Chanakya Niti- ଏମିତି ଝିଅ ଯେଉଁଠି ବି ମିଳିଲେ ତୁରନ୍ତ ବିବାହ କରି ନେବା ଉଚିତ, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ ଅନେକ କଥା ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ନୀତି ରେ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ ।

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ । କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ ।

ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ତେବେ ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ ପାଇଁ ଉପଯୁକ୍ତ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମତଃ, ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନଙ୍କୁ ସମାଜ ବିଷୟରେ ଏବଂ ଘର ପରିବାର କୁ କିପରି ଚଳାଇବା ସେ ବିଷୟରେ ସବୁ ଜଣା ଥାଏ ତେବେ ସେ ନିଜ ଘରକୁ ବହୁତ ଭଲ ଭାବରେ ଚଳାଇ ପାରେ ଏବଂ ସମସ୍ତଙ୍କୁ ଖୁସିରେ ମଧ୍ୟ ରଖିପାରେ । ତେଣୁ ସେହି ନାରୀ ବିବାହ ପାଇଁ ଉପଯୁକ୍ତ ହୋଇଥାନ୍ତି ।

୨- ବନ୍ଧୁଗଣ ଦ୍ବିତୀୟତଃ, ଚାଣକ୍ୟଙ୍କ ଅନୁସାରେ ବିବାହ ପାଇଁ ଝିଅ ପାଖରେ ଗୋଟିଏ ଗୁଣ ରହିବା ନିହାତି ଆବଶ୍ୟକ ତାହା ହେଉଛି ସେ ଛୋଟ ବଡ଼ ସମସ୍ତଙ୍କୁ ଉଚିତ ବ୍ୟବହାର ଏବଂ ଉଚିତ ସମ୍ମାନ ପ୍ରଦାନ କରିବା । ସମସ୍ତ ଙ୍କୁ ଆଦର କରୁଥିବ ଏବଂ ସମସ୍ତ ଙ୍କୁ ଖୁସିରେ ରଖୁଥିବ ।

୩- ବନ୍ଧୁଗଣ ତୃତୀୟତଃ, ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନେ ସଂସ୍କୃତି ଏବଂ ପରମ୍ପରା କୁ ଭଲ ଭାବରେ ଆପଣାଇ ତାକୁ ନିଭାଇ ପାରୁଥିବ ଏବଂ ପୂଜା ପାଠ କରି ଦେବୀ ଦେବତା ଙ୍କ କୃପା ପାଇଥାନ୍ତି ଏହି ଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ଅଟନ୍ତି ଏବଂ ସେମାନଙ୍କ ସ୍ୱାମୀ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି ।

୪- ବନ୍ଧୁଗଣ ଚତୁର୍ଥତଃ, ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନେ ସଞ୍ଚୟ କରି ଥାଆନ୍ତି ଏବଂ ଅଯଥା ରେ ପଇସା ଖର୍ଚ୍ଚ କରନ୍ତି ନାହିଁ ସେହି ଭଳି ନାରୀ ଘରର ସମସ୍ତ ଦାୟିତ୍ୱ ନେବା ପାଇଁ ଉପଯୁକ୍ତ ଏବଂ ସେମାନେ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ମଧ୍ୟ ପାରିଥାନ୍ତି ।

୫- ବନ୍ଧୁଗଣ ପଞ୍ଚମତଃ, ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ର ସ୍ୱର ବହୁତ ମିଠା ଥାଏ ଏବଂ ଯାହାର କଥା ହେବା ମାତ୍ରେ ହିଁ ସୁଖ ର ଅନୁଭୂତି ହୋଇଥାଏ ସେହି ନାରୀ ବିବାହ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଏବଂ ଶ୍ରେଷ୍ଠ ଥାଆନ୍ତି । ମଧୁର କଣ୍ଠ ଥିବା ନାରୀ ଙ୍କୁ ବିବାହ କରିବା ଭାଗ୍ୟ ର କଥା ହୋଇଥାଏ ।

୬. ବନ୍ଧୁଗଣ ଷଷ୍ଠତଃ, ଯେଉଁ ନାରୀ କଠିନ ପରିସ୍ଥିତି ରେ ମଧ୍ୟ ନିଜ ପରିବାର ର ସାଥ ଦେଇଥାଏ ଏବଂ ଯେ କୌଣସି ପରିସ୍ଥିତି କୁ ସମ୍ଭାଳିବା ପାଇଁ ସକ୍ଷମ ହୋଇଥାନ୍ତି ସେଭଳି ନାରୀ ବିବାହ ନିମନ୍ତେ ଉପଯୋଗୀ ହୋଇଥାନ୍ତି । ତେଣୁ ଏଭଳି ନାରୀ ଙ୍କୁ ଭାଗ୍ୟବାନ ବ୍ୟକ୍ତି ହିଁ ବିବାହ କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *