କେତେ ବି ପୁରୁଣା ମୋଟାପା ହେଉ ପଛେ, Belly Fat, ଅଣ୍ଟା ଓ ଜଙ୍ଘ ର ଚର୍ବି କୁ ଲହୁଣୀ ଭଳି ତରଳେଇ ଦେବ, କରନ୍ତୁ ଏହି ଉପାୟ- Health Tips

ଆଜିକାଲି ମୋଟାପଣ ଏକ ବଡ ସମସ୍ଯା । ଅନିୟମିତ ଜୀବନ ଶୈଳୀ ଓ ଖାଦ୍ଯପେୟ ଯୋଗୁଁ ମୋଟାପଣ ଅଧିକ ସଂଖ୍ୟକ ଲୋକଙ୍କ ଠାରେ ଦେଖା ଯାଉଛି । ଯାହା ଫଳରେ ଶରୀରରେ ଆହୁରି ଅନେକ ପ୍ରକର ରୋଗ ମଧ୍ୟ ଦେଖା ଦେଉଛି ।

ଏ ସବୁର ମୁଖ୍ୟ କାରଣ ହେଉଛି ଆପଣଙ୍କ ମେଟାବୋଲିଜିମ । ମେଟାବୋଲିଜିମ ଠିକ ନ ରହିଲେ ଖାଦ୍ଯ ଠିକ ସମୟରେ ହଜମ ନ ହେଲେ ତାହା ଚର୍ବି ଆକାରରେ ଶରୀରରେ ଜମା ହୋଇଯାଏ । ଯଦି ଆପଣ ମଧ୍ୟ ମୋଟାପଣ କମ କରିବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପଚାର ଦ୍ଵାରା ଆପଣ ସଫଳ ହୋଇ ପାରିବେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଅଧାରୁ ଟିକେ ଅଧିକ ଚାମୁଚ ଲେଖାଏଁ ଅଳସି ମଞ୍ଜି ବା ଫ୍ଲାକ୍ସ ସିଡ୍ସ, ପାନ ମାଧୁରୀ, ଅଜୱାଇନ ଓ ଜୀରା ନେଇ ଏକ ତାୱାରେ ହାଲୁକା ଭାବେ ଭାଜି ନିଅନ୍ତୁ ଓ ଏହାକୁ ଏକ ହେମଦସ୍ତାରେ ଭଲ ଭାବେ କୁଟି ପାଉଡର ବନେଇ ଦିଅନ୍ତୁ । ପ୍ରତିଦିନ ସକାଳୁ ଖାଲି ପେଟରେ ଏକ ଗ୍ଳାସ ପାଣି ଗରମ କରି ସେଥିରେ ଏହି ମିଶ୍ରଣରୁ ଅଧା ଚାମୁଚ ଓ ଫାଳେ ଲେମ୍ବୁ ମିଶାନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ନାହିଁ ତେବେ ସେଥିରେ ଏକ ବା ଅଧା ଚାମୁଚ ମହୁ ମଧ୍ୟ ମିଶାଇ ପାରିବେ ।

ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ । ମାତ୍ର ଏହି ମିଶ୍ରଣ ସେବନ କରିବା ସହ ଆପଣଙ୍କୁ ପ୍ରତିଦିନ ବ୍ୟାୟାମ, ଯୋଗ, ପ୍ରାଣାୟମ ଆଦି ମଧ୍ୟ କରିବା ଆବଶ୍ୟକ ରହିଛି । ବିଶେଷ କରି କପାଳଭାତି ଓ ଅନୁଲୋମ ବିଲୋମ ଆଦି ପ୍ରାଣାୟମ ମୋଟପଣ ଶୀଘ୍ର କମ କରିବାରେ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଏହା ବ୍ଯତୀତ ଆପଣ ଚାଳନ୍ତୁ, ଦୌଡନ୍ତୁ କିମ୍ବା ମନ ପସନ୍ଦର କୌଣସି ଖେଳ ମଧ୍ୟ ଖେଳନ୍ତୁ । ଆପଣଙ୍କ ଶରୀରରୁ ଯେତେ ଝାଳ ବୋହିବ ତହ ସେତେ ଆପଣଙ୍କ ପାଇଁ ଭଲ ।

ଏହା ସହ ଆପଣ ନିଜ ଖାଦ୍ଯ ପେୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଆବଶ୍ୟକ ରହିଛି । ନଚେତ ଏହି ଉପଚାର ସଠିକ ଭାବେ କାର୍ଯ୍ୟ କରିବା ନାହିଁ । ଅଧିକ ତୈଳ ଓ ଚର୍ବିଯୁକ୍ତ ଖାଦ୍ଯ ଖାଇବା ବନ୍ଦ କରି ଦିଅନ୍ତୁ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଓ ପନିପରିବା, ଫଳ ଓ ଡ୍ରାଏ ଫୃଟସ ଖାଆନ୍ତୁ । ଏହା ସହ ଆପଣ ଖାଇବା ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ । ଖାଦ୍ଯ ଖାଇବାର ଏକ ରୁ ଦେଢ ଘଣ୍ଟା ମଧ୍ୟରେ ପାଣି ନିଅନ୍ତୁ ଓ ଏକାଥରେ ଢକ ଢକ କରି ପାଣି ପିଅନ୍ତୁ ନାହିଁ । ଏହା ଦ୍ଵାରା ଆମ ପେଟରେ ଥିବା ଏନଜାଇମସ୍ ମରି ଯାଆନ୍ତି । ଆରମରେ ରହି ରହି ପାଣି ପିଅନ୍ତୁ ।

ଶେଷରେ ଆଉ ଗୋଟିଏ ଛୋଟ ଟିପ୍ସ ଦେଉଛୁ । ଆପଣ ସକାଳୁ ଉଠି ଗୋଟିଏ ଅଶ୍ଵଗନ୍ଧା ପତ୍ର ଯଦି କେବଳ ଚୋବାଇ ଖାଇ ପାଣି ପିଇବେ ତେବ ମଧ୍ୟ ଆପଣଙ୍କ ମୋଟପଣ ଶୀଘ୍ର କମିଯିବ ଓ ଆପଣ ସୁନ୍ଦର ଦେଖାଯିବା ସହ ସୁସ୍ଥ ମଧ୍ୟ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *