Ajira Anuchinta- ଠାକୁରଙ୍କ କେଉଁ ଆଡକୁ କେତେ ଥର ଦୀପ ବୁଲାଇବା ଉଚିତ ?

ନମସ୍କାର ବନ୍ଧୁଗଣ, ସଂସାରରେ ବାସ ଠାକୁର ପୂଜା କରିବାର ବିଧି ରହିଛି ବୋଲି ଭାବି ଠାକୁର ପୂଜା କରନ୍ତୁନ୍ତି । ଯଦି ଠାକୁର ପୂଜା କରୁଛନ୍ତି ତେବେ ଭଗବାନଙ୍କ ନୀତି ନିୟମ ପାଳନ କରି ତାଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ । ଜୀବନରେ ବାସ କାମ କରିବାର ଅଛି ଭାବି କରନ୍ତୁନି । ଯଦି କରୁଛନ୍ତି ତେବେ ନିଜର ଶତ ପ୍ରତିଶତ ଦେଇ ସେହି କାମକୁ ଠିକ ଭାବରେ କରନ୍ତୁ ତେବେ ଯାଇ ଆପଣ ତାହାର ଫଳ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହା ସମ୍ବନ୍ଧୀୟ କିଛି ଅନୁଚିନ୍ତା ସମ୍ପର୍କରେ ।

1- ଘରେ ଠାକୁର ପୂଜା କରିବା ସମୟରେ ଉତ୍ତର ଦିଗ କିମ୍ବା ଐଶାନ୍ୟ କୋଣକୁ ମୁଖ କରି ପୂଜା କରିବା ଉଚିତ । ଏହା ଶୁଭ ହୋଇଥାଏ ଆପଣଙ୍କ ପାଇଁ । 2- ଠାକୁର ପୂଜା କରିବା ସମୟରେ କେବେବି ପିଠି ଠାକୁରଙ୍କ ଆଡକୁ ହେବା ଉଚିତ ନୁହେଁ ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ । 3- ଠାକୁର ପୂଜା ସମୟରେ ତମ୍ବା ପାତ୍ରରେ କେବେବି ଚନ୍ଦନ ଘୋରି ରଖିବା ଉଚିତ ନୁହେଁ । ଏବଂ ଅତି ପତଳା ଚନ୍ଦନ ଠାକୁରଙ୍କୁ ଲଗାଇବା ଅନୁଚିତ ।

4- ଠାକୁର ପୂଜା ସମୟରେ ଦୀପ ଜଳାଇବା ପୂର୍ବରୁ ଦୀପ ତଳେ ଚାଉଳ ରଖିବା ଉଚିତ । ଏବଂ କେବେବି ଦୀପରୁ ଦୀପ ଜାଳିବା ଉଚିତ ନୁହେଁ । 5- ପ୍ରତ୍ୟକ ଦିନ ପଞ୍ଚଦେବ ଯଥା ଗଣେଶ, ନାରାୟଣ, ଶିବ, ଦୂର୍ଗା, ଏବଂ ସୂର୍ଯ୍ୟଙ୍କୁ ପୂଜା କରିବା ଉଚିତ ନୁହେଁ ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ।

6- ଠାକୁରଙ୍କ ପାଖରେ ଆଳତି କରିବା ସମୟରେ ଠାକୁରଙ୍କ ପାଦ ଆଡକୁ ଚାରିଥର ବୁଲାଇବା ଉଚିତ । ସେହିପରି ନାଭି ଆଡକୁ ଦୁଇଥର ଏବଂ ମୁଖ ଆଡକୁ ଥରେ ବୁଲାଇବା ମଙ୍ଗଳକାରୀ ହୋଇଥାଏ । 7- ବିନା ଆସନରେ କେବେ ମଧ୍ୟ ପୂଜା ପାଠ କରିବା ଅନୁଚିତ । ଏବଂ ପୂଜା ପରେ ଆସନ ତଳେ ଦୁଇବୁନ୍ଦା ଜଳ ପକାଇ ଆସନକୁ ମୁଣ୍ଡରେ ଉଠାଇବା ଦ୍ଵାରା ମଙ୍ଗଳ ହୋଇଥାଏ ।

8- ଠାକୁରଙ୍କ ସମ୍ମୁଖରେ ଜଲାଯାଇଥିବା ଦୀପ କେବେବି ନିଜେ ଲିଭାଇ ଦେବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । 9-  ପୂଜା କରିବା ସମୟରେ ଠାକୁରଙ୍କୁ ଚନ୍ଦନ, କୁଙ୍କୁମ, ଏବଂ ହଳଦୀ ଇତ୍ୟାଦି ନିଜର ଅନାମିକା ଆଙ୍ଗୁଠି ଦ୍ଵାରା ଲଗାଇବା ଉଚିତ । ଏହା ଶୁଭ ହୋଇଥାଏ ।

10- ଦିନ ବାରଟା ରୁ ଚାରିଟା ଭିତରେ କେବେବି ଠାକୁର ପୂଜା କରିବା ଉଚିତ ନୁହେଁ ସେହିପରି ରାତି ବାରଟା ରୁ ତିନିଟାରେ କେବେବି ପୂଜା କରିବା ଅନୁଚିତ । 11- ମହାଦେବ, ଗଣେଶଙ୍କୁ ଏବଂ ଭୈରବଙ୍କୁ ପୂଜା ସମୟରେ କେବେବି ତୁଲସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *