥାନ୍ତି । ଏହାପରେ ଯାଇ ଆମେ ଭଗବାନଙ୍କ ତରଫରୁ ମିଳୁଥିବା ସଙ୍କେତକୁ ବୁଝିପାରିବା । 5-  ମଣିଷ ସୁଖ ଦୁଃଖ ଏହିସବୁକୁ ସମାନ ଭାବରେ ଦେଖିଥାଏ । ହାରିବା ଏବଂ ଜିତିବା ଏହି ଦୁଇଟି କଥା ଆଉ ମଣିଷକୁ ପ୍ରଭାବିତ କରିନଥାଏ । ମଣିଷର ଏହି ପର୍ଯ୍ୟାୟରେ ସୁଖ ଦୁଃଖ ସମାନ ଲାଗିଥାଏ।

6- ସଂଘର୍ଷ ପୂର୍ଣ ଜୀବନ ଭିତରେ ଶେଷରେ ଭଗବାନ ମଣିଷର ବୁଦ୍ଧି ଏବଂ ବିଶ୍ଵାସକୁ ପରୀକ୍ଷା କରନ୍ତି । ସେହି ସମୟରୁ ମଣିଷକୁ ଅପାର ଦୁଃଖ ଦିଅନ୍ତି କିମ୍ବା ଅପାର ସୁଖ ଦିଅନ୍ତି । ଏପରି କରି ଭାବିବା ପାଇଁ ବାଧ୍ୟ କରିଦିଅନ୍ତି କି ଭଗବାନଙ୍କର କୌଣସି ଅସ୍ତିତ୍ଵ ନାହିଁ । ଏଭଳି ହେବା ପରେ ମଧ୍ୟ ଯଦି ମଣିଷ ନିଜର ବିଶ୍ଵାସ ଭଗବାନଙ୍କ ଉପରେ ବନାଇ ରଖେ ତେବେ ଭଗବାନ ଶେଷରେ ଯେକୌଣସି ରୂପରେ ହେଉ ପଛେ ତାଙ୍କ ପାଖରେ ଛାଇଭଳି ରୁହନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *