Health Tips- 3 ଟି ଉପାୟ ! Acidity ସବୁ ଦିନ ପାଇଁ ହେଇଯିବ ଗାୟବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପେଟରେ ଗ୍ଯାସ, ଏସିଡିଟି ଓ ଜ୍ଵଳନ ହେବା ଏହା ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ସାଧାରଣ କଥା ଅଟେ । କାରଣ ଏହି ସମସ୍ଯା ବହୁତ ଲୋକଙ୍କ ଠାରେ ପ୍ରତିଦିନ ସାମ୍ନା କରିବାକୁ ପଡିଥାଏ । ବହୁତ ଲୋକଙ୍କର ଗ୍ଯାସ ହେବା ମାତ୍ରେ କୌଣସି ଏକ ଉପାୟ କରି ବା ପାଣି ପିଇ କିଛି ସମୟ ବିଶ୍ରାମ କରି ରହିଯାଇଥାନ୍ତି । ତାପରେ କିଛି ସମୟ ପରେ ଗ୍ଯାସ ଓ ଏସିଡିଟିରେ ଟିକେ ମୁକ୍ତି ମିଳିଲେ ।

ପୁଣି ଥରେ ସେହି ଖାଦ୍ୟ ଖାଇବାର ଶୈଳୀରେ ଖାଦ୍ୟ ସେବନ କରିବା ସହିତ ନିଜ ଗ୍ଯାସକୁ ବହୁତ ସମୟରେ ଅବହେଳା ହିଁ କରିଦେଇଥାନ୍ତି । ସବୁବେଳେ ଗ୍ଯାସ ଓ ଏସିଡିଟି ମଧ୍ୟ ଶରୀରରେ ବହୁତ ବହୁତ ଗୁଡିଏ ସମସ୍ଯାକୁ ଶରୀରରେ ଜନ୍ମ କରାଇଥାଏ । ତେବେ ଗ୍ଯାସକୁ ନହେବା ପାଇଁ ସବୁବେଳେ ଚେଷ୍ଟା କରିବା ଉଚିତ । ଗ୍ଯାସ ନହେବା ପାଇଁ ନିଜ ଖାଦ୍ୟ ଓ ପାନୀୟ ଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

ଯେପରି ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ ଓ ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ହିଁ ପାଣିକୁ ପିଇବା ଉଚିତ । ଖାଦ୍ୟ ଖାଇବା ସମୟରେ ବା ଖାଦ୍ୟ ଖାଇକି ସଙ୍ଗେ ସଙ୍ଗେ ପାଣି ବିଲକୁଲ ବି ପିଇବା ଅନୁଚିତ। ଏପରି କରିବା ଦ୍ଵାରା ପେଟରେ ଖାଦ୍ୟ ହଜମ ପାଇଁ ଥିବା ଏସିଡର କାର୍ଯ୍ୟ ଦକ୍ଷତା କମିଯାଇଥାଏ । ଯାହା ଦ୍ଵାରା ଠିକ ଭାବରେ ହଜମ ହୋଇପାରିନଥାଏ ।

ସେଥିପାଇଁ ଖାଦ୍ୟ ପେଟରେ ବହୁତ ସମୟ ପଡି ରହି ରହି ଗ୍ଯାସ, ଏସିଡିଟି ଓ ଜ୍ଵଳନ ଭଳି ସମସ୍ଯା ସୃଷ୍ଟି କରିଥାଏ । ଦିତୀୟରେ ୨ ରୁ ୩ ପ୍ରକାର ଶଶ୍ଯ ଜାତୀୟ ଖାଦ୍ୟକୁ ଏକାଠି ସେବନ କରିବା ଅନୁଚିତ । କାରଣ ଏହାକୁ ଶରୀର ହଜମ କରିବାକୁ ବହୁତ ସମୟ ଲଗାଇଥାଏ । ଯାହା ଦ୍ଵାରା ପେଟରେ ଗ୍ଯାସ ସୃଷ୍ଟି ହୋଇଥାଏ ।

ତେଣୁ ଯଦି ଗୋଟିଏ ପାତ୍ରରେ କିଛି ଭାତ ଖାଉଛନ୍ତି ତାହା ସହିତ ୨ ଟି ପାତ୍ର ଭରା ସବୁଜ ପନିପରିବାରୁ ପ୍ରସ୍ତୁତ ଓ ଅଳ୍ପ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଯଦି ୧ ରୁ ୨ ଟି ରୁଟି ଖାଉଛନ୍ତି ତେବେ ତାହା ସହିତ ମଧ୍ୟ ୨ ପାତ୍ର ଭର୍ତ୍ତି ପରିବାରୁ ପ୍ରସ୍ତୁତ ପରିବା ପ୍ରସ୍ତୁତ କୌଣସି ଆଇଟମ ଖାଇପାରିବେ । ତୃତୀୟରେ କେବେ ମଧ୍ୟ ଲଞ୍ଚ ବା ଡିନର ସମୟରେ ରୁଟି କିମ୍ବା ଭାତ ଖାଇସାରିଲା ପରେ ସଙ୍ଗେ ସଙ୍ଗେ ଫଳ ଖାଇବା ଉଚିତ ନୁହେଁ ।

କାରଣ ସେହି ସବୁ ଭାରୀ ଖାଦ୍ୟ ଜହମ ହେବାକୁ ସମୟ ଲାଗିଥାଏ । ଯଦି ସେହି ସମୟରେ ସଙ୍ଗେ ସଙ୍ଗେ ଫଳ ଖାଇଦେବେ । ତେବେ ଶଶ୍ଯ ଜାତୀୟ ଖାଦ୍ୟ ସହିତ ଫଳ ମିଶି ପେଟରେ ଗ୍ଯାସ ସୃଷ୍ଟି କରିଥାଏ । ତେବେ ଏହି ସବୁ ଖାଦ୍ୟ  ଉପରେ ଧ୍ୟାନ ଦେବାକୁ ହେବ । ଏହା ସହିତ ସକାଳୁ ଖାଲି ପେଟରେ ପାଣି କଖାରୁ ଜୁଷ ସେବନ କରିବା ଦ୍ଵାରା ମଧ୍ୟ ପେଟ ସୁସ୍ଥ ରହିବା ସହିତ ସବୁବେଳେ ଗ୍ଯାସ ସମସ୍ଯା ହୋଇନଥାଏ ।

ପାଣି କଖାରୁ ଜୁଷ ପିଇବାର ୧ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କିଛି ଖାଇବା ଅନୁଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *