ଠାକୁର ଘରେ ଦିଆସିଲି ରଖୁଛନ୍ତି କି ! ଠାକୁର ଘରେ କେଉଁ କାମ କରିବା ଉଚିତ ଓ କେଉଁ କାର୍ଯ୍ୟ ଅନୁଚିତ ? Puja Tips

ନମସ୍କାର ବନ୍ଧୁଗଣ ,  ଆମ ବସ୍ତୁ ଶାସ୍ତ୍ର ଅନୁସାରେ ଘର ପୂଜା ଘରେ କିଛି ନିୟମକୁ ପାଳନ କରିବା ଉଚିତ୍ ଏବଂ ଏହା ଦ୍ଵାରା ପୂଜାର ଶୁଭ ଫଳ ପ୍ରାପ୍ତ ହୋଇଥାନ୍ତି । ପୂଜା ଘରେ ଯେଉଁ ସ୍ଥାନରେ ଠାକୁରଙ୍କୁ ରଖିଥାନ୍ତି ସେହି ସ୍ଥାନ କୁ କେବେ ବି ଅଶ୍ଵଚ ରଖନ୍ତୁ ନାହିଁ । ପୂଜା ଘର କୁ ସର୍ବଦା ସଫା ସୁତୁରା ରଖିବେ । ବିଶେଷ କଥା ହେଉଛି ପୂଜା ଘର କବାଟ କେବେ ବି  ଦକ୍ଷିଣ ଦିଗ କୁ ଖୋଲି ରହିବା ଅନୁଚିତ୍ ଅଟେ କାରଣ ଦକ୍ଷିଣ ଦିଗ ଯମରାଜଙ୍କ ଦିଗ ହୋଇଥାଏ ଏବଂ ନାକାରାତ୍ମକ ଶକ୍ତି ଆପଣଙ୍କ ଘର କୁ ପ୍ରବେଶ କରିଥାଏ ।

ପୂଜା ଘରେ ନାଚୁଥିବା ଗଣେଶ ଏବଂ ତାଣ୍ଡବ କରୁଥିବା ଶିବଙ୍କ ମୂର୍ତ୍ତି ରଖିବେ ନାହିଁ । ଏହା ସହିତ ମା ; ଦୂର୍ଗାଙ୍କ କ୍ରୋଧିତ ଚିତ୍ର ମଧ୍ୟ ପୂଜା ଘରେ ରଖନ୍ତୁ ନାହିଁ । ଏହା ପୂଜା ଘରେ ଅଶୁଭ କୁ ବୃଦ୍ଧି କରିଥାଏ , ତେଣୁ ସର୍ବଦା ଭଗବାନଙ୍କ ଶାନ୍ତ ଥିବା ମୂର୍ତ୍ତି କୁ ରଖିବା ଉଚିତ୍ ହୋଇଥାଏ ।  ପୂଜା ଘରେ ମୃତ ଏବଂ ଜୀବିତ  ଥିବା ବ୍ୟକ୍ତିଙ୍କ ଫଟ କୁ କେବେ ବି ରଖିବେ ନାହିଁ ଏହା ଅଶୁଭ ସଂକେତ ହୋଇଥାଏ ।

ପୂଜା ଘରେ କୋଣସି ଦେବାଦେବୀ ମାନଙ୍କ ମୂର୍ତ୍ତି କୁ ଏକ ରୁ ଅଧିକ ରଖନ୍ତୁ ନାହିଁ । ବସ୍ତୁ ଶାସ୍ତ୍ର ରେ ଏହାକୁ ଅଶୁଭ ମାନା ଯାଇଥାଏ । ଯଦି ଆପଣ ଆପଣଙ୍କ ପୂଜା ଘରେ ହନୁମାନଙ୍କ ମ୍ଯୁର୍ତ୍ତୀ ରଖିବାକୁ ଚାହୁଛନ୍ତି ତେବେ ଏପରି ମୂର୍ତ୍ତି ଆଣିବେ ଯେଉଥିରେ ହନୁମାନ ବସି ଆପଣଙ୍କୁ ଆର୍ଶୀବାଦ କରୁଥିବେ । ପୂଜା ଘରେ ରଖିଥିବା ମୂର୍ତ୍ତି ର ମୁହଁ ହସୁଥିବା ଦରକାର ଏବଂ ଫଟ ପାଖ ପାଖ ନ  ରଖି ସାମାନ୍ୟ ଦୂରତା ରଖିବା ଉଚିତ୍ ।

ପୂଜା ଘରେ ପଞ୍ଚୋଟି ଭଗବାନଙ୍କୁ ପୂଜା କରିବାର ନିୟମ ପ୍ରାଚୀନ କାଳ ରୁ ରହିଛି । ପୂଜା ଘରେ ସୂର୍ଯ୍ୟଦେବ , ଗଣେଶ , ପାର୍ବତୀ , ଶିବ ଏବଂ ଶ୍ରୀ ହରି ଙ୍କ ମୂର୍ତ୍ତି କୁ ନିଶ୍ଚିତ ରଖିବା ଉଚିତ । ପୂଜା ଘରେ କୋଣସି ଦେବାଦେବୀମାନଙ୍କ ଅଖଣ୍ଡ ମୂର୍ତ୍ତି କୁ ସ୍ଥାପନ କରିବେ ନାହିଁ । ଏହା ଅଶୁଭ ହୋଇଥାଏ । ଆପଣଙ୍କୁ ଭଗବାନଙ୍କ ଯେଉଁ ରୂପ ପ୍ରିୟ ହୋଇଥାଏ ସେହି ରୂପ ର ମୂର୍ତ୍ତି କୁ ଘରେ ରଖିବା ଉଚିତ୍ ।

ମାଟି ର ମୂର୍ତ୍ତି କୁ ସର୍ବ ଶ୍ରେଷ୍ଟ ମାନାଯାଇଛି ତେଣୁ ମାଟି ର ମୂର୍ତ୍ତି ପୂଜା ଘରେ ରଖିବା ଉଚିତ୍ । ବାସ୍ତୁ ଶାସ୍ତ୍ର ରେ ପୂଜା ଘର କୁ ପୂର୍ବ ଦିଗ ରେ ରଖିବାକୁ ଶୁଭ ମାନା ଯାଇଅଛି । ପୂଜା ଘରେ ଡିଆସିଲି ର ବ୍ୟବହାର ପରେ ଏହାକୁ ତୁରନ୍ତ ପୂଜା ଘରୁ ବାହାର କରିବା ଉଚିତ୍ ହୋଇଥାଏ ।

ପୂଜା ଘରେ ମାଚିସ୍ ବ୍ୟବହାର ପରେ ଏହାକୁ ଧଳା କନା ରେ ଗୋଡାଇ ରଖନ୍ତୁ ନଚେତ୍ ଆପଣଙ୍କ ପୂଜା ର ଫଳ ବ୍ୟର୍ଥ ହୋଇଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *