ପବିତ୍ର ଶ୍ରାବଣ ମାସ ଭାଗବାନ ଶିବଙ୍କୁ ସମର୍ପିତ ଅଟେ । ଶିବ ଭକ୍ତମାନେ ବଡ ଆଗ୍ରହର ସହ ଏହି ମାସର ଅପେକ୍ଷା କରୁଥାନ୍ତି । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ସରିବ ଓ ଏଥର ଶ୍ରାବଣ ମାସରେ ସମୁଦାୟ ଚାରୋଟି ସୋମବାର ପଡୁଛି ।
ଶିବ ଭକ୍ତ ମାନେ ଏହି ମାସ ପ୍ରତି ସୋମବାର ଶିବଙ୍କ ପୂଜାର୍ଚ୍ଚନା କରନ୍ତି ଓ ଭଗବାନ ମଧ୍ୟ ତାଙ୍କ ଭକ୍ତଙ୍କ ଉଆପରେ କୃପା ବର୍ଷା କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ଶ୍ରବଣ ମାସରେ ବ୍ରତ ବିଧି କିପରି କରିବେ ଓ କଣ ସବୁ କରିବେ ନାହିଁ । ଶ୍ରାବଣ ମାସ ପ୍ରତି ସୋମବାର ସକାଳୁ ଶୀଘ୍ର ଉଠି ସ୍ନାନ କରି ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ଓ ଏହା ସହ ମତ ପାର୍ବତୀ ଓ ଶିବଙ୍କ ବାହନ ନନ୍ଦିଙ୍କୁ ମଧ୍ୟ ଗଙ୍ଗାଜଳ କିମ୍ବା ଦୁଗ୍ଶ ଅର୍ପଣ କରନ୍ତୁ । ମାତ୍ର ଭୁଲରେ ମଧ୍ୟ ଶିବ ଲିଙ୍ଗ ଉପରେ ତୁଳସୀ ପତ୍ର ଚଢାନ୍ତୁ ନାହିଁ, ନଚେତ ବିପରୀତ ଫଳ ଭୋଗ କରିବେ ।
ପଞ୍ଚାମୃତରେ ରୁଦ୍ରାଭିଷେକ କରନ୍ତୁ ଓ କେବଳ ବେଲ ପତ୍ର ହିଁ ଶିବଙ୍କୁ ଅର୍ପଣା କରନ୍ତୁ । ଶିବ ଲିଙ୍ଗରେ ଭଙ୍ଗ, ଚନ୍ଦନ ଓ ଚାଉଳ ମଧ୍ୟ ଚଢାଇ ସମସ୍ତଙ୍କୁ ତିଳକ ଲଗାନ୍ତୁ । ପ୍ରସାଦ ରୂପେ ଶିବଙ୍କୁ ଘିଅ ଓ ଚିନିରେ ପ୍ରସ୍ତୁତ ଭୋଗ ଲଗାନ୍ତୁ ଓ ଧୂପ ଦେଇ ଭଗବାନ ଗଣେଶଙ୍କ ଆରତୀ ମଧ୍ୟ କରନ୍ତୁ ଓ ଶେଷରେ ଶିବଙ୍କ ଆରତୀ କରି ପ୍ରସାଦ ବାଣ୍ଟନ୍ତୁ । ପବିତ୍ର ଶ୍ରାବଣ ମାସରେ ସକାଳୁ ଶୀଘ୍ର ଉଠନ୍ତୁ ନଚେତ ଶିବ ରୁଷ୍ଟ ହୋଇଯିବେ ।
ଶ୍ରାବଣ ମାସରେ ସବୁଜ ପନିପରିବା ଦୂଷିତ ହୋଇଯାଏ ଓ କୀଟ ଲାଗିଯାଏ, ସେଥିପାଇଁ ଭଲ ଭାବେ ଦେଖିକରି ଭୋଜନ କରିବା ଉଚିତ । ଶ୍ରାବଣ ମାସରେ ବାଇଗଣ ଖାଇବା ଉଚିତ ନୁହେଁ, ଏହା ବର୍ଜିତ ଅଟେ । ଏହି ମାସରେ ପତି ପତ୍ନୀ କୌଣସି ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । ଯଦି ଆପଣ ସଂଯମ ରକ୍ଷା ନ କରନ୍ତି ତେବେ ଭଗବାନ ଶିବ ସଦାକାଳ ପାଇଁ ରୁଷ୍ଟ ହୋଇପାରନ୍ତି ।
ଏହି ପବିତ୍ର ମାସରେ ଘରେ କନ୍ଦାକଟା ନ କରି ଖୁସି ରହିଲେ ଭଗବାନ ଶିବ ଖୁବ ପ୍ରସନ୍ନ ହୁଅନ୍ତି ଓ ଆପଣଙ୍କୁ ମାଲାମାଲ ମଧ୍ୟ କରିଦେବେ । ପବିତ୍ର ଶ୍ରାବଣ ମାସରେ ମ-ଦ୍ୟ ଓ ମାଂସ, ପିଆଜ, ରସୁଣ ଆଦି ଭୋଜନ କରିବାରୁ ଦୂରେଇ ରହିବା ଆବଶ୍ୟକ । ଏହି ମାସରେ ଏ ସବୁର ଭୋଜନ କରିବା ପାପ ଅଟେ । ଘରେ ଘୃଣା କାର୍ଯ୍ୟ କରିବା ଉଚିତ ନୁହେଁ ଓ ଘର ସଫା ସୁତୁରା ରଖିବା ନିହାତି ଆବଶ୍ୟକ ଅଟେ । ରାତିରେ ମଧ୍ୟ ଶୀଘ୍ର ନିଦ୍ରା ଯିବା ଉଚିତ ।
ଏହି ମାସରେ ବାଳ, ନଖ ଓ ଦାଢି ଆଦି ମଧ୍ୟ କାଟନ୍ତୁ ନାହିଁ କି କ୍ଷୁର ଲଗାନ୍ତୁ ନାହିଁ । ଏହାଦ୍ବାରା ମଧ୍ୟ ପାପ ଲାଗେ ଓ ଭଗବାନ ଶିବ କ୍ରୋଧିତ ହୋଇଯାନ୍ତି । ଏହି ମାସରେ ଯେତେ ସମ୍ଭବ ମଧୁର ବ୍ୟବହାର କରନ୍ତୁ ଓ ଗରିବ ଏବଂ ପଶୁମାନଙ୍କ ସେବା ମଧ୍ୟ କରନ୍ତୁ । ଏହା ଦ୍ଵାରା ଭଗବାନ ଶିବ ଖୁବ ପ୍ରସନ୍ନ ହୁଅନ୍ତି ଓ ଧନ ବୃଦ୍ଧି ମଧ୍ୟ କରାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।