Puja Tips;- ଠାକୁରଙ୍କ ପାଖରେ ଘଣ୍ଟି ବଜାଇବାର ଜାଣନ୍ତୁ ସମସ୍ତ ଶାସ୍ତ୍ର ନିୟମ ! ନଚେତ ବର୍ବାଦି ସୁନିଶ୍ଚିତ !

ନମସ୍କାର ବନ୍ଧୁଗଣ , ମଣିଷ ତାର ଦୈନନ୍ଦିକ ଜୀବନରେ ଇଶ୍ଵରଙ୍କୁ ସ୍ମରଣ କରିଥାଏ । ଇଶ୍ଵରଙ୍କୁ ସ୍ମରଣ ନ କରି ଦିନକୁ ପ୍ରାରମ୍ଭ କରିବା ଆମ ପକ୍ଷେ ଅଶୁଭ ହୋଇଥାଏ । ତେଣୁ ସମସ୍ତେ ତାଙ୍କର  ଘରେ ଛୋଟ ହେଉ ବା ବଡ ଠାକୁରଙ୍କ ପାଇଁ ପୂଜା ଘର କରିଥାନ୍ତି । ଘରେ ଠାକୁରଙ୍କ ଘର ରହିବା ଉଚିତ୍ ହୋଇଥାଏ । କାରଣ ଆମେ ଯେବେ ପୂଜା , ପ୍ରାଥନା , ବିନତି କରିଥାଉ ସେହି ସମୟରେ ଇଶ୍ଵର ସ୍ଵୟଂ ଆସି ଆମ ଘରେ ବାସ କରନ୍ତି । ତେଣୁ ସମସ୍ତେ ଆପଣମାନଙ୍କ ଘର ମାନଙ୍କରେ ଠାକୁରଙ୍କ ଘର ରଖିବା ଉଚିତ୍ ।

ଠାକୁରଙ୍କ ଘରେ ସ୍ଵୟଂ ଈଶ୍ଵରଙ୍କ ବାସ ରହିଥାଏ ଏବଂ ସବୁ ଦିନ ପୂଜା ପାଠ କରିବା ଦ୍ଵାରା ଘରେ ସାକାରାତ୍ମକ ଊର୍ଜା ରହିଥାଏ । କିନ୍ତୁ ଏହା ସତ୍ୟ ଯେ ଇଶ୍ଵରଙ୍କ ପୂଜା ଆରାଧାନା କରିବାର ଏକ ବିଧି ନିୟମ ରହିଥାଏ , ଯାହାକୁ ଆମେ ସମସ୍ତେ ନିଶ୍ଚିତ ରୂପରେ କରିବା ଉଚିତ୍ । ନଚେତ୍ ଆମକୁ ପୂଜା ର ଫଳ ମିଳିନଥାଏ ।   ପୂଜା କରିବାର ବିଧି ନିୟମ ପ୍ରାଚୀନ କଳାରୁ ଚାଲିଆସୁଛି , ଯାହାକୁ ଆମର ପୂର୍ବପୁରୁର୍ଷ ମାନେ କରୁଥିଲେ ଏବଂ ଆମେ ମଧ୍ୟ କରିଆସିଛୁ ।

ଏହି ନିୟମକୁ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ କରାଯାଇଅଛି । ତେଣୁ ଏହି ନିୟମଗୁଡିକୁ କଦାପି ଅଣଦେଖା କରିବେ ନାହିଁ । ଏହି ନିୟମ ମଧ୍ୟରୁ ପୂଜା କରିବା ସମୟରେ ଆମେ ଘଣ୍ଟି ବଜେଇଥାଉ , ଶାସ୍ତ୍ର ଅନୁସାରେ ଦେବାଦେବୀମାନଙ୍କ ଆଗରେ ଘଣ୍ଟି ବଜେଇବା ର ବିଶେଷେ ଗୁରୁତ୍ଵ ରହିଛି । ଘଣ୍ଟି ବଜାଇବା ଦ୍ଵାରା ଦେବତାମାନଙ୍କର ଆଗମନ ଏବଂ ରାକ୍ଷସ ମାନଙ୍କର ଗମନ ହୋଇଥାଏ ।

ଆସନ୍ତୁ ଜାଣିବା ଘଣ୍ଟି ବଜେଇବା ପଛରେ ଥିବା ରହସ୍ୟ ଏବଂ ଏହାକୁ କରିବା ଦ୍ଵାରା ଆମ କି ଲାଭ ମିଳିଥାଏ ଏବଂ ଏହାର ବିଧି ବିଧାନ ବିଷୟରେ । ଆପଣମାନେ କେବେ ପୂଜା କରିବା ସମୟରେ ଘଣ୍ଟି କୁ କେବେ ଦେଖିଛନ୍ତି । ଘଣ୍ଟି ର ଉପରେ କଣ ରହିଥାଏ ବୋଲି । ଘଣ୍ଟି ର ଉପରେ ବା ଯେଉଁଠି ଆମର ଧରି ଥାଉ ସେହି ଠାରେ ଗରୁଡଙ୍କ ଛୋଟିଆ ମୂର୍ତ୍ତି ରହିଥାଏ ।

ଏହାର ଅର୍ଥ ହେଉଛି ପୂଜା କରିବା ସମୟରେ ଘଣ୍ଟି ବଜେଇବା ଦ୍ଵାରା ଆମେ ଈଶ୍ଵରକୁ ନିମନ୍ତ୍ରିତ କରିଥାଉ , ଯେପରିକି ଏକ ସୁନ୍ଦର ଶବ୍ଦ ରେ ଆମ ଈଶ୍ଵରକୁ ଡାକିଥାଉ । ଇଶ୍ଵରଙ୍କ ପୂଜା ସାରିଲା ପରେ ଆରତୀ କରିଲା ସମୟରେ ଘଣ୍ଟି ର ପ୍ରୋୟଗ ନିହାତି କରନ୍ତୁ ନଚେତ୍ ଆପଣଙ୍କୁ ପୂଜାର ଫଳ ମିଳିନଥାଏ । ଏବେ ଜାଣିବା ଘଣ୍ଟି କଣ ପାଇଁ ବଜେଇବା ଆମ ଶାସ୍ତ୍ର ଅନୁସାରେ ସୃଷ୍ଟି ର ପ୍ରାରମ୍ଭ ରେ ଏକ ଧ୍ୱନି ଶୁବାଯାଇଥିଲା ଯାହାର ଶବ୍ଦ ଘଣ୍ଟି ପରି ଥିଲା ।

ଘଣ୍ଟି ରେ ଓମ କାର ନାଥ ର ବି ଅନୁଭବ ହୋଇଥାଏ । ତେଣୁ ପୂଜା କରିବା ସମୟରେ ଏହାକୁ ଆମେ ଈଶ୍ଵରଙ୍କ ସ୍ଵର ଭାବି କରିଥାଉ । ଘଣ୍ଟି କୁ ପ୍ରଣାମ କରିଲା ପରେ ଘଣ୍ଟି ବଜେଇବା ଉଚିତ୍ ହୋଇଥାଏ । ଘଣ୍ଟି ବଞ୍ଜେଇବା ଦ୍ଵାରା ଘରେ ଏବଂ ଆଖ ପାଖ ସ୍ଥାନରେ ସକାରାତ୍ମକତା ପରିବେଶ ସୃଷ୍ଟି ହୋଇଥାଏ । ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *