Health Tips- କିଡନୀ ଖରାପ ହେଲେ କେଉଁଠି କଷ୍ଟ ହୋଇଥାଏ ? ସମୟ ଥାଇ ଜାଣି ପାରିଲେ ବଞ୍ଚିଯାଏ ଜୀବନ

ନମସ୍କାର ବନ୍ଧୁଗଣ, ଆମ ଶରୀରର ଅଭ୍ୟନ୍ତରୀଣ ଅଙ୍ଗ  ଭିତରେ କିଡନୀ ହେଉଛି ଏକ ଗୁରୁତ୍ଵପୂର୍ଣ ଅଙ୍ଗ । ପ୍ରତ୍ୟକ ମଣିଷ ଶରୀରରେ ଦୁଇଟି କିଡନୀ ବା ଯକୃତ ରହିଥାଏ । ତେବେ ଯଦି ଆମ ଶରୀରର କିଡନୀ ଖରାପ ହୋଇଯାଏ ତେବେ ଆପଣଙ୍କୁ କେଉଁଠି କଷ୍ଟ ଅନୁଭୂତ ହୋଇଥାଏ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ହାତରେ ସମୟ ଥାଉ ଥାଉ ଲକ୍ଷଣ ଗୁଡିକୁ ଚିହ୍ନି ଚିକିତ୍ସା କରିବା ଦ୍ଵାରା ଜୀବନ ବଞ୍ଚି ଯାଇଥାଏ ନଚେତ ଜୀବନ ପ୍ରତି ବିପଦ ଆସିପାରେ । ତେବେ ଆସନ୍ତୁ ଜାଣିବା ।

କିଡନୀ ୟୁରିଆ, କ୍ରିୟାଟିନୀନ ଭଳି ଅଦରକାରୀ ପଦାର୍ଥକୁ ରକ୍ତରୁ ପରିଷ୍କାର କରିବାର କାର୍ଯ୍ୟ କରିଥାଏ । ଏବଂ ପରିସ୍ରାର ତିଆରି ମଧ୍ୟ ଏହି କିଡନୀ ସହୟାତରେ ହିଁ ହୋଇଥାଏ । ସୁସ୍ଥ ରହିବା ପାଇଁ ଦୁଇଟି ଯାକ କିଡନୀ ସୁସ୍ଥ ରହିବା ନିହାତି ଆବଶ୍ୟକ । କିଡନୀ ଖରାପ ହେବା ଫଳରେ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଥକାପଣ ଅନୁଭବ ହୋଇଥାଏ । ଆପଣଙ୍କ ଛାତିରେ କଷ୍ଟ ମଧ୍ୟ ଅନୁଭବ ହୋଇଥାଏ ।

ଏହାସହିତ ହୃଦୟର ଧକ ଧକ ହେବାରେ ମଧ୍ୟ ଅନିୟମତା ଦେଖା ଯାଇଥାଏ ସମୟ ଅନୁଯାୟୀ ଠିକ ଭାବରେ ଧକ ଧକ ହୋଇନଥାଏ । ଏହିସବୁ କିଡନୀ ଖରାପ ହେବାର ଏକ ସାଧାରଣ ଲକ୍ଷଣ ହୋଇଥାଏ । କିଡନୀ ଖରାପ ହେବା ପରେ ସର୍ବ ପ୍ରଥମେ ଛାତିରେ କଷ୍ଟ ଅନୁଭବ ହୋଇଥାଏ । କିଡନୀ ଖରାପ ହେବା ଫଳରେ ହାର୍ଟକୁ ଢାଙ୍କି ରଖୁଥିବା ପରଦା ପେରିକାଡିୟମରେ ସୁଜନ ଆସିଥାଏ ।

ଏହାଫଳରେ ହାର୍ଟରେ କଷ୍ଟ ଅନୁଭୂତ ହେବାକୁ ଲାଗିଥାଏ । କିଡନୀ ଖରାପ ହେବାର ପ୍ରଭାବ ମାଂସପେଶୀ ଉପରେ ପଡିଥାଏ । ତରଳ ପଦାର୍ଥ, ଇଲେକ୍ଟ୍ରୋଲାଇଟସ ସନ୍ତୁଳନର ବାହାରକୁ ଆସିଯାଇଥାଏ । ଏହାଫଳରେ ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ଏହି କାରଣ ହେତୁ ଆପଣଙ୍କୁ ମାଂସପେଶୀରେ କଷ୍ଟ ଅନୁଭୂତ ହୋଇପାରେ ।

କିଡନୀ ଖରାପ ହେବାର ପ୍ରଭାବ ସର୍ବ ପ୍ରଥମେ ଆପଣଙ୍କ ପିଠି ଉପରେ ପଡିଥାଏ । ଯେତେବେଳେ ଆପଣଙ୍କ କିଡନୀ ଠିକ ଭାବରେ କାମ କରିନଥାଏ ସେତେବେଳେ ପରିସ୍ରା ମଧ୍ୟ ଉତ୍ପାଦନ ହୋଇପାରେ ନାହିଁ ଶରୀରରେ । ଏଥିପାଇଁ ଆପଣଙ୍କୁ ପିଠିରେ କଷ୍ଟ ଅନୁଭବ ହୋଇଥାଏ ଲମ୍ବା ସମୟ ଧରି । ଯଦି ଅଧିକ ସମୟ ଧରି ଏହି କଷ୍ଟ ଲାଗିରହେ ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।

କିଡନୀ ଖରାପ ହେବା ଫଳରେ ପେଟର ତଳ ଭାଗରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ । ଆପଣଙ୍କ ପାଦରେ କଷ୍ଟ ହୋଇଥାଏ । କିଡନୀ ଖରାପ ହେବା ଫଳରେ ଶରୀରରେ ଲୁଣ ଜମା ହେବାକୁ ଲାଗିଥାଏ । ଏହାଦ୍ବାରା ପାଦ ଏବଂ ଗୋଇଠିରେ ସୁଜନ ଆସିଥାଏ ଯାହାଫାଳରେ କଷ୍ଟ ହୋଇଥାଏ । ଏକ ସପ୍ତାହରୁ ଅଧିକ ଶରୀରରେ ଏହିସବୁ କଷ୍ଟ ରହିଲେ ନିହାତି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *