95% ପାଠ ମନେ ରଖିବାର କୌଶଳ ଶିଖନ୍ତୁ, କଣ କଲେ ସବୁ ପାଠ ମନେ ରହିବ (Smart study Tips)

ନମସ୍କାର ବନ୍ଧୁଗଣ , ବ୍ୟକ୍ତି ପାଇଁ ଶିକ୍ଷା ଏକ ମୌଳିକ ବିଷୟବସ୍ତୁ ଅଟେ । ଶିକ୍ଷା ମଣିଷକୁ ତାହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାତ୍ର ଅନେକ ସମୟରେ ଆମେ ପାଠ କୁ ଯେତେ ପଢିଲେ ମଧ୍ୟ ତାହା ମନେ ରହିନଥାଏ । ଆମେ ପାଠ କୁ ପଢିଥାଉ , ଗଧ ଭଳି ଘୋଷି ଥାଉ କିନ୍ତୁ ସଠିକ ସମୟରେ ତାହା ମନେ ରହିନଥାଏ । ତେଣୁ ଶ୍ରେଣୀରେ ଯେଉଁ ପିଲା ଭଲ ପାଠ ପଢିଥାଏ , ତାକୁ ଦେଖି ଆମେ ଭାବିନେଇଥାଉ ।

ଯେ ସେ ପିଲା ଜ୍ଞାନୀ ତାହା ଠାରୁ ଜ୍ଞାନୀ କେହି ନାହିଁ । ଜଗତରେ ଏମିତି କୋଣସି ପିଲା ନାହିଁ ଯିଏ ଜନ୍ମରୁ ଜ୍ଞାନୀ ହେଇକି ଜନ୍ମ ହେଇଛି । ମାତ୍ର ସେମାନେ ପାଠରେ ହାର୍ଡ ୱର୍କ କରନ୍ତି , କିନ୍ତୁ ପାଠ ସଠିକ କୌଶଳ ଜାଣି ପଢନ୍ତି । ତେଣୁ ସେମାନେ ଅଳ୍ପ ପାଢୀ ପାଠ ମନେ ରଖିଥାନ୍ତି । ତେଣୁ ସବୁ ବେଳେ କଠିନ ପରିଶ୍ରମ ନ କରି ବେଳେ ବେଳେ ପାଠ ର ସହଜ କୌଶଳ କୁ ବ୍ୟବହାର କରି ପାଠ କୁ ପଢିବା ଦ୍ଵାରା ଆମେ ମଧ୍ୟ ଜଳଦି ପାଠକୁ ମନେ ରଖିପାରୁ ।

ଆପଣଙ୍କୁ ଏକ ଉଦାହରଣ ଦେବାକୁ ଚାହେଁ ପାଠ ସ୍ତରରେ ବିଶେଷ ବିଜ୍ଞାନିକ ଆଲବାର୍ଟ ଆଇନଷ୍ଟେନ୍ ଯିଏ କି ଦିନକୁ ଦଶ ଘଣ୍ଟା ଶୋଊଥିଲେ ଏବଂ ଅଳ୍ପ ସମୟ ପାଠ ପଢୁଥିଲେ , କିନ୍ତୁ ସେ କିପରି ଏତେ ଗୁଡାଏ ଜିନିଷ କୁ ଆବିଷ୍କାର କରିପାରିଲେ । କାରଣ ସେ ନିଜର ମସ୍ତିସ୍କକୁ ଆରମ ଦେଉଥିଲେ ଏବଂ ପାଠ କୁ ବୁଜି ପଢୁଥିଲେ । ଆଜି ଆମେ ଜାଣିବା ତିନୋଟି ଉପାୟ ଦ୍ଵାରା ସ୍ମାର୍ଟ ୱର୍କ କରି ଆମେ ପାଠ କୁ ସହଜରେ ମନେ ରଖିପାରିବା ।

1- ଆମେ କୋଣସି ଜିନିଷ କୁ ଅଧିକ ପରିମାଣରେ ଖାଇଥାଉ ତେବେ ଆମ ସେ ଜିନିଷକୁ ଆଇ ଥରେ ଖାଇବାକୁ ଇଛା ହୋଇନଥାଏ । କାରଣ ଗୋଟିଏ ଜିନିଷକୁ ଦିନ ସାରା ବା ବାରମ୍ବାର ଖାଇବାର ମନ ହୋଇନଥାଏ , ତେଣୁ ଯଦି ଆମେ ପାଠ କୁ ମଧ୍ୟ ଦିନ ସାରା ପଢିଥାଉ ତେବେ ତାହା ଆମ ପାଇଁ ପିତା ହୋଇଯାଏ । ସେଥିପାଇ ପାଠ ପଢିବାର ସମୟ ରଖିବେ ଏବଂ ନିଜର ମାନସିକ ଶକ୍ତି  କୁ ବୃଦ୍ଧି କରିବେ ।

ଯାହା ଫଳରେ ପାଠ ମନେ ରହିବ ତେଣୁ ପାଠ ପଢା ପରେ କିଛି ସମୟ ବିଶ୍ରାମ କରିବା ଉଚିତ୍ । 2- ପାଠ ପଢିବାର ସମୟ ନିଦାରିତ ହେଲା ପରେ ସମୟ ଦେଖି ପାଠku  ଅସଂପୂର୍ଣ୍ଣ ଛାଡି ଉଠିବା ଠିକ୍ ହୋଇନଥାଏ । କାରଣ ଅସମ୍ପୂର୍ଣ୍ଣ ପାଠ କେବେ ମନେ ରହିନଥାଏ ମାତ୍ର ସଂପୂର୍ଣ୍ଣ ପାଠ ସବୁ ଦିନ ପାଇଁ ମନେ  ରହେ । 3- ଆପଣ ଯଦି କୋଣସି ବିଷୟ କୁ ପଢୁଛନ୍ତି ତେବେ ସେହି ବିଷୟ ର କିଛି ମୁଖ୍ୟ ଧାଡି କୁ ଲେଖି ମନେ ରଖନ୍ତୁ ।

ଏହା ଦ୍ଵାରା ଆପଣ  ସଂପୂର୍ଣ୍ଣ ବିଷୟବସ୍ତୁ କୁ ବର୍ଣ୍ଣନା କରିପାରିବେ । ଯଦି ଆପଣ ଏହି ତିନୋଟି ଉପାୟ ରେ ପାଠ କୁ ପଢନ୍ତି ତେବେ ବହୁତ ଶୀଘ୍ର ଆପଣ ଶିକ୍ଷାରେ ସଫଳତା ପାଇବେ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *