Vastu Shastra- ଘରେ କେଉଁ ଗଛ ଲଗାଇବା ଶୁଭ ଓ କେଉଁ ଗଛ ଲଗାଇବା ଅଶୁଭ ?

ବନ୍ଧୁଗଣ, ବହୁତ ଲୋକ ନିଜ ବାଡ଼ି ବଗିଚାରେ ଗଛ ଲଗାଇବା ପାଇଁ ଭଲ ପାଇଥାନ୍ତି । ଏହି ଗଛ ପ୍ରକୃତି କୁ ସୁନ୍ଦର ବନାଇ ଥାଏ । ତେଣୁ ଏହି ଗଛ ମାନଙ୍କୁ ବହୁତ ପୂଜନୀୟ ବୋଲି ମାନା ଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥ ରେ ବହୁତ ଏଭଳି ଅଛି ଯେଉଁ ଗୁଡ଼ିକ ବହୁତ ଶୁଭ ଗଛ ବୋଲି କୁହାଯାଇଥାଏ । ଏବଂ ଏମିତି କିଛି ଗଛ ବିଷୟରେ ବର୍ଣ୍ଣନା ହୋଇଛି ଯେଉଁ ଗୁଡିକ ଅଶୁଭ ମଧ୍ୟ ମାନା ଯାଇଥାଏ । ତେବେ ଆସନ୍ତୁ ଜାଣିବା ଏମିତି ଗଛ ବିଷୟରେ ଯାହାକୁ ଲଗାଇବା ଘର ପାଇଁ ଶୁଭ କିମ୍ବା ଅଶୁଭ ହୋଇଥାଏ ।

୧- ତୁଳସୀ ଗଛ, ହିନ୍ଦୁ ଧର୍ମରେ ତୁଳସୀ ଗଛ କୁ ଲକ୍ଷ୍ମୀଙ୍କ ରୂପ ବୋଲି ମାନା ଯାଇଥାଏ । ଯେଉଁ ଘରେ ତୁଳସୀ ଗଛର ପୂଜା ଅର୍ଚ୍ଚନା କରାଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁଙ୍କର ସର୍ବଦା କୃପା ଦୃଷ୍ଟି ରହିଥାଏ । ଘରର ନକରାତ୍ମକ ଶକ୍ତି କୁ ଦୂର କରିଥାଏ । ଧ୍ୟାନ ରଖନ୍ତୁ ତୁଳସୀ ଗଛ କୁ କେବେବି ଘରର ଦକ୍ଷିଣ ଦିଗରେ ଲଗାଇବେ ନାହିଁ । ତୁଳସୀ ଗଛକୁ ସର୍ବଦା ଘରର ପୂର୍ବ ଓ ଐଶାନ୍ୟ କୋଣ ରେ ଲଗାଇବା ଉଚିତ ହୋଇଥାଏ ।

୨- ବେଲ ଗଛ, ଭଗବାନ ଶିବଙ୍କ ର ବେଲ ଗଛ ଅତ୍ୟନ୍ତ ପ୍ରିୟ ଅଟେ । ଏହି ଗଛରେ ସ୍ଵୟଂ ଶିବ ନିଜେ ନିବାସ କରିଥାନ୍ତି । ଯେଉଁ ଘରେ ବେଲ ଗଛ ଲଗାଯାଇଥାଏ ସେହି ଘରେ ମା ଲକ୍ଷ୍ମୀ ପିଢ଼ି ପରେ ପିଢ଼ି ବାସ କରୁଥାଆନ୍ତି ଏବଂ ପ୍ରସନ୍ନ ହୋଇଥାନ୍ତି । ବେଲ ଗଛ କୁ ଲଗାଇବା ଦ୍ଵାରା ବଂଶ ବୃଦ୍ଧି ହୋଇଥାଏ । ଏହାକୁ ଓପାଡ଼ିବା ଦ୍ଵାରା ମଣିଷ ଘୋର ପାପ ର ଶିକାର ହୋଇଥାଏ ।

୩- ଅଁଳା ଗଛ, ଘରର ଉତ୍ତର ଦିଗ ଓ ପୂର୍ବ ଦିଗରେ ଅଁଳା ଗଛ ଲଗାଇବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଆପଣଙ୍କ କଷ୍ଟ ରୁ ନିବାରଣ କରିଥାଏ । ଏହି ଗଛକୁ ନିୟମିତ ପୂଜା କରିବା ଦ୍ୱାରା ସମସ୍ତ ପାପ ରୁ କ୍ଷମା ମିଳିଥାଏ । ଧାର୍ମିକ ଦୃଷ୍ଟିରୁ ଅଁଳା ଗଛ ରେ ସବୁ ଦେବୀ ଦେବତା ବାସ କରିଥାନ୍ତି । ଏହା ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଗଛ ଅଟେ । ଅଁଳା ଗଛକୁ ଘରେ ରୋପୋଣ କରି ନିୟମିତ ତାହାର ଯତ୍ନ ନେଲେ ଓ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

୪- ଅଶୋକ ଗଛ, ଅଶୋକ ଗଛ କୁ ହିନ୍ଦୁ ଧର୍ମ ରେ ଶୁଭ ଓ ଲାଭକାରୀ ମାନା ଯାଇଥାଏ । ସବୁ ଧାର୍ମିକ ମାଙ୍ଗଳିକ କାର୍ଯ୍ୟ ରେ ଅଶୋକ ପତ୍ର କୁ ପ୍ରୟୋଗ କରା ଯାଇଥାଏ । ଏହି ଗଛ କୁ ଘରେ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ ଓ ଘରେ କାହାର ମଧ୍ୟ ଅକାଳ ମୃ-ତ୍ୟୁ ହୋଇନଥାଏ ।

୫- ଅରଖ ଗଛ, ବାସ୍ତୁ ଶାସ୍ତ୍ର ଅନୁସାରେ ଏହିଭଳି ଗଛକୁ ଘରେ ଲଗାଇବା ଦ୍ଵାରା ଘରୁ ସୁଖ ଶାନ୍ତି ପଳାଇ ଥାଏ ଓ ଏହା ଅଶୁଭ ହୋଇଥାଏ । କିନ୍ତୁ ଏହି ଗଛକୁ ହଳଦୀ ଚାଉଳ ଓ ଜଳ ଦେଇ ସେବା କରିବା ଉଚିତ । ଏମିତି କରିବା ଦ୍ୱାରା ଘରେ ସୁଖଶାନ୍ତି ଆସିଥାଏ । କୁହାଯାଇଥାଏ ଯେଉଁ ଘରେ ମନକୁ ଅରଖ ଗଛ ଫଳିଥାଏ ସେହି ଗୃହରେ ଗୁପ୍ତ ଧନ ମିଳିଥାଏ କିମ୍ବା ଘରର ମୁଖିଆ ଙ୍କୁ ଆକସ୍ମିକ ଧନର ଲାଭ ହୋଇଥାଏ ।

୬- ମନ୍ଦାର ଗଛ, ଏହି ଗଛ କୁ ଘରର ଯେକୌଣସି ଜାଗାରେ ଆପଣ ଲଗାଇ ପାରିବେ । କାରଣ ଏହି ଗଛ କୁ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ମିଳିବା ନିହାତି ଜରୁରୀ ଅଟେ । ମା ଦୁର୍ଗା ଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଅର୍ପଣ କରିବା ଦ୍ୱାରା ସବୁ ସଙ୍କଟରୁ ମୁକ୍ତି ମିଳିଥାଏ । କୋର୍ଟ ମାମଲା କିମ୍ବା ଧନ ସମ୍ୱନ୍ଧୀୟ ମାମଲା ଥିଲେ ଆପଣ ପ୍ରତିଦିନ ହନୁମାନଙ୍କୁ ମନ୍ଦାର ଫୁଲ ଚଢ଼ାନ୍ତୁ ।

୭- କଦଳୀ ଗଛ, କଦଳୀ ଗଛ କୁ ମଧ୍ୟ ଶାସ୍ତ୍ର ଅନୁସାରେ ଶୁଭ ମାନା ଯାଇଥାଏ । ଘରର ସମସ୍ତ ଧାର୍ମିକ କାର୍ଯ୍ୟରେ କଦଳୀ ପତ୍ରର ବ୍ୟବହାର କରାଯାଇଥାଏ । ଏହି ଗଛକୁ ଘରର ଐଶାନ୍ୟ କୋଣ କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ । ଏହାକୁ ଘରେ ଲଗାଇବା ଦ୍ଵାରା ଘରେ ଧନର ବୃଦ୍ଧି ହୋଇଥାଏ । କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇଲେ ଏହା ଅତ୍ୟନ୍ତ ଶୁଭକାରୀ ହୋଇଥାଏ ।

୮- ବାଉଁଶ ଗଛ, ବାଉଁଶ ଗଛ କୁ ମଧ୍ୟ ହିନ୍ଦୁ ଧର୍ମରେ ଶୁଭ ବୋଲି କୁହାଯାଇଛି । ଏହା ଆପଣଙ୍କ ସଫଳତାକୁ ଅଧିକ ରୁ ଅଧିକ ଉପରକୁ ନେଇ ଯିବାର କ୍ଷମତା ରଖିଥାଏ । ଯଦି ଆପଣ ଅଧିକ ପରିଶ୍ରମ ସତ୍ତ୍ଵେ ସଫଳ ହୋଇପାରୁ ନାହାଁନ୍ତି ତେବେ ଘରେ ଆପଣ ବାଉଁଶ ଗଛ କୁ ଅବଶ୍ୟ ଲଗାନ୍ତୁ । ଏହି ଗଛକୁ ଉନ୍ନତି, ଦୀର୍ଘାୟୁ ଓ ସମୃଦ୍ଧି ର ପ୍ରତୀକ ବୋଲି ମାନା ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *