ସୁନ୍ଦରତାରେ କୌଣସି Bollywood ହିରୋଇନଙ୍କ ଠାରୁ ବି କମ ନୁହଁନ୍ତି Sunil Shetty ଙ୍କ ଝିଅ, ପ୍ରଥମ ନଜରରେ ହିଁ ହେଇଯିବେ ଦିବାନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସୁନୀଲ ସେଟ୍ଟୀ ଏବଂ ତାଙ୍କ ଝିଅ ଙ୍କ ସମ୍ବନ୍ଧରେ କହିବୁ ।

ବନ୍ଧୁଗଣ ଆପଣ ମାନେ ତ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ଜନ୍ମ ୧୧ ଅଗଷ୍ଟ ୧୯୬୧ ମସିହାରେ ହୋଇଥିଲା ।

ସୁନୀଲ ସେଟ୍ଟୀ ବଲିଉଡ ଇଣ୍ଡଷ୍ଟ୍ରୀ ଫିଲ୍ମ ର ଅଭିନେତା ଏବଂ ନିର୍ମାତା ଅଟନ୍ତି । ଏହି ଅଭିନେତା ବଲିଉଡ ଫିଲ୍ମ ରେ ସର୍ବଦା ସକ୍ରିୟ ରୁହନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ କୁ ଏହି ଅଭିନେତା ଜଣକ ନିଜର ୨୫ ବର୍ଷ ରୁ ମଧ୍ୟ ଅଧିକ ସମୟ ଦେଇଛନ୍ତି । ଏହି ଅଭିନେତା ବର୍ତ୍ତମାନ ସୁଦ୍ଧା ୧୧୦ ଟି ଫିଲ୍ମ ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି । ଏହି ଅଭିନେତା ଜଣକ ପ୍ରାୟତଃ ଆକ୍ସନ ଏବଂ କମେଡ଼ି ଫିଲ୍ମ ରେ ଅଭିନୟ କରିଛନ୍ତି ।

ହିନ୍ଦୀ ସମେତ ମାଲୟଲମ, ତାମିଲ ଏବଂ ଇଂରାଜୀ ଭାଷା ର ଫିଲ୍ମ ରେ ମଧ୍ୟ ଏହି ଅଭିନେତା ଜଣକ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାର୍ଡ ରେ ୫ ଥର ଏହି ଅଭିନେତା ଙ୍କ ନାମ ନାମାଙ୍କନ ହୋଇସାରିଛି ଏବଂ ଗୋଟିଏ ଥର ଏହି ଅଭିନେତା ଫିଲ୍ମ ଫେୟାର ଆୱାର୍ଡ ଜିତି ମଧ୍ୟ ସାରିଛନ୍ତି ।

ଅଭିନେତା ସୁନୀଲ ସେଟ୍ଟୀ ନିଜ ଫିଲ୍ମ କ୍ୟାରିଆର ର ଆରମ୍ଭ ୧୯୯୨ ମସିହାରେ ଫିଲ୍ମ ‘ବଲବାନ’ ରୁ କରିଥିଲେ । ଏହି ଫିଲ୍ମ ରେ ତାଙ୍କ କୋ-ଆକଟ୍ରେସ ଥିଲେ ଅଭିନେତ୍ରୀ ‘ଦିବ୍ୟା ଭାରତୀ’ । ଏହି ଫିଲ୍ମ ସୁପରହିଟ ହୋଇଥିଲା ଏବଂ ଏହି ଫିଲ୍ମ ଜରିଆରେ ଅଭିନେତା ସୁନୀଲ ସେଟ୍ଟୀ ଙ୍କୁ ‘ଆକ୍ସନ ହିରୋ’ ନାମରେ ପରିଚୟ ହାସଲ ହୋଇଥିଲା । ଏହାପରେ ସେ ଅନେକ ସଫଳ ଫିଲ୍ମ ରେ ମୁଖ୍ୟ ଭୂମିକା ରୂପରେ ଅଭିନୟ କରିଥିଲେ ।

ତାଙ୍କ ଫିଲ୍ମ ମଧ୍ୟରୁ ‘ୱକ୍ତ ହମାରା ହେ’, ‘ଦିଲୱାଲେ’, ‘ମୋହରା’, ‘ଗୋପୀ କିଶନ’, ‘ବର୍ଡର’, ‘ରକ୍ଷକ’, ‘ହେରା ଫେରି’, ‘ଧଡ଼କନ’, ‘ମେ ହୁଁ ନା’ ଆଦି ଫିଲ୍ମ ପ୍ରମୁଖ ଅଟେ । ଏହି ସମସ୍ତ ସୁପରହିଟ ଫିଲ୍ମ ରେ ଅଭିନେତା ସୁନୀଲ ସେଟ୍ଟୀ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଛନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ବନ୍ଧୁଗଣ ଅଭିନେତା ସୁନୀଲ ସେଟ୍ଟୀ ଙ୍କ ଝିଅ ଙ୍କ ନାମ ‘ଆଥ୍ୟା ସେଟ୍ଟୀ’ ଅଟେ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଆଥ୍ୟା ଙ୍କ ଜନ୍ମ ୫ ନଭେମ୍ବର ୧୯୯୨ ମସିହାରେ ମୁମ୍ବାଇ ରେ ହୋଇଥିଲା । ଫିଲ୍ମୀ ପରିବାର ର ସଦସ୍ୟ ହୋଇଥିବାରୁ ଆଥ୍ୟା ସେଟ୍ଟୀ ଛୋଟ ବେଳୁ ଜଣେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହିଁଥିଲେ । ଏଥିପାଇଁ ସେ ଖୁବ ପରିଶ୍ରମ ମଧ୍ୟ କରିଥିଲେ ।

ଆଥ୍ୟା ନିଜର ଆକ୍ଟିଂଗ କ୍ୟାରିଆର ଆରମ୍ଭ କରିବା ପୂର୍ବରୁ ନିଉୟର୍କ ଫିଲ୍ମ ଏକାଡେମୀ ରୁ ନିଜର ଗ୍ରାଜୁଏସନ କଂପ୍ଲିଟ କରିଥିଲେ । ଆଥ୍ୟା ଙ୍କୁ ଅଭିନୟ ସହିତ ଡ୍ୟାନ୍ସ ରେ ମଧ୍ୟ ରୁଚି ଥିଲା ଏବଂ ସେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କୋର୍ୟୋଗ୍ରାଫର ‘ରେମୋ ଡିସୁଜା’ ଙ୍କ ଠାରୁ ଡ୍ୟାନ୍ସ ର ଟ୍ରେନିଂ ନେଇଥିଲେ ।

ଆଥ୍ୟା ସେଟ୍ଟୀ ନିଜର ଫିଲ୍ମ କ୍ୟାରିଆର ର ଆରମ୍ଭ ନିଖିଲ ଆଡ଼ଭାନି ଙ୍କ ଫିଲ୍ମ ‘ହିରୋ’ ରୁ ଆରମ୍ଭ କରିଥିଲେ । ଏହାଛଡା ଆଥ୍ୟା ଙ୍କୁ ‘ମୁବାରକା’, ‘ମୋତିଚୁର ଚକନାଚୁର’, ‘ନୱାବଜାଦେ’ ଭଳି ଫିଲ୍ମ ରେ ମଧ୍ୟ ଅଭିନୟ କରିଥିବାର ଦେଖିବାକୁ ମିଳିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *