Health Tips- କଣ Joint ହାଡରୁ ଆସୁଛି କଟ-କଟ ଆବାଜ, ତ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ

ବନ୍ଧୁଗଣ, ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମାନ ଦେଖାଯାଇଥାଏ । ଅଧିକାଂଶ ସମୟରେ ଆମେ ଅନୁଭବ କରିଥାଉ ଯେ, ଆମ ଆଣ୍ଠୁ ଗଣ୍ଠି ରୁ କଟ କଟ ଆବାଜ ଆସିଥାଏ । ବସା ଉଠା କରିବାରେ କଷ୍ଟ ଅନୁଭବ ହୋଇଥାଏ ।

ଯଦି ଆପଣ କେଉଁଠାରେ ବସନ୍ତି ତଥା ଉଠନ୍ତି ଅଥବା ଅନ୍ୟ କେଉଁ ଜାଗାକୁ ଚାଲି ଚାଲି ଜାଆନ୍ତି ତେବେ ଏହିଭଳି ଆବାଜ ଆପଣଙ୍କ ଆଣ୍ଠୁ ଗଣ୍ଠି କରିଥାଏ । ଏହାକୁ ମେଡିକାଲ ଭାଷାରେ ରାପିଟସ କୁହାଯାଏ । ମାତ୍ର ଏଭଳି କେଉଁ କାରଣ ନିମନ୍ତେ ହୋଇଥାଏ ? ଆଣ୍ଠୁ ଗଣ୍ଠିରୁ ଏଭଳି ଆବାଜ କଣ ପାଇଁ ନିର୍ଗତ ହୋଇଥାଏ ? ଆଜି ଆମ୍ଭେ ଆପଣଙ୍କୁ ଆଣ୍ଠୁଗଣ୍ଠି ସମ୍ବନ୍ଧରେ ବିଶେଷ ଟିପ୍ପଣୀ ଦେବାକୁ ଯାଉଅଛୁ । ଆସନ୍ତୁ ବର୍ତ୍ତମାନ ଜାଣିନେବା ଯେ କେଉଁ ଜିନିଷ ଖାଇବା ଦ୍ଵାରା ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବା ।

ଆମ ଆଣ୍ଠୁ ଗଣ୍ଠି ରେ ଲ୍ୟୁବରିକେଣ୍ଟ ନାମକ ଏକ ଦ୍ରବ୍ୟ ରହିଅଛି । ଏବଂ ସେଥିରେ ପବନ ଭରିଯାଇଥାଏ । ଏହି ବବଲ୍ସ ରେ ଯେତେବେଳେ ପବନ ଭରିଥାଏ ତାହା ଫୁଟିବାକୁ ଲାଗିଥାଏ । ଏଥିପାଇଁ ଜରୁରୀ ଯେ ଯଦି ଆପଣ ଏହି ୩ ଟି ଜିନିଷ ନିଜ ଡାଏଟ ରେ ପ୍ରୟୋଗ କରନ୍ତି ତେବେ କଟକଟ ଭଳି ଆବାଜ ବନ୍ଦ ହୋଇଯିବ । ଯଦି ଏହିଭଳି ଆବାଜ ଆପଣଙ୍କ ଆଣ୍ଠୁଗଣ୍ଠିରୁ ଆସିବା ଏବଂ ଏଭଳି ପବନ ଯଦି ଭାରି ରହିବ ତେବେ ଆଗକୁ ଯାଇ ଏହା ଅର୍ଥରେଟିସ ର କାରଣ ହୋଇପାରିବ ।

୧- ମେଥିଦାନା;- ଯେଉଁ ମାନଙ୍କ ଆଣ୍ଠୁ ଗଣ୍ଠି ରେ ଏଭଳି ଆବାଜ ବାହାରିଥାଏ ସେମାନଙ୍କ ନିମନ୍ତେ ମେଥିଦାନା ସବୁଠାରୁ ଉତ୍ତମ ଉପାୟ ଅଟେ । ଏଥିରେ ଅନେକ ଔଷଧୀୟ ଗୁଣ ରହିଅଛି । ଏହା ଏଣ୍ଟିଆକ୍ସିଡେଣ୍ଟ ରେ ଭରପୁର ହୋଇଥାଏ । ରାତିରେ ଆପଣ ନିଜ ବୟସ ଅନୁଯାୟୀ ଦାନା ପାଣିରେ ଭିଯାଇ ଦିଅନ୍ତୁ । ଏହାପରେ ସକାଳେ ଏହାକୁ ଗରମ କରି ଛାଣି ମେଥି ପାଣି କୁ ସେବନ କରନ୍ତୁ । ଏହାପରେ ଯେଉଁ ମେଥିଦାନା ବଞ୍ଚିଥିବ ତାହାକୁ ଚବାଇ ଚବାଇ ଖାଇ ନିଅନ୍ତୁ ।

୨- କ୍ଷୀର;- ଆପଣ ନିରିଦିନ କ୍ଷୀର ଅବଶ୍ୟ ସେବନ କରନ୍ତୁ । ଏହାଦ୍ଵାରା କ୍ୟାଲସିୟମ ର କମିପୂରଣ ହୋଇଯିବ । ଏଥିରେ ଯଦି ଆପଣ ଅଧ ଚାମଚ ହଳଦୀ ମିଶାଇ ସେବନ କରିବେ ତେବେ ଏହା ଅତ୍ୟନ୍ତ ଲାଭ ଦାୟକ ହେବ ।

୩- ଭଜା ଚଣା ଏବଂ ଗୁଡ;- ଏହାକୁ ଖାଇବା ଦ୍ଵାରା ଆମ୍ଭ ଗୋଦା ରୁ ଆବାଜ ଆସିବା ବନ୍ଦ ହୋଇଯିବ । ଆମ ଶରୀରରେ କାର୍ବୋହାଇଡ୍ରେଡ, ପ୍ରୋଟିନ, କ୍ୟାଲସିୟମ, ଆଇରନ ଏବଂ ଭିଟାମିନ ର ଯେଉଁ ଅଭାବ ରହିଥିବ ତାହା ମଧ୍ୟ ପୂରଣ ହୋଇଯିବ । ବନ୍ଧୁଗଣ ଏହି ୩ ଟି ଜିନିଷ ଆପଣ ପ୍ରୟୋଗ କରନ୍ତି ତେବେ ଆପଣଙ୍କର ଆଣ୍ଠୁ ଗଣ୍ଠି ରୁ କଟକଟ ଭଳି ଆବାଜ ବନ୍ଦ ହୋଇଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *