Hair Care Tips- ଏହା କେବଳ ସେଇ ଗୋଟିଏ ଜିନିଷ ଯାହା ଆପଣଙ୍କ ଚନ୍ଦା ମୁଣ୍ଡରେ ବି କେଶ ଉଠେଇବ, ଜାଣନ୍ତୁ ଏହାକୁ କିପରି କରିବେ ପ୍ରସ୍ତୁତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ହେଉଛି ଉଭୟ ପୁରୁଷ ଓ ନାରୀଙ୍କର ସୁନ୍ଦରତାର ଅନ୍ୟତମ ବୈଶିଷ୍ଟ । ତେଣୁ ସମସ୍ତେ ଏହି ସୁନ୍ଦରତାକୁ ବଜାୟ କରି ରଖିବାକୁ ଚାହିଁଥାନ୍ତି । ଯଦି ଆପଣ  ମାନେ ନିଜର ହେୟାର ଫଲ ଭଳି ସମସ୍ଯାକୁ ନେଇ ଅଧିକ ଚିନ୍ତିତ ରହୁଛନ୍ତି । କେଶ ଜନିତ ବିଭିନ୍ନ ସମସ୍ଯା ପାଇଁ ଅଧିକ ମାତ୍ରାରେ ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି । ତେବେ ନିହାତି ଏହି ତେଲକୁ ପ୍ରସ୍ତୁତ କରି ନିଜ କେଶରେ ଲଗାନ୍ତୁ ।

ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ମନ୍ଦାର ଫୁଲର ଆବଶ୍ୟକତା ରହିଛି । ମନ୍ଦାର ଫୁଲ କେଶ ପାଖକୁ ଠିକ ଭାବରେ ବ୍ଲଡ଼ ସରକୁଲେସନ କରାଇଥାଏ। କେଶର ମୂଳରେ ଯଦି କିଛି ଇନଫେକସନ ହୋଇଥାଏ । ତାହାକୁ ଦୂର କରିଥାଏ । ଏହା ସହିତ କେଶର ଝଡିବାକୁ କମାଇବା ସହିତ ମୁଣ୍ଡରେ ନୂତନ କେଶ ଉଠାଇବାରେ ସାହାଜ୍ଯ କରିଥାଏ ।

ଏହି ରେମିଡି ପାଇଁ ପ୍ରଥମେ ଏକ ତଳ ଥିବା ମୋଟା କଢେଇରେ ୧୦୦ ଗ୍ରାମ ନଡିଆ ତେଲକୁ ଢାଳନ୍ତୁ । ନଡିଆ ତେଲ ପରିବର୍ତ୍ତେ ଯେଉଁ ତେଲ ଆପଣ ବ୍ୟବହାର କରୁଥିବେ । ସେହି ତେଲକୁ ମଧ୍ୟ ନେଇପାରିବେ । ତାପରେ ସେହି ତେଲରେ ୪ ରୁ ୫ ଟି ମନ୍ଦାର ଫୁଲକୁ ମିଶାନ୍ତୁ । ସେହି ତେଲକୁ ୭ ରୁ ୮ ମିନିଟ ଗରମ ହେବା ପାଇଁ ଛାଡି ଦିଅନ୍ତୁ ।

ଗ୍ଯାସକୁ ଧିମା ଆଞ୍ଚରେ ରଖି ତେଲକୁ ଗରମ କରନ୍ତୁ । ତେଲ ଗରମ ହୋଇସାରିଲା ପରେ ଗ୍ଯାସକୁ ବନ୍ଦ କରି କିଛି ସମୟ ପର୍ଯ୍ୟନ୍ତ ତେଲରେ ଫୁଲକୁ ରହିବା ପାଇଁ ଛାଡି ଦିଅନ୍ତୁ । ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ତେଲରେ ମନ୍ଦାର ଫୁଲକୁ ରଖିବା ଦ୍ଵାରା ଫୁଲରେ ଥିବା ସମସ୍ତ ପୋଷକ ତତ୍ଵ ତେଲ ମଧ୍ୟକୁ ଚାଲି ଆସିବ ।

ତାପରେ ଯେତେବେଳେ ଏହି ତେଲକୁ ନିଜ କେଶରେ ପ୍ରୟୋଗ କରିବେ । ତେବେ ଯାଇ ତେଲର ଫାଇଦା ବିଷୟରେ ଜାଣିପାରିବେ । ତାପରେ ତେଲ କିଛି ସମୟ କଢେଇରେ ରଖିବା ପରେ ଏକ ଛଣା ସାହାଜ୍ଯରେ ତେଲକୁ ଏକ ବୋତଲ ବା ଡବାରେ ପୁରାଇ ଷ୍ଟୋର କରନ୍ତୁ । ସେହି ତେଲ ସେହିପରି ଭାବରେ ବୋତଲରେ ଷ୍ଟୋର ହୋଇ ରହିବ ।

ତେଲକୁ ରାତିରେ ଶୋଇବା ପୂର୍ବରୁ କେଶର ମୂଳ ତଥା ସଂପୂର୍ଣ୍ଣ କେଶରେ ଭଲରେ ଲଗାଇ ଦେବେ କିମ୍ବା ସକାଳୁ ସକାଳୁ ଏହି ତେଲକୁ ଲଗାଇ ୨ ରୁ ୩ ଘଣ୍ଟା ପରେ କେଶକୁ ସାମ୍ପୁ ସହାୟତାରେ ସଫା କରିଦେବେ । ଯେତେବେଳେ ଏହି ତେଲକୁ ଲଗାଇବେ । ପାତ୍ରରେ ପାଣି ଗରମ କରି ସେହି ଗରମ ପାଣି ଉପରେ ଏକ ପାତ୍ରରେ ଏହି ତେଲକୁ ରଖି ଅଳ୍ପ ଉଷୁମ ଗରମ କରି ତେଲକୁ କେଶରେ ଲଗାଇବେ ।

କିଛି ସପ୍ତାହରେ କେଶରେ ଏହି ତେଲର ଉପକାରୀତା ଦେଖିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *