କଣ ଆପଣ Vitamin E କ୍ୟାପସୁଲ ଖାଆନ୍ତି ବା ଚେହେରାରେ ଲଗାନ୍ତି ? ତେବେ ନିଶ୍ଚୟ ଥରେ ପଢି ନିଅନ୍ତୁ ଏହି ଖବର- Health Tips

ବନ୍ଧୁଗଣ, ଭିଟାମିନ ଆମ ଶରୀର ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ । ଏହା ଆମ ଶରୀରକୁ ସ୍ଵସ୍ଥ ବନାଇ ରଖିବାରେ ସାହାର୍ଯ୍ୟ କରିଥାଏ । କହିବାକୁ ଗଲେ ସମସ୍ତ ପ୍ରକାରର ଭିଟାମିନ ଆମ ଶରୀର ନିମନ୍ତେ ଜରୁରୀ ହୋଇଥାଏ ।

ମାତ୍ର ଭିଟାମିନ-E ଆମ ଶରୀର ନିମନ୍ତେ ଏମାନଙ୍କ ମଧ୍ୟରୁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଆପଣ ମାନେ ଭିଟାମିନ-E ସମ୍ବନ୍ଧରେ ତ ଜାଣିଥିବେ, ଏବଂ ବହୁତ ଜାଗାରେ ଏହା ସମ୍ବନ୍ଧରେ ପଢିଥିବେ । ଏହା ଆମ୍ଭ ସ୍ୱାସ୍ଥ୍ୟ ସହିତ ଆମ୍ଭ ସୌନ୍ଦର୍ଜ୍ୟ ନିମନ୍ତେ ମଧ୍ୟ ବହୁତ ଜରୁରୀ ହୋଇଥାଏ । ଭିଟାମିନ-E ଆମକୁ ତେଲ, ଫଳ, ତଥା ଡ୍ରାଏଫୁଟ ମାନଙ୍କ ଠାରୁ ମିଳିଥାଏ । ଏହା ବ୍ୟତୀତ ଏହା ସୋୟାବିନ, ପାଳଙ୍ଗ ଶାଗ, ଏଲୋଭେରା, ବାଦାମ ଆଦିରେ ଭରପୁର ମାତ୍ରାରେ ମିଳିଥାଏ ।

ଭିଟାମିନ-E ରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ହୋଇଥାଏ । ଯାହା ବଢୁଥିବା ବୟସ ର ଦାଗ କୁ ଦୂର କରି ଆମ୍ଭକୁ ସର୍ବଦା ଯବାନ ବନାଇ ରଖିବାରେ ସହାୟତା କରିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ, ଯଦି ଆପଣ ପ୍ରତିଦିନ ୨ ଟି କ୍ୟାପସୁଲ ଭିଟାମିନ-E ର ସେବନ କରୁଛନ୍ତି ତେବେ ସେଥିରୁ ଆପଣଙ୍କୁ କେଉଁ କେଉଁ ଫାଇଦା ମିଳୁଅଛି ?

୧- ଏହା ତ୍ଵଚା ର ରୋଗ କୁ ଦୂର କରିଥାଏ । ପାଣି ର ଅଭାବ ହେତୁ ଆମ ମାନଙ୍କ ଶରୀରରେ ତ୍ଵଚା ସମ୍ବନ୍ଧିତ ଅନେକ ରୋଗ ହୋଇଯାଇଥାଏ । ଏଭଳି ପରିସ୍ଥିତି ରେ ଯଦି ଆମ୍ଭେ ପ୍ରତିଦିନ ଭିଟାମିନ-E ର ସେବନ କରିଥାଉ ତେବେ ଏହା ଆମ ଶରୀରରେ ପାଣି ର ଅଭାବ କୁ ଦୂର କରିଥାଏ । ଏହା ସହିତ ତ୍ଵଚା ସମ୍ବନ୍ଧିତ ସମସ୍ତ ପ୍ରକାରର ରୋଗ କୁ ସମାପ୍ତ କରିବାର କାର୍ଯ୍ୟ କରିଥାଏ । ଯଦି ଆପଣ ମାନଙ୍କୁ ତ୍ଵଚା ସମ୍ବନ୍ଧିତ କୌଣସି ପ୍ରକାରର ସମସ୍ୟା ହେଉଅଛି ତେବେ ଆପଣ ପ୍ରତିଦିନ ୨ ଟି କ୍ୟାପସୁଲ ଭିଟାମିନ-E ର ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ତ୍ଵଚା ସମ୍ବନ୍ଧିତ ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ ।

୨- ଶରୀରରେ ଭିଟାମିନ-E ଅଭାବରୁ କେଶ ସମସ୍ୟା ଦେଖାଯାଇଥାଏ । ଭିଟାମିନ-E ଅଭାବରୁ ଆମ୍ଭ କେଶ ଝଡିବାରେ ଲାଗିଥାଏ । ଏଭଳି ସ୍ଥିତିରେ ଯଦି ଆମ୍ଭେ ଭିଟାମିନ-E ର ସେବନ କରିଥାଉ ତେବେ ଆମର କେଶ ସମସ୍ୟା ହୋଇନଥାଏ । ଏଣୁ ପ୍ରତିଦିନ ୨ ଟି ଭିଟାମିନ-E ଥିବା କ୍ୟାପସୁଲ ସେବନ କରିବା ଉଚିତ ।

୩- ଭିଟାମିନ-E ଆମକୁ ମାନସିକ ରୋଗରୁ ମଧ୍ୟ ବଞ୍ଚାଇ ରଖିଥାଏ । ଯଦି ଆମ ଶରୀରରେ କୌଣସି କାରଣ ବଷଟ ଭିଟାମିନ-E ର ଅଭାବ ହେବାକୁ ଲାଗେ ତେବେ, ଆମ୍ଭର ମାନସିକ ରୋଗ ହେବାର ସମ୍ଭାବନା ବଢିବାକୁ ଲାଗିଥାଏ । ଏହିଭଳି ପରିସ୍ଥିତି ରେ ଯଦି ଆମ୍ଭେ ୨ ଟି କ୍ୟାପସୁଲ ଭିଟାମିନ-E ର ସେବନ କରିଥାଉ ତେବେ ଆମ ଶରୀରରେ ଭିଟାମିନ-E ର ଅଭାବ ହୋଇନଥାଏ ।

ଏହା ଫଳରେ ଆମ ଶରୀର ମାନସିକ ରୋଗରୁ ବଞ୍ଚି ରହିଥାଏ । ଏଥି ନିମନ୍ତେ ମାନସିକ ରୋଗ ଥିବା ରୋଗୀ ଙ୍କୁ ଡାକ୍ତର ମଧ୍ୟ ଭିଟାମିନ-E ର ସେବନ ନିମନ୍ତେ ପରାମର୍ଶ ଦେଇଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *