Gita Vani- ମଣିଷ ବର୍ବାଦ ହେବା ପଛରେ ଥାଏ ଏହି 3 ଟି କାରଣ, ବେଳ ଥାଇ ହୁଅନ୍ତୁ ସାବଧାନ !

ବନ୍ଧୁଗଣ, ସମାଜର ଯେତେକ ଅପରାଧୀ ଙ୍କୁ ଆପଣ ମାନେ ଜେଲରେ ବନ୍ଦୀ ଭାବରେ ଦେଖୁଛନ୍ତି ସେମାନେ ସମସ୍ତେ ଏହି ୩ ଟି କାରଣ ନିମନ୍ତେ ଜେଲରେ ବନ୍ଦୀ ଭାବରେ ଦେଖିବାକୁ ମିଳୁଛନ୍ତି । ଆଜି ଆମ୍ଭେ ଏକ କାହାଣୀ ମାଧ୍ୟମରେ ଏହି ୩ ଟି କାରଣ କୁ ଆପଣ ମାନଙ୍କୁ ବୁଝାଇବାକୁ ଯାଉଅଛୁ ।

ଆସନ୍ତୁ ତେବେ ଜାଣିବା ତାହା କଣ ଅଟେ ? ଭଗବାନ ଶ୍ରୀ କୃଷ୍ଣ ସ୍ଵୟଙ୍ଗ କହିଛନ୍ତି ଯେ, ବିନାଶ ଆପଣଙ୍କର ଅପେକ୍ଷା କରୁଅଛି । ପ୍ରାଚୀନ କାଳରେ ଏକ ଉତ୍ତମ ପରିବାରରେ ଏକ ଶିଶୁଟିର ଜନ୍ମ ହେଲା ଖୁବ କମ ବୟସରେ ତାକୁ ରାଜପରିବାର ର ସମସ୍ତ ସୁଖ-ସୁବିଧା ଠାରୁ ଅନେକ ଦୂରକୁ ଅର୍ଥାତ ଗୁରୁକୂଳ କୁ ପଠା ଦିଆଗଲା । ଗୁରୁକୂଳ ରେ ସେହି ବିଦ୍ୟାର୍ଥୀ ଜଣକ ସବୁଠାରୁ ବୁଦ୍ଧିମାନ ଥିଲା । ସେ ବେଦ ତଥା ଶାସ୍ତ୍ର ର ଅଧ୍ୟୟନ କରିଲା ।

ଗୁରୁକୂଳ ରେ ତାହାର ଶିକ୍ଷା ପୂର୍ଣ୍ଣ ହିଁ ହୋଇନଥିଲା ଅପର ପାର୍ଶ୍ଵରେ ତାହାର ମାତା ପିତା ଭାଇ ଭଉଣୀ ସମସ୍ତେ ପ୍ରାକୃତିକ ବିପର୍ଯ୍ୟୟ ରେ ମୃ-ତ୍ୟୁ ବରଣ କରିଲେ । ଶିକ୍ଷା ଗ୍ରହଣ କରିସାରିବା ପରେ ସେହି ପିଲାଟି ପ୍ରଣୟ ନେଲା ଯେ, ତାହାର ସମସ୍ତ ଜୀବନ ଲୋକ ମାନଙ୍କର ଭଲମନ୍ଦ ବୁଝିବାରେ ବ୍ୟତୀତ କରିବ । ଏହାପରେ ସେ ସନ୍ୟାସ ନେଇଗଲା । ସେ ସମସ୍ତ ମହତ୍ଵଆକାଂକ୍ଷା ତ୍ୟାଗ କରି ସେ ସାଂସାରିକ ଜୀବନ କୂ ତ୍ୟାଗ କରି ସନ୍ୟାସୀ ଜୀବନ ରେ ଧ୍ୟାନ ଲଗାଇବା ନିମନ୍ତେ ହିମାଳୟ ର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଲା ।

ସେଠାରେ ସେ ଲମ୍ବା ସମୟ ଧରି ତପସ୍ୟା କରିଲା । ଏହାପରେ ନିଜର ମସ୍ତିସ୍କ ମଧ୍ୟରେ ଥିବା ବୁଦ୍ଧି କୁ ବିକଶିତ କରିଲା । ନିଜ ଜୀବନରେ ବହୁତ ଖୁସି ଥିଲା । ଲୋକେମାନେ ଶିକ୍ଷା ଗ୍ରହଣ କରିବା ନିମନ୍ତେ ସନ୍ୟାସୀ ପାଖକୁ ଆସୁଥିଲେ । ଧୀରେ ଧୀରେ ଏହି ସନ୍ୟାସୀ ର ଚର୍ଚ୍ଚା ପୁରା ନଗରରେ ହେବାକୁ ଲାଗିଲା । ଏହି ସନ୍ୟାସୀ ଜଣକ ବହୁତ ପ୍ରସିଦ୍ଧ ହେବାକୁ ଲାଗିଲେ । ମାତ୍ର ସେହି ରାଜ୍ୟ ର ରାଜା ବହୁତ କ୍ରୂର ସ୍ଵଭାବର ଥିଲା ।

ରାଜା ସନ୍ୟାସୀ ଙ୍କୁ ଦେଖା କରିବା ନିମନ୍ତେ ବାହାରି ପଡିଲେ । ରାଜା ଜଣକ ଏହି ସନ୍ୟାସୀ ଜଣକ ଠାରୁ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ, ଜନକଲ୍ୟାଣ ତଥା ଭଲ ରାସ୍ତାରେ ଚାଲିବାକୁ ପ୍ରଣୟ ନେଲେ । ରାଜା ଚିନ୍ତା କଲେ ଯଦି ଏହି ସନ୍ୟାସୀ ଜଣକ ମତେ କିଛି କ୍ଷଣକରେ ବଦଳି ପାରିଲା ତେବେ ସେ ଯଦି ମୋ ପାଖରେ ରୁହେ ତେବେ ମୋର ସଂପୂର୍ଣ୍ଣ ଜୀବନ ଶୈଳୀ ବଦଳିଯିବ ।

ମୋର ସଂପୂର୍ଣ୍ଣ ଜୀବନ ଧନ୍ୟ ହୋଇଯିବ । ଏହାପରେ ସନ୍ୟାସୀ ଙ୍କୁ ରାଜମହଲ କୁ ଯିବାକୁ କହିଲେ । ସନ୍ୟାସୀ ଜଣକ ରାଜା ଙ୍କ କଥାରେ ମାନିଯାଇ ମହଲ କୁ ଗଲା । ଏହାପରେ ରାଜା ସନ୍ୟାସୀ ଙ୍କୁ ରାଜକୀୟ ଭୋଜନ କରାଇଲେ ।

ଏହାପରେ ସନ୍ୟାସୀ ଜଣକ ଯିବା ପାଇଁ ରାଜା ଙ୍କ ଠାରୁ ଆଜ୍ଞା ମାଗିଲେ । ମାତ୍ର ରାଜା କହିଲେ, ଯେ ଆପଣ ଆମ୍ଭର ବଗିଚାରେ ସବୁବେଳ ପାଇଁ ରହି ପାରିବେ । ଏହାପରେ ସନ୍ୟାସୀ ସେଠାରେ ରହିଲେ ମାତ୍ର ରାଜା କୌଣସି କାର୍ଯ୍ୟ ନିମନ୍ତେ ବାହାରକୁ ଗଲେ ରାଣୀ ଙ୍କୁ କହିଥିଲେ ଯେ, ତୁମ୍ଭେ ସନ୍ୟାସୀ ଙ୍କୁ ସଠିକ ସମୟରେ ଭୋଜନ ଦେବ ।

ମାତ୍ର ରାଣୀ ସ୍ନାନ ନିମନ୍ତେ ଚାଲିଗଲେ ଏବଂ ସନ୍ୟାସୀ ଙ୍କୁ ଭୋଜନ ଦେବାକୁ ଭୁଲିଗଲେ । ଏହାପରେ ସନ୍ୟାସୀ କ୍ରୋଧରେ ମହଲକୁ ପ୍ରବେଶ କରି ରାଣୀ ଙ୍କୁ ସ୍ନାନ କରୁଥିବାର ଦୃଶ୍ୟ ଦେଖିନେଲେ । ଏହାପରେ ରାଜା ଆସିବା ପରେ ସନ୍ୟାସୀ ଜଣକ ରାଜା ଙ୍କୁ କୁହନ୍ତି ଯେ, ମୋତେ ରାଣୀ ଙ୍କର ସୁନ୍ଦରତା ଆକର୍ଷିତ କରିଛି ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ ।

ଏହା କହିବା ମାତ୍ର ରାଜା ରାଣୀ ଙ୍କୁ କହିଲେ ମୁଁ ଜଣେ ଜ୍ଞାନି ପୁରୁଷଙ୍କର ମୃତ୍ୟୁ ର କାରଣ ହେବାକୁ ଚାହୁଁନାହିଁ । ଆପଣ ସନ୍ୟାସୀ ଙ୍କ ସହିତ ଜାଆନ୍ତୁ । ଏହାପରେ ରାଣୀ ସନ୍ୟାସୀ ଙ୍କ ସହିତ କୁଟୀର କୁ ଗଲେ ମାତ୍ର ସେଠାରେ ରାଣୀ ସନ୍ୟାସୀ ଜଣଙ୍କୁ କହିଲେ ମତେ ଗୋଟେ ସୁନ୍ଦର ବାସଗୃହ ଆବଶ୍ୟକ ।

ସନ୍ୟାସୀ ଜଣକ ରାଜା ଙ୍କୁ ଯାଇ ବାସ ଗୃହ କଥା କହିଲେ ରାଜା ଉଭୟଙ୍କୁ ଏକ ବାସଗୃହ ଦେଲେ । ଏହାପରେ ରାଣୀ ସନ୍ୟାସୀ ଙ୍କୁ କୁହନ୍ତି ଯେ, ଆପଣ ଦିନେ ସନ୍ୟାସୀ ଥିଲେ ବର୍ତ୍ତମାନ ଆପଣ ମୋର ଗୁଲାମ । ଏହା ଶୁଣି ସନ୍ୟାସୀ ଜନକଙ୍କ ଆଖି ଖୋଲିଗଲା ସେ ରାଜାଙ୍କୁ ଯାଇ ରାଣୀ ଙ୍କୁ ଅର୍ପଣ କରିଦେଲେ ।

ଏହି କାହାଣୀଟିର ଅର୍ଥ ହେଉଛି ଯେ, ଯେତେବେଳ ପର୍ଯ୍ୟନ୍ତ ସନ୍ୟାସୀ ଜଙ୍ଗଲ ରେ ଥିଲେ ତାଙ୍କୁ ସୁଖ ସୁବିଧା ମିଳୁନଥିଲା ମାତ୍ର ମହଲ କୁ ଆସିବା ପରେ ତାଙ୍କର ସୁଖ ସୁବିଧା କୁ ଦେଇ ଲାଳସା ବୃଦ୍ଧି ହେବାକୁ ଲାଗିଲା । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମନୁଷ୍ୟର କାମନା, କ୍ରୋଧ, ଲୋଭ ଏହି ୩ ଟି ଜିନିଷ ବିନାଶ ର କାରଣ ହୋଇଥାଏ ।

ବନ୍ଧୁଗଣ ଆପଣ ଥରେ ଏହି ବିଷୟ ସମ୍ବନ୍ଧରେ ଚିନ୍ତା କରି ଦେଖନ୍ତୁ ଏହା ଠିକ ନା ନାହିଁ ? ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *