ମୁହଁର ବ୍ରଣ ହେବାର ପ୍ରମୁଖ କାରଣ ସବୁ କ’ ଣ ? କେମିତି ଚେହେରାରୁ ଦାଗ, ବ୍ରଣ ଦୂର କରିବେ… How to Solve Pimple Problem

ନମସ୍କାର ବନ୍ଧୁଗଣ , ସାଧାରଣତ ମୁହଁରେ କଣ ପାଇଁ ହୋଇଥାଏ ବ୍ରଣ । ବ୍ରଣ ହେଉଛି ଏକ ସାଧାରଣ ଚରମ ରୋଗ ଯାହା କି ଆଜିକା ଦିନରେ ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତକୁ ହୋଇଥାଏ । ଏହି ବ୍ରଣ କୁ ରୋକିବା କିପରି । ବିଶେଷ କରି ଯୁବ ପିଢିଙ୍କ ମୁଁହରେ ଏହି ସମସ୍ୟା ଦେଖାଯାଇଥାଏ । ବ୍ରଣ କୁ ନେଇ ଯୁବା ପିଢି ମାନେ ଅଧିକ ଚିନ୍ତିତ ରହିଥାନ୍ତି ଏବଂ ଏହାର ଉପଚାର ପାଇଁ ଅନେକ କ୍ରୀମ ଲଗେଇଥାନ୍ତି ।

କିନ୍ତୁ ଏହି କ୍ରିମ ଏହା ଉପରେ କୋଣସି ପ୍ରକାରର କାମ କରିନଥାଏ । ଆଜି ଆସନ୍ତୁ ଜାଣିବା ଏହି ବ୍ରଣ ର କାରଣ କଣ ଏବଂ ଏହାକୁ କିପରି ରୋକି ପାରିବା । ବ୍ରଣ ହେବାର ମୁଖ୍ୟ କାରଣ ହେଉଛି ହୋରର୍ମୋନାଲ ଯେତେ ବେଳେ ଝିଅ ପିଲାମାନଙ୍କ ଋତୁସ୍ରାବ ଆରମ୍ଭ ହୋଇଥାଏ ଏବଂ ପୁଅ ପିଲାମାନଙ୍କ ଦାଢି , ନିଶ ଉଠିବାକୁ ଲାଗିଥାଏ , ତେବେ ଏହି ସମୟରେ ଉଭାୟ ଙ୍କ ମଧ୍ୟରେ ହୋରମୋନର ସନ୍ତୁଳନ ବିଗିଡି ଥାଏ ।

ତେଣୁ ଉଭୟଙ୍କ ମୁହଁରେ ବ୍ରଣ ସୁସ୍ତି ହୋଇଥାଏ । ଏହି ସମୟରେ ଶରୀରରେ ଆନଟ୍ରୋଜେନ୍ ନାମ ହୋରମୋନ କ୍ଷରଣ ହୋଇଥାଏ ଏବଂ ଏହା ଦ୍ଵାରା ଚର୍ମ ରେ ଅଧିକ ତେଲ ଜମା ହୋଇଯାଇ ବ୍ରଣ ସୃଷ୍ଟି ହୋଇଥାଏ । କିନ୍ତୁ ଅନେକ କଣ କରନ୍ତି ନା ଏହି ବ୍ରଣ କୁ ହାତ ନଖ ଲଗେଇ ଚିଡେଇ ଦିଅନ୍ତି , ଯାହା ଫଳରେ ଏହା ଠିକ ହେବା ବଦଳରେ ଆହୁରି ଅଧିକ ହୋଇଯାଇଥାନ୍ତି ।

ତେଣୁ ବ୍ରଣ କୁ କେବେ ବି ନଖ ହାତ ଲଗେଇବା ଅନୁଚିତ୍ ହୋଇଥାଏ । ଏହା ଛଡା ଯଦି ଆମେ ଜଙ୍ଗ ଫୁଡ ଯଥା ତେଲ , ଚିନୀ ମସଲା ଆଦି ଖାଇବା ଦ୍ଵାରା ମୁହଁରେ ବ୍ରଣ ହେବାର ସମ୍ଭାବନା ରହିଥାଏ । ଯଦି ଜଣେ ବ୍ୟକ୍ତି ନିଜ ଜୀବନକୁ ନେଇ ଅଧିକ ଚିନ୍ତିତ ହୋଇଥାଏ , ଏହା ମଧ୍ୟ ବ୍ରଣ ସୃଷ୍ଟି କରିବାର ଏକ ପ୍ରମୁଖ୍ୟ କାରଣ ଅଟେ । ତେଣୁ ଯେକୋଣସି ବିଷୟ କୁ ନେଇ ଅଧିକ ଚିନ୍ତା କରିବା କଥା ନୁହେ ଏହା ଆମ ଚର୍ମ ଉପରେ ଖରାପ ପ୍ରଭାବ ପକେଇଥାଏ ।

ଯଦି ଆପଣ ବ୍ରଣ ରୁ ରକ୍ଷା ପାଇବାକୁ ଚାହୁଛନ୍ତି , ତେବେ ମୁହଁରେ  ଅଯଥା ମେକଅପ୍ ଲଗାନ୍ତୁ ନାହିଁ । ଯଦି ଲଗେଇ ଛନ୍ତି ତାହା ହେଲେ ଏହାକୁ ଶୋଇଲା ପୂର୍ବରୁ ଭଲ ଭାବରେ ଯଥା ମେକଅପ୍ ରିମୁବାର , ନଡିଆ ତଳ ର ବ୍ୟବହାର କରନ୍ତୁ । ମୁହଁରେ କୋଣସି କ୍ରିମ୍ ଲଗାନ୍ତୁ ନାହିଁ । ପ୍ରତିଦିନ 7 ରୁ 8 ଘଣ୍ଟା ଶୁଅନ୍ତୁ ଏବଂ ମାନସିକ ଚାପରୁ ଦୂରରେ ରୁହନ୍ତୁ । କାରଣ ସଠିକ ସମୟରେ ନ ଶୋଇବା ମୁହଁରେ ବ୍ରଣ ସୃଷ୍ଟି କରେ ।  ଯଦି ଏହା କରିବା ଦ୍ଵାରା ମଧ୍ୟ ବ୍ରଣ ଉଠି ଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *