ଚା’ ପିଉଥିବା ଲୋକ ଜାଣି ରଖନ୍ତୁ ! ଚା’ ପିଇଲେ ବ୍ୟକ୍ତିର ଶରୀରର କ’ ଣ କ୍ଷତି ଘଟେ ? Benefits of Tea and its Side Effect

ନମସ୍କାର ବନ୍ଧୁଗଣ, ଚାହା ଆମ ନୀତିଦିନ ଜୀବନର ଏକ ମୁଖ୍ୟ ଅଂଶ ଅଟେ । ସକାଳୁ ଉଠିବା ପରେ ଚାହା କପଟିଏ ସମସ୍ତଙ୍କ ହାତରେ ନିଶ୍ଚୟ ଥିବ । କାରଣ ଏହା ଆମକୁ ସତେଜ ଅନୁଭବ କରାଇଥାଏ । ଯଦି ଆମକୁ ଥକାପଣ ଅନୁଭବ ହେଉଥାଏ ତ୍ତେବେ ଏହି ଚାହାର ସେବନ ଦ୍ଵାରା ତାହା ଦୂର ହୋଇଯାଏ । ତେଣୁ ଏହା ଆମ ସମସ୍ତଙ୍କ ଅଭ୍ୟାସ ବର୍ତ୍ତମାନ ସମୟରେ ପାଲଟି ଯାଇଛି । କିନ୍ତୁ ଚାହା ପିଉଥିବା ବ୍ୟକ୍ତି ସାବଧାନ ।  ଚାହା ଦ୍ଵାରା ହେଉଥିବା କ୍ଷତି ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ।

ଚାହା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଚାହାପତି ଆମ ଶରୀର ପାଇଁ ବିଲକୁଲ ମଧ୍ୟ ଠିକ ନୁହେଁ । ଚାହାପତିରେ ଏଭଳି ଦୁଇଟି କାରକ ରହିଛି ଯାହାକି ଆମ ଶରୀର ପାଇଁ ବିଲକୁଲ ମଧ୍ୟ ଠିକ ହୋଇନଥାଏ । ଚାହାପତିରେ ଥିବା ଟାନିନ ଆମ ଶରୀରରେ ଆଇରନର ଆବଜର୍ଭକୁ ଅଟକାଇ ଥାଏ । ଯାହାଦ୍ୱାରା ଆମ ଶରୀରର ରକ୍ତ ପତଳା ହେବାକୁ ଲାଗିଥାଏ ।

ଏବଂ ରକ୍ତ ତିଆରି ହେବାର ପ୍ରକ୍ରିୟା ମଧ୍ୟ ପୁରା ଧିମା ହୋଇଯାଏ । ଏବଂ ଇଥିରେ ଥିବା ଅନ୍ୟ କାରକତି ହେଉଛି କ୍ୟାଫିନ । ଯାହା ଏକ ସ୍ନୋ ପଏଜନର କାମ କରିଥାଏ । କ୍ୟାଫିନ ଆମେ ଚାହା ପିଇବା ଦ୍ଵାରା ସିଧା ଯାଇ ଆମ ବ୍ରେନ ଉପରେ ପ୍ରଭାବ ପକାଇଥାଏ । ଏବଂ ବ୍ରେନକୁ ସଙ୍ଗେ ସଙ୍ଗେ ଆକ୍ଟିଭ କରିଦିଏ । ଧୀରେ ଧୀରେ ଏହା ଆମ ବ୍ରେନକୁ ଆଡିକ୍ତ କରିଦିଏ ।

ଆଉ ଏହି କାରଣ ପାଇଁ ଚାହା ଦିନେ ଦିନେ ନ ପିଇବାରୁ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ । ଚାହା କରିବା ସମୟରେ ଆପଣ ଚାହାପତିକୁ ଯେତେ କମ ଫୁଟାଇବେ ଚାହା ଆପଣଙ୍କ ପାଇଁ ସେତେ ଲାଭକାରୀ ରହିବ । ଅର୍ଥାତ ଚାହା ଯେତେ ଅଧିକ ଫୁଟିବା ସେଥିରୁ ଆପଣଙ୍କ ଶରୀରକୁ ଫାଇଦା ମିଳୁଥିବା କମ୍ପାଉଣ୍ଡ ନଷ୍ଟ ହୋଇଯିବେ । ଏବଂ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଉ ଥିବା କମ୍ପାଉଣ୍ଡ ବଢିବାକୁ ଲାଗିବେ ।

ତେଣୁ ଆୟୁର୍ବେଦ ଆନୁଜାୟୀ ଆପଣ ପାଣିକୁ ଫୁଟାଇସାରିବା ପରେ ଏଥିରେ ଚାହା ପତି ପକାଇ ଏହାକୁ ଛାଣିଦେବା ଉଚିତ । ଏହାପରେ ଆପଣ ଏଥିରେ କମ ଚିନି ପକାନ୍ତୁ । ଆପଣ ଚିନି ବଦଳରେ ଗୁଡ କିମ୍ବା ମିଶ୍ରିର ବ୍ୟବହାର କରିବା ଆବଶ୍ୟକ । ଯଦି ଆପଣ ଚାହା ଏହିଭଳି ଭାବରେ ପ୍ରସ୍ତୁତ କରି ସେବନ କରନ୍ତି ତେବେ ଚାହା ଆପଣଙ୍କୁ କ୍ଷତି ପହଞ୍ଚାଇବା ବଦଳରେ ଫାଇଦା ଦେଇଥାଏ ।

ଆପଣଙ୍କୁ ସକାଳେ ଖାଲି ପେଟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ଚାହା ପିଇବା ଉଚିତ ନୁହେଁ । ସକାଳୁ ଆପଣ ଚାହା ପିଇବା ଦ୍ଵାରା ଏହା ଆପଣଙ୍କ ଶରୀରକୁ ଯାଇ ସବୁ ଭଲ ବ୍ୟକ୍ଟେରିଆକୁ ନଷ୍ଟ କରିଦେଇଥାଏ । ଆମ ସ୍ୱାସ୍ଥ୍ୟ ପାଇଁ ନାଲି ଚାହା ସବୁଠାରୁ ଭଲ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *