Vastu Tips; – ଘରର କେଉଁ ଦିଗରେ ତୁଳସୀ ବୃକ୍ଷ ଲଗାଇବା ଅତ୍ୟନ୍ତ ଶୁଭ ! ଜାଣନ୍ତୁ ତୁଳସୀ ଲଗାଇବାର ସଠିକ ଦିଗ !  

ନମସ୍କାର ବନ୍ଧୁଗଣ , ଘର ର ଚାରି ପାଖରେ ଗଛ ରହିବା ଘର କୁ ସୁନ୍ଦର ଦେଇଥାଏ । ଅନେକ ଲୋକମାନେ ନିଜ ଘରର ଦୁଆର ମୁହଁ ରେ ଭିନ୍ନ ଭିନ୍ନ ପ୍ରକାରର ଗଛ କୁ ଲଗେଇଥାନ୍ତି । ଘରେ ଗଛ ରହିବା ଦ୍ଵାରା ଆମେ ଅଧିକ ଉପକୃତ ହୋଇଥାଉ । କାରଣ ଯେତେ ଅଧିକ ଗଛ ରହିଲେ ଆମ ସେତେ ଶୁଦ୍ଧ ଅମ୍ଳଜାନ ପାଇଥାଉ । ଆମ ଦେଶର ପ୍ରଧାନ ମନ୍ତ୍ରୀ ମଧ୍ୟ ଗଛ ଲଗେଇବାକୁ ନେଇ ଅନେକ ଭାଷଣ ଦେଇଥାନ୍ତି ।

କାରଣ ଆମ ଦେଶରେ ଗଛ କୁ ରୋପଣ କରିବା ବଦଳରେ ଏହାକୁ କାଟି ଦେଉଛନ୍ତି , ଯାହାର କୁପରଣାମ ହେତୁ ଆମ ଦୂଷିତ ବାୟୁ ନେବାକୁ ପଡୁଛି । ଅନେକ ଲୋକମାନେ ଏହି ବାୟୁ କୁ ଗ୍ରହଣ କରି ରୋଗଗ୍ରସ୍ତ ହୋଇଥାନ୍ତି । ତେଣୁ ଆମ  ଘରର  ପାଖରେ ଅଧିକ ରୁ ଅଧିକ ଗଛକୁ ଲଗେଇବା ଉଚିତ୍ । କିନ୍ତୁ କିଛି ଗଛ ଗୁଡାଏ ରହିଛି ଯାହାକୁ ସଠିକ ଦିଗରେ ଲଗେଇବା ଉଚିତ୍ ନଚେତ୍ ଆମ ତାହାର କୁ ପ୍ରଭାବ ଆମ ଘରେ ପଡିଥାଏ ଏବଂ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ ।

ଘରେ  କେଉଁ ଗଛ କୁ ଲଗେଇବା ଦ୍ଵାରା ସୁସମୟ ଏବଂ ସକାରାତ୍ମକ ଶକ୍ତି ର ପ୍ରଭାବ ହୋଇଥାଏ । ଏମିତି କିଛି ଗଛ କୁ  ଲଗେଇବା ଦ୍ଵାରା ଘରେ ଶାନ୍ତି ରହିଥାଏ ଏବଂ ଦୁଷ୍ଟ ଶକ୍ତି ର ପ୍ରଭାବ ଘରେ ପ୍ରବେଶ  କରିପାରେ ନାହିଁ । କାରଣ କିଛି ଗଛ ଏହି ପରି ହୋଇଥାଏ ଯେ ଘର ର ସୁପ୍ରଭାବ କୁ ନଷ୍ଟ କରିଥାଏ , ତେଣୁ ସେହି ଗଛ କୁ କଦାପି ଲଗାନ୍ତୁ ନାହିଁ । ଆସନ୍ତୁ ଜାଣିବା କେଉଁ ଗଛକୁ ଲଗେଇବା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ର ବୃଦ୍ଧି ହୋଇଥାଏ ।

ଘରେ ତୁଲସୀ ଗଛ ଲଗେଈବା  ବହୁତ ଶୁଭ ହୋଇଥାଏ , ତୁଲସୀ ଗଛ ପୂର୍ବ ଏବଂ ପଶ୍ଚିମ ଦିଗାରେ ଲଗେଇବା ଉଚିତ୍ ହୋଇଥାଏ । ଏହି ଦିଗରେ ତୁଳସୀ ଗଛ କୁ ଲଗେଇବା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ତୁଳସୀ ଗଛ କୁ ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଥାଏ । ଏହା ସହିତ ଘରେ ବାଉଶ ଗଛ ଲଗେଇବା ଦ୍ଵାରା ଘରେ ସମବୃଦ୍ଧି ଏବଂ ଶୁଭ ଫଳ ମିଳିଥାଏ ।

ଏହାକୁ ଲଗେଇବା ଦ୍ଵାରା ଘରେ ଥିବା ଅଶୁଭ ଶକ୍ତି ଦୂରେଇ ଯାଇଥାଏ । ଘରେ ମନିପ୍ଲାଣ୍ଟ ଗଛକୁ ଉତ୍ତର ଏବଂ ପୂର୍ବ ଦିଗରେ ଲଗେଇବା ଉଚିତ୍ । ଏହି ଗଛ କୁ ଲଗେଇବା ଦ୍ଵାରା ଧନ ସମ୍ପତି ସହିତ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହା ଛଡା ଘରେ ଅଶୋକ ଗଛ ଲଗେଇବା ଦ୍ଵାରା ଘରେ ଶୋକ କୁ ଦୂର କରିଥାଏ ଓ ଏହା ଖୁସି ବାଣ୍ଟିବା ଗଛ ଅଟେ ।

କଦଳୀ ଗଛ କୁ ଲଗେଇବା ବହୁତ ଶୁଭ ମାନ ଯାଇଥାଏ ତେଣୁ ଏହାକୁ ଘରର ଉତ୍ତର ପୂର୍ବ ଦିଗରେ ଲଗେଇବା ଉଚିତ୍ । ଯଦି ଆପଣମାନଙ୍କୁ ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *