ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ପାଇଁ ସ୍ୱାମୀ ଜୀବନରେ ମାଡି ଆସେ ଦୁଃଖର ବାଦଲ, ବୁଡି ରୁହନ୍ତି ଋଣ ଆଉ କରଜରେ

ବନ୍ଧୁଗଣ ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ ପରେ ପ୍ରତେକ ମହିଳା ପାଦରେ ଗୋଡ ମୁଦି ପିନ୍ଧିଥାନ୍ତି । କୁହାଯାଏ କି ଗୋଡ ମୁଦି ସ୍ଵାମୀ ର ଆୟୁଷ ବୃଦ୍ଧି କରିବା ସହ ମହିଳାଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ । ପ୍ରାୟତଃ ପ୍ରତେକ ମହିଳା ଗୋଡରେ ଗୋଡ ମୁଦି ପିନ୍ଧିଥାନ୍ତି । କିନ୍ତୁ ଅନେକ ଜାଣି ନ ଥାନ୍ତି ଗୋଡ ମୁଦିକୁ ଭୁଲରେ ପିନ୍ଧିବା ଦ୍ଵାରା ବା ଏହାର ଭୁଲ ବ୍ୟବହାର ଦ୍ଵାରା ସ୍ବାମୀଙ୍କ ଉପରକୁ ବିପଦ ମାଡି ଆସିବା ସହ ସେ ରୁଣରେ ବୁଡି ରୁହନ୍ତି ।

ଏଥି ସହ ଘରେ ଟିକେ ଟିକେ କଥାରେ ଝଗଡା ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଭଳି ନାରୀମାନେ ଗୋଡ ମୁଦି ପିନ୍ଧିବା ଉଚିତ । କୁହାଯାଏ ଯଦି ଜଣେ ମହିଳା ଗୋଡ ମୁଦି ଓ ମଥାରେ ସିନ୍ଦୁର ନ ପିନ୍ଧିଛି ତେବେ ସେ ନାରୀ ଭାବେ ବିବେଚିତ ହୋଇପାରେ ନାହି । ଜଣେ ବିବାହିତ ନାରୀକୁ ୧୬ ଶ୍ରୀଙ୍ଗାର ମଧ୍ୟରେ ଗୋଡ ମୁଦି ପିନ୍ଧିବା ଜରୁରୀ ହୋଇଥାଏ ।

ଜାଣି ରଖନ୍ତୁ ଗୋଡ ମୁଦି ମହିଳାର ଗର୍ଭାଶୟକୁ ନିୟନ୍ତ୍ରଣ କରିବା ସହ ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ମନକୁ ଶାନ୍ତ ରଖିଥାଏ । ତେଣୁ ପ୍ରତେକ ନାରୀ ଗୋଡ ରେ ମୁଦି ପିନ୍ଧିବା ଉଚିତ । କିନ୍ତୁ ମନେ ରଖିବେ ଯେପରି ଭୁଲ ଭାବରେ ନ ପିନ୍ଧିବେ । ଏବେ ଆସନ୍ତୁ ଆଣିବା ସେହି ସବୁ ଭୁଲ ବିଷୟରେ ।

୧- କେବେ ବି ଗୋଡ ମୁଦି କୁ ଢିଲା କରି ପିନ୍ଧିବେ ନାହି । କିଛି ପରିମାଣରେ ଢିଲା ହେଲେ ଚାଲିବ । କିନ୍ତୁ ଏମିତି ପିନ୍ଧିବେ ନାହି ଯେପରି ଆଙ୍ଗୁଳି ରୁ ବାହାରି ପଡୁଥିବ । ଏପରି ହେଲେ ତାହା ଅଶୁଭ ହେବା ସହ ସ୍ବାମୀଙ୍କ ଉପରେ ବିପଦ ଆସିବା ସହ ସେ ସବୁବେଳେ ଧାର କରଜ ରେ ବୁଡି ରହିଥାନ୍ତି । ତା ଛଡା ଆର୍ଥିକ ସ୍ଥିତି ଭଲ ରୁହେ ନାହି ।

୨- କେବେ ହେଲେ ନିଜେ ପିନ୍ଧିଥିବା ଗୋଡ ମୁଦିକୁ ଅନ୍ୟ କୁ ଦିଅନ୍ତୁ ନାହି । ଏହା ସବୁଠାରୁ ଭୁଲ ହୋଇଥାଏ । ଏପରି କରିବା ଦ୍ଵାରା ସମୟରେ ଦୁଖ ଓ ରୋଗ ଆସିଥାଏ । ଜଣଙ୍କ ପରେ ଅନ୍ୟ ଜଣଙ୍କର ଦେହ ଖରାପ ହୋଇଥାଏ । ସମସ୍ତଙ୍କ ମନରେ ଛୋଟ କଥାରେ ମନ ଊଣା ହେବା ସହ ଝଗଡା ବି ହୋଇଥାଏ ।

୩- ତମ୍ବାର ଗୋଡ ମୁଦି କେବେ ବି ପିନ୍ଧିବେ ନାହି । କାରଣ ପିଲା ହେବ ସମୟରେ ଅସୁବିଧା ହୋଇଥାଏ । ଯଦି ଗୋଡ ମୁଦି ଫାଟିଯାଏ ତେବେ ସେହିପରି ଭାବେ ଆଉ ପିନ୍ଧିବେ ନାହି । ଏହିପରି କିଛି ନାରୀ ଫାଟିଥିବା ମୁଦିକୁ ପିନ୍ଧିଥାନ୍ତି । କିନ୍ତୁ ଏହା ଭୁଲ ଅଟେ । ତମ୍ବା ର କିଛି ଜିନିଷ ପିନ୍ଧିବା ଉଚିତ ନୁହେଁ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *