ଭାତୁଡିରୁ କିପରି ପାଇବେ ମୁକ୍ତି ? କରନ୍ତୁ ଏହି ସହଜ ଉପାୟ (Amazing Tricks)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଦଳୀର ବହୁତ ବ୍ୟବହାର ରହିଅଛି । ଏହାକୁ ସମସ୍ତ ପୂଜା ପାଠ କାର୍ଯ୍ୟରେ ପ୍ରସାଦ ରୂପେ ବ୍ୟବହାର କରାଯାଇଥାଏ । ଏହା ସହିତ ଏହାକୁ ଖାଇବା ଦ୍ଵାରା ମଧ୍ୟ ସ୍ଵାସ୍ଥ ସମ୍ବଦ୍ଧିତ ଅନେକ ଫାଇଦା ମିଳିଥାଏ । ଏହାର ସ୍ଵାଦ ମଧ୍ୟ ବହୁତ ଭଲ ଓ ଦାମ୍ ବି ଲୋକଙ୍କର ପକେଟକୁ ସୁହାଇଲା ଭଳି ହୋଇଥାଏ । ତେଣୁ କଦଳୀର ଫଳର ତ ଅନେକ ଫାଇଦା ରହିଅଛି ।

ଆଜି କଦଳୀ ଚୋପାର କେତେ ଗୁଡିଏ ଫାଇଦା ବିଷୟରେ ଜାଣିବାକୁ ପାଇବା । ବହୁତ ଲୋକ କଦଳୀ ଚୋପା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ସାଧାରଣତଃ କଦଳୀକୁ ଖାଇ ତାହାର ଚୋପାକୁ ଆମେ ବାହାରେ ଫୋପାଡି ଦେଇଥାଉ । ଆଜି ଠାରୁ କଦଳୀ ଚୋପାକୁ ଫିଙ୍ଗିବା ପୂର୍ବରୁ ଏହାର ଗୁଣାବଳୀ ବିଷୟରେ ଜାଣି ରଖନ୍ତୁ ।

କଦଳୀ ଚୋପାର ବିଶେଷତ୍ଵ ଗୁଡିକ ହେଉଛି । ଯେଉଁ ମାନଙ୍କର ଦାନ୍ତ ଗୁଡିକ ବ୍ରସ କରିବା ସତ୍ବେ ବି ହଳଦିଆ ପଡିଯାଉଛି । ସେମାନଙ୍କୁ ସପ୍ତାହରେ ୨ ଥର କଦଳୀ ଚୋପାକୁ ଆଣି ଦାନ୍ତରେ ଘଷି ଘଷି କିଛି ସମୟ ମସାଜ କରନ୍ତୁ । ତାପରେ ସାଧାରଣ ଭାବରେ ବ୍ରସ କରି ଦାନ୍ତକୁ ସଫା କରନ୍ତୁ । ଦେଖିବେ କିଛି ଦିନ ଏପରି କରିବା ଦ୍ଵାରା ଦାନ୍ତ ଧଳା ଓ ସୁନ୍ଦର ହୋଇଯିବ ।

ଯେଉଁ ମାନଙ୍କର ମୁହଁରେ ବ୍ରଣ ସମସ୍ଯା ରହୁଛି । ସେମାନେ ବ୍ରଣ ଉପରେ କଦଳୀ ଚୋପାକୁ ଧୀରେ ଧୀରେ କରି ମସାଜ କରନ୍ତୁ । ଏହିପରି ସବୁବେଳେ କରିବା ଦ୍ଵାରା ଦେଖିବେ ମୁହଁରୁ ବ୍ରଣ କମିବା ସହ ବ୍ରଣ ଯୋଗୁ ହୋଇଥିବା ଦାଗ ମଧ୍ୟ ଦୂର ହୋଇବ । ଆପଣ ଯେବେ ମଧ୍ୟ କଦଳୀକୁ ଖାଉଛନ୍ତି । ତାହାର ଚୋପାକୁ ଫୋପାଡିବା ପୂର୍ବରୁ ଯଦି ମୁହଁରେ କିଛି ସମୟ ପାଇଁ ଆଣି ମସାଜ କରିବେ ।

ତେବେ ଦେଖିବେ ମୁହଁରେ ଥିବା ଧୁଳି, ମଇଳା ବାହାରିଯିବା ସହିତ ମୁହଁରେ ଏକ  ସୁନ୍ଦର ଚମକ ଆସିଯିବ । ଯେଉଁ ମାନଙ୍କର ଧୀରେ ଧୀରେ ଶରୀରର କୌଣସି  ସ୍ଥାନରେ ଭାତୁଡି ହେଉଛି । ତେବେ ସେହି ଭାତୁଡି ଉପରେ ମଧ୍ୟ କଦଳୀ ଚୋପାକୁ ଆଣି ଘସନ୍ତୁ । ତାପରେ ସେହି ଜାଗାରେ କଦଳୀ ଚୋପାକୁ କିଛି ସମୟ ରଖନ୍ତୁ , କିଛି ଦିନ କରିବା ପରେ ଭାତୁଡି ଭଲ ହୋଇଯିବ ।  ଶରୀରରେ ମଶା କାମୁଡିବା ଦ୍ଵାରା ଯେଉଁ କୁଣ୍ଡାଇ ହେଉଥାଏ କିମ୍ବା ଯଦି କୌଣସି ସ୍ଥାନ କୌଣସି କାରଣରୁ ଜଳାପୋଡା ହେଉଥାଏ ।

ତେବେ ସେହି ଜାଗାରେ କଦଳୀ ଚୋପାକୁ ଆଣି ଘସନ୍ତୁ ଦେଖିବେ ବହୁତ ଆରାମ ମିଳିବ । କଦଳୀ ଚୋପାକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଦହି ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଦେଖିବେ ଏହା ମୁହଁରେ ଦାମୀ ଫେସପ୍ୟାକ ଲଗାଇଲା ଭଳି ଗ୍ଲୋ ଚେହେରାକୁ ଦେବ । ତେବେ କଦଳୀଚୋପା ର ମଧ୍ୟ ବହୁ ବିଦ୍ଧ ଫାଇଦା ରହିଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *