Health Tips- ସୁଗାର ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଫଳ, ଭୟଙ୍କର ହୋଇପାରେ ପରିଣାମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫଳ ସେବନ ଶରୀର ପାଇଁ ବହୁତ ମାତ୍ରାରେ ଉପକାରୀ ହୋଇଥାଏ । କାରଣ ଫଳରେ ଥିବା ଭିଟାମିନ ଓ ମିନେରାଲ୍ ଭଳି ଅନେକ ପୋଷକ ତତ୍ଵ ମହଜୁଦ ରହିଥାଏ । ତେଣୁ ପ୍ରତ୍ଯେକଟି ବ୍ୟକ୍ତି ଫଳର ସେବନ କରିବା ଉଚିତ ।  ଡାଇବେଟିସରେ ପୀଡିତ ଲୋକମାନେ ପ୍ରାୟତଃ ଫଳ ଖାଇବାକୁ ଭୟ କରିଥାନ୍ତି । କାରଣ ଫଳରେ ସୁଗାରର ମାତ୍ରା ରହିଥାଏ ।

ଆଜି ଆପଣ ମାନେ ଡାଇବେଟିସ ରୋଗୀଙ୍କୁ କେଉଁ ଫଳ ଖାଇବା ଉଚିତ ଓ ଅନୁଚିତ । ସେହି ସମ୍ପର୍କରେ ଜାଣିବାକୁ ପାଇବେ । ଫଳ ଖାଇବା ପୂର୍ବରୁ ପ୍ରଥମେ ଫଳରେ କେତେ ପରିମାଣର ସୁଗାର ରହୁଛି । ଏହା ସହିତ ସେହି ସୁଗାର କେତେ ଶୀଘ୍ର ରକ୍ତରେ ମିଶୁଛି । ସେଥିପ୍ରତି ଧ୍ୟାନ ଦେବାକୁ ପଡିଥାଏ । କାରଣ ଯେଉଁ ଫଳରେ ସୁଗାରର ମାତ୍ରା ଅଧିକ ରହିଥାଏ ।

ସେହି ଫଳର ସେବନ ଦ୍ଵାରା ଡାଇବେଟିସ ବ୍ୟକ୍ତିର ରକ୍ତରେ ସୁଗାରର ମାତ୍ରା ବଢିଯାଇଥାଏ । ପ୍ରଥମେ ହେଉଛି କଦଳୀ । ଡାଇବେଟିସ ବ୍ୟକ୍ତି ଏହାକୁ  ଖାଇପାରିବେ । କିନ୍ତୁ ଯେତେବେଳେ ମଧ୍ୟ ଖାଇବେ । କଦଳୀକୁ ଗୋଟିଏ କିମ୍ବା ଅତି ବେଶିରେ ଦୁଇଟି ଖାଇବା ଉଚିତ । ଯେଉଁ କଦଳୀ ବେଶି ପାଚିଯାଇଥିବ । ସେହି କଦଳୀରେ ସୁଗାରର ମାତ୍ରା ଅଧିକ ହୋଇଯାଇଥାଏ ବୋଲି ଡାକ୍ତରଙ୍କର ମତ ରହିଥାଏ ।

ଦିତୀୟରେ ଆମ୍ବ ମଧ୍ୟ ଡାଇବେଟିସ ରୋଗୀ ଖାଇପାରିବେ । ଏହାକୁ ମଧ୍ୟ ଅତିବେଶିରେ ଗୋଟିଏ ହିଁ ଖାଇବା ଉଚିତ । ତୃତୀୟରେ ଡାଇବେଟିସରେ ପୀଡିତ ବ୍ୟକ୍ତି ଅଙ୍ଗୁରର ସେବନ କରିବା ଅନୁଚିତ । କାରଣ ଏଥିରେ ଫାଇବରର ମାତ୍ରା ନଥାଏ । ଏଥିରେ କଦଳୀ ଓ ଆମ୍ବ ତୁଳନାରେ ଅଧିକ ସୁଗାର ରହିଥାଏ । ଚତୁର୍ଥରେ ସପୁରୀ ମଧ୍ୟ ଡାଇବେଟିସ ରୋଗୀ ବିଲକୁଲ ମଧ୍ୟ ଖାଇବା ଅନୁଚିତ ।

ସପୁରୀ ଠାରୁ ମଧୁମେହ ରୋଗୀ ଯେତେ ଅଧିକ ଦୂରେଇ ରହିବେ । ସେତେ ତାଙ୍କ ଶରୀର ପକ୍ଷେ ଭଲ ହୋଇଥାଏ । ଫଳକୁ ଗୋଟେ ଦିନରେ ଏକା ସହିତ ବହୁତ ନଖାଇ ଅଳ୍ପ ଅଳ୍ପ କରି ଖାଇବା ଉଚିତ । ଯେପରି ସକାଳୁ, ଖରାବେଳେ ଓ ରାତିରେ ବହୁତ ଅଳ୍ପ ପରିମାଣରେ ଟିକେ ଟିକେ କରି ଖାଇବା ଉଚିତ । ଏହା ସହିତ ଫଳ ଖାଇଲା ବେଳେ ସେଥିରେ କିଛି ଫାଇବର ଯୁକ୍ତ ଖାଦ୍ୟର ମିଶ୍ରଣ କରି ଖାଆନ୍ତୁ ।

ଯାହା ଦ୍ଵାରା ସେହି ଫଳରେ ଥିବା ସୁଗାର ଆପଣଙ୍କ ରକ୍ତରେ ବହୁତ ଶୀଘ୍ର ମିଶିପାରିନଥାଏ । ଯେପରି ଫଳ ଖାଇବା ସମୟରେ ପନିର, ବାଦାମ ଏଭଳି ଜିନିଶି ମିଶାଇ ଖାଇପାରିବେ । ଡାଇବେଟିସ ରୋଗୀଙ୍କୁ କିୱି, ପିଜୁଳୀ, ସେଓ, ଅମୃତଭଣ୍ଡା, କମଳା, ଚେରୀ, ନାସ୍ପାତି, ଆଲୁବୁଖାରା ଓ ଜାମୁକୋଳି ଏହି ସବୁ ଫଳକୁ ସେବନ କରିପାରିବେ ।

ଏଥିପ୍ରତି ଧ୍ୟାନ ଦେବାକୁ ହେବ କି କୌଣସି ଫଳକୁ ଅଧିକ ପରିମାଣରେ ସେବନ ନକରି ଅଳ୍ପ ଅଳ୍ପ କରି ସେବନ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *