ଭଗବାନଙ୍କ ପୂଜାରେ ନଡିଆ ଖରାପ ବାହାରିବାର ଅର୍ଥ କ’ ଣ ? ଶୁଭ ନା ଅଶୁଭ ? ଜାଣନ୍ତୁ କଣ କୁହେ ଶାସ୍ତ୍ର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେମାନେ ସମସ୍ତେ  ଭଗବାନଙ୍କୁ ନିଷ୍ଟାର ସହ ପୂଜା କରିଥାଉ । ଏହା ସହିତ ଭଗବାନଙ୍କୁ ଆମେ ଫୁଲଫଳ ଓ ନୈବେଦ୍ୟ ଦେଇଥାଉ । ପୂଜାରେ ପ୍ରାୟତଃ ସମୟରେ ଆମେ ନଡିଆକୁ ପ୍ରସାଦ ରୂପରେ ଭଗବାନଙ୍କ ପାଖରେ ଚଢାଇଥାଉ । ପ୍ରତ୍ଯେକଟି ଶୁଭ କାର୍ଯ୍ୟରେ ନଡିଆର ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଆପଣମାନେ କ’ ଣ ଜାଣିଛନ୍ତି । ପୂଜା ସମୟରେ ଯଦି ନଡିଆ ଖରାପ ପଡିଥାଏ । ତେବେ ଏହା ଶୁଭ ନା ଅଶୁଭ ହୋଇଥାଏ ।

ଏହି ନଡିଆ ସମ୍ପର୍କିତ ତଥ୍ୟ ବିଷୟରେ ଆପଣମାନେ ଆଜି ଜାଣିବାକୁ ପାଇବେ । ଶାସ୍ତ୍ରରେ ନଡିଆକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ରୂପେ ବିଚାର କରାଯାଇଥାଏ । ପ୍ରତ୍ଯେକ କାର୍ଯ୍ୟରେ ନଡିଆକୁ ବ୍ୟବହାର କରିବା ଦ୍ଵାରା ଆମର କାର୍ଯ୍ୟ ଶୁଭ ହୋଇଥାଏ । ଯେକୌଣସି ପୂଜା କାର୍ଯ୍ୟରେ ନଡିଆ ବ୍ୟବହାର ନକରିବା ଦ୍ଵାରା ପୂଜା କାର୍ଯ୍ୟ ଅସଂପୂର୍ଣ୍ଣ  ହୋଇଥାଏ ।

ପୂଜାରେ ନଡିଆର ବ୍ୟବହାର କରିବା ସମୟରେ ନଡିଆ ଭାଙ୍ଗିଲା ପରେ ଆମେ ଜାଣିବାକୁ ପାଇଥାଉ । ବେଳେବେଳେ ନଡିଆ ଶୁଖିଲା, ପଚା  କିମ୍ବା ଖରାପ ପଡିଥାଏ । ଏହାକୁ ଦେଖି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଆସିଥାଏ । ନଡିଆ ଖରାପ ପଡିବା ଆମକୁ କେଉଁ ସୂଚନା ଦେଇଥାଏ । ଏହା ଶୁଭ ନା ଅଶୁଭ ହୋଇଥାଏ । ଲୋକମାନେ ନଡିଆର ଉପରକୁ ଦେଖି ଭିତର କଥା ଜାଣି ପାରିନଥାନ୍ତି ।

ନଡିଆ ଭିତର କିପରି ହୋଇଥିବ । ବହୁତ ଲୋକମାନେ ନଡିଆ ଭିତର ଖରାପ ଦେଖି ଏହା ଅଶୁଭ ବୋଲି କହିଥାନ୍ତି କିନ୍ତୁ ନଡିଆ ଭିତର ଖରାପ ପଡିବା ଏହା ଏକ ଶୁଭ ସଂକେତ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ପୂଜା ସମୟରେ ଯଦି ନଡିଆ ଖରାପ ବାହାରେ । ତେବେ ଆପଣମାନେ ଜାଣି ରଖନ୍ତୁ । ଆପଣଙ୍କର ଭୋଗ ଭଗବାନ ଗ୍ରହଣ କରିଛନ୍ତି । ତେଣୁ ଖରାପ ନଡିଆ ଦେଖି ମନ ଖରାପ କରନ୍ତୁ ନାହିଁ ବଂର ଖୁସି ହୁଅନ୍ତୁ ।

ପୂଜାରେ ଖରାପ ନଡିଆ ପଡିବାର ଅର୍ଥ ହେଉଛି ବହୁତ ଶୀଘ୍ର ଆପଣଙ୍କର ମନସ୍କାମନା ପ୍ରଭୁ ପୂରଣ କରିବା ପାଇଁ ଯାଉଛନ୍ତି । ଯଦି ଆପଣ ପୂଜା କରୁଥିବା ସମୟରେ ନଡିଆ ଭିତର ଖରାପ ବାହାରିବାର ଦେଖନ୍ତି । ତେବେ ଏଥି ପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ଉପରେ ଭଗବାନ  ପ୍ରସନ୍ନ ହୋଇଛନ୍ତି । ଆପଣଙ୍କର ଖୁସିର ସମୟ ବହୁତ ଶୀଘ୍ର ଆସିବା ପାଇଁ ଯାଉଛି ।

ଯଦି ନଡିଆ ଭଲ ପଡିଥାଏ । ତେବେ ସେହି ନଡିଆକୁ ପ୍ରସାଦ ରୂପରେ ସେବନ କରନ୍ତୁ ଓ ଅନ୍ୟଙ୍କୁ ମଧ୍ୟ ପ୍ରସାଦ ଖାଇବା ପାଇଁ ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରନ୍ତୁ । ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବରେ ଜଣାନ୍ତୁ ଓ ଏହି ପୋଷ୍ଟକୁ ଅନ୍ୟ ସହିତ ଶେୟାର  କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *