Krishna Vani- ଯାହା ସହିତ ସବୁବେଳେ ଖରାପ ହେଉଛି ସେ ଏ କଥା ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ , ବ୍ୟକ୍ତି ର ଜୀବନରେ ଯଦି  ସବୁବେଳେ ଖରାପ ହୋଇଥାଏ । ତେବେ ଏହି ପେଜ ଟି ନିଶ୍ଚିତ ଦେଖନ୍ତୁ । ଆମକୁ ନିଜର ଜୀବନରେ ଏମିତି କିଛି ନିୟମ କୁ ରଖିବା ଉଚିତ୍ । ଯଥା ଜୀବନରେ ସବୁବେଳେ ସିଧା କଥା କହିବା  ଏବଂ ସତ୍ୟ କହିବା ଉଚିତ୍ । ଯିଏ ଆପଣଙ୍କର ନିଜର ହୋଇଥାଏ ସେ ବୁଝିଯାଇଥାଏ ଏବଂ ଯିଏ ପର ଥିବା ସେ ଆପଣଙ୍କ ଠାରୁ ଦୂରେଇ ଯିବ । ସମୟ ସବୁବେଳେ ଆମ ସାଥିରେ ଥାଏ , ତାହାର ଭଲ କି ଖରାପ ଏହା ଆମ କର୍ମ ନିର୍ଦ୍ଧରିତ  କରିଥାଏ ।

ସବୁବେଳେ ବଡ ରୁ ବଡ ସ୍ଵପ୍ନ ଦେଖିବା କଥା କାରଣ ଜହ୍ନ କୁ ପାଇଁ ପାରିବ ନାହିଁ ହେଲେ ଆକାଶ ଯାଏ ପହଞ୍ଚି ତ ପାରିବ । ଦିନ ଖରାପ ଥିଲେ ମଧ୍ୟ ବିଶ୍ଵାସ ରଖନ୍ତୁ କାରଣ ଡେରି ହେଲେ ମଧ୍ୟ ସବୁ କିଛି ମିଳିଥାଏ । ରାତ୍ରି ପରେ ଡେରି ହେଲେ ମଧ୍ୟ ପ୍ରଭାତ ଆସିଥାଏ ଏବଂ ତାହା  ସହିତ ଆଲୁଅକୁ ନେଇକି ଆସିଥାଏ । ସର୍ବଦା ମନେ ରଖନ୍ତୁ କି ରାଗିବା ଛାଡି ଦିଅନ୍ତୁ , କାରଣ ରାଗ ମନରେ ପାପ ସୃଷ୍ଟି କରିଥାଏ ।

ମାତ୍ର ଲୁହ ଚୁପ ଚାପ ଆତ୍ମା ରୁ  ବାହାରି ହୃଦୟ କୁ ନିର୍ମଳ କରିଦିଏ । ଆସନ୍ତୁ ଏକ କାହାଣୀ ମାଧ୍ୟମ ରେ କିଛି ବିଷୟ ଜାଣିବା । ଏହା ଗୋଟେ ସମୟ ର କଥା ଜଣେ ଧନୀ ବ୍ୟକ୍ତି ଥିଲେ , ସେ ଭଗବାନ ଶ୍ରୀ କୃଷ୍ଣ ଙ୍କ ର ବହୁତ ବଡ ଭକ୍ତ ଥିଲେ ଥରେ ସେ ଧନୀ ବ୍ୟକ୍ତି ଭୁଲିବା ପାଇଁ ନିଜର ଡଙ୍ଗା ନେଇ ସମୁଦ୍ର କୁଳ ଗଲେ । ସେ ବୁଲୁ ବୁଲୁ ସମୁଦ୍ର ର ବହୁତ ଭିତର କୁ ଗଲେ ଏବଂ ହଠାତ ତାଙ୍କ ଡଙ୍ଗା ରେ ପାଣି ପଶିଗଲା ସେ ନିଜ କୁ ବଞ୍ଚାଇବା ପାଇଁ ସମୁଦ୍ର କୁ ଡେଇ ପଡିଲେ , ଏହା ପରେ ସେ ଯାଇ ଗୋଟେ ଅଜଣା ଟାପୁ ରେ ଯାଇ ଲାଗିଲେ ।

ତାଙ୍କୁ ଯେବେ ହୋସ୍ ଆସିଲା ତେବେ ତାଙ୍କୁ ଏକ କୁଡିଆ ଘର ଦେଖା ଗଲା । ସେ ଯାଇ ସେ କୁଡିଆ ଘରେ ଭିତରେ ବିଶ୍ରାମ କରିଥିବା ସମୟରେ ହଠାତ  ଜୋର ପ୍ରଳୟ ହୋଇ ବିଜୁଳି  ଆସି  ସେ କୁଡିଆ ଘରେ ନିଆ ଲାଗିଗଲା । ସେ ଧନୀ ବ୍ୟକ୍ତିଟି ନିଜର ମନରେ ଭାବିଲା କି ଭଗବାନ ମୋ ସହିତ କାହିଁକି ଏତେ ଖରାପ କରୁଛନ୍ତି ।

ଭଗବାନ କାହିଁକି ଦୁଇ ଥର ମତେ ମୃତ୍ୟୁ ର ପାଖ ରେ ଯାଇ ପକେଇଲେ , ଠିକ ସେହି ସମୟରେ ବହୁତ ଦୂର ରେ ଏକ ବୋଟ ଯାଉଥିଲା ସେ ସେହି ନିଆ କୁ ଦେଖି ବ୍ୟକ୍ତି ଥିବେ ବୋଲି ଭାବି ଆସିଲା ଏବଂ ଧନୀ ବ୍ୟକ୍ତି କୁ ନେଇ ତାହର ଘରେ ଛାଡିଲା । ଏହି କାହାଣୀ ରୁ ଆମେ ଜାଣିଲୁ ଯେ ଭଗବାନ ଯାହା କରନ୍ତି ପ୍ରାଣିର ମଙ୍ଗଳ ପାଇଁ କରନ୍ତି । ଅନେକ ସମୟରେ ଆମ ସମୟ ଖରାପ ଲାଗୁଥାଏ ,ମାତ୍ର ତାହା ଆମ ମଙ୍ଗଳ ପାଇଁ ହୋଇଥାଏ ।

ତେଣୁ ଆପଣ ଜୀବନରେ ଖରାପ ସମୟ ଆସିଥାଏ ତେବେ ବିଶ୍ଵାସ କରନ୍ତୁ ତାହା ଆପଣଙ୍କ ଭଲ ପାଇଁ ଭଗବାନ କରିଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *