Navratri 2023: ନବରାତ୍ରି ଏହାକୁ ଘରକୁ ଆଣିବା ପାଇଁ ଜମା ବି ଭୁଲନ୍ତୁ ନାହିଁ, ଜନ୍ମ ଜନ୍ମାନ୍ତର ର ଦରିଦ୍ରତା ଦୂର ହୋଇଯାଏ !

ନମସ୍କାର ବନ୍ଧୁଗଣ, ନବରାତ୍ର ସମୟରେ ମା ଦୂର୍ଗାଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ । ଜୀବନରେ ରହିଥିବା ସବୁ ଦୁଃଖ କଷ୍ଟ ମାତା ଧରାପୃଷ୍ଠକୁ ଆସିଥିବା ସମୟରେ ତାଙ୍କୁ ପ୍ରସନ୍ନ କରି କରନ୍ତୁ ଦୂର । ଏହିବର୍ଷ ନବ ରାତ୍ରି ୨୨ ମାର୍ଚ୍ଚ ବୁଧବାର ଠାରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ଶେଷ ହେବ । ତେବେ ଆପଣ ଆସୁଥିବା ନବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଦ୍ଵାରା ଆପଣ ଜୀବନରେ ଥିବା ଟଙ୍କାର ଅଭାବ ଦୂର ହେବ ଆଉ ପ୍ରାପ୍ତ ହେବ ଧନ ସମ୍ପତ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା ।

୧- ନବ ରାତ୍ରି ସମୟରେ ମାତା ଦୂର୍ଗାଙ୍କୁ ଆପଣ ଷୋଳ ଶିଂଗାର ଅର୍ପଣ କରନ୍ତୁ । ଏହି ଷୋଳ ଶିଂଗାର ମଧ୍ୟରେ ଲାଲ ଚୂନରୀ, ଚୁଡି, ଅଣ୍ଟା ବିଛା, ପାଉଁଜି, ମଙ୍ଗଳ ସୂତ୍ର, ସିନ୍ଦୁର, ବିନ୍ଦି, ନେଲପଲିସ ଇତ୍ୟାଦି ଦେବା ଆବଶ୍ୟକ । ୨-  ନବରାତ୍ରି ସମୟରେ ଆପଣଙ୍କ ଘରକୁ ସୁନା କିମ୍ବା ଚାନ୍ଦିର ମୁଦ୍ରା ଆପଣଙ୍କ ଘରକୁ ଆଣିବା ବହୁତ ଶୁଭ ହୋଇଥାଏ ।

ମୁଦ୍ରାକୁ ଆଣି ଆପଣ ମା ଦୂର୍ଗାଙ୍କ ପାଖରେ ଆପଣଙ୍କ ଘର ଠାକୁର ଘରେ ରଖନ୍ତୁ । ଏବଂ ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଆପଣ ଏହି ମୁଦ୍ରାର ମଧ୍ୟ ପୂଜା କରନ୍ତୁ । ନବରାତ୍ରି ପରେ ଆପଣ ଏହି ମୁଦ୍ରାକୁ ଆପଣଙ୍କ ତିଜୋରି ଭିତରେ ରଖିବା ଉଚିତ । ୩- ନବରାତ୍ରି ସମୟରେ ପଦ୍ମଫୁଲ ଘରକୁ ଆଣିବା ମଧ୍ୟ ବହୁତ ଅଧିକ ଶୁଭ ହୋଇଥାଏ । ନବରାତ୍ରି ସମୟରେ ପଦ୍ମଫୁଲ ଆଣି ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଦ୍ଵାରା ଘରକୁ ଧନ ସମ୍ପତ୍ତିର ଆଗମନ ହୋଇଥାଏ ।

୪- ଯଦି ଆପଣଙ୍କୁ ପଦ୍ମଫୁଲ ନ ମିଳେ ତେବେ ଆପଣ ପଦ୍ମଫୁଲ ଅଙ୍କା ଯାଇଥିବା ଏକ ଫଟୋ କିମ୍ବା ଚିତ୍ର ଆଣି ଘରର ଉତ୍ତର ଦିଗରେ  ଲଗାଇପାରିବେ । ୫-  ନବରାତ୍ରି ସମୟରେ ଦକ୍ଷିଣମୁଖୀ ଶଙ୍ଖ ଆଣି ଘରେ ସ୍ଥାପିତ କରିବା ବହୁତ ଅଧିକ ଶୁଭ କାରକ ମାନଯାଏ । ଏହି ଶଙ୍ଖକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ । ତ୍ତେନୁ ତାଙ୍କ କୃପାରୁ ଧନର ଅଭାବ ଆଉ ହୋଇନଥାଏ ।

୬- ନବରାତ୍ରି ସମୟରେ ମା ଦୂର୍ଗାଙ୍କ ପୂଜାରେ କଉଡିର ବ୍ୟବହାର ନିହାତି ଭାବରେ କରିବା ଉଚିତ । କଉଡି ଆପଣଙ୍କ ଘରକୁ ଧନ ଆଗମନ କରିବା ପାଇଁ ଆକର୍ଷିତ କରିଥାଏ । ନବରାତ୍ରି ସମୟରେ ୭ଟି କଉଡି ଆଣନ୍ତୁ । ସେଥିରେ ହଳଦୀ ଲଗାନ୍ତୁ । ଏବଂ ସେହି କଉଡିକୁ ମା ଦୂର୍ଗାଙ୍କ ପାଖରେ ରଖି ଦିଅନ୍ତୁ ।

୭- ଆପଣ ଏହି ନବରାତ୍ରି ସମୟରେ ମନ୍ଦାର ଫୁଲ ଅର୍ପଣ କରିବା ଦ୍ଵାରା ମାତା ଦୂର୍ଗା ବହୁତ ପ୍ରସନ୍ନ ହୁଅନ୍ତି । କାରଣ ଏହିଫୁଲ ତାଙ୍କର ଅତି ପ୍ରିୟ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *