Vastu Shastra- ପଢାଘରେ ରଖନ୍ତୁ ଏହି 5 ଟି ଜିନିଷ, ଧଡା ଧଡ ପାଠ ମନେ ରହିବ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନେକ ସମୟରେ ପିଲା ମାନେ ନିଜର କ୍ୟାରିୟାର ଗଢିବାରେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । କାରଣ ଭଲ ଭାବେ ପାଠ ମନେ ରୁହେ ନାହି । ଯେତେ ପଢିଲେ ବି ପାଠ ସେମାନେ ଭୁଲି ଯାଇଥାନ୍ତି । ତେବେ ଆପଣ ଜାଣନ୍ତି କି ଏପରି କଣ ପାଇଁ ହେଉଛି ? ଏହାର କାରଣ ହୋଇପାରେ ପିଲାର ପାଠ ପଢା ରେ ମନେ ନ ଥିବ କି ତାର ପାଠ ପଢା ରେ ଆଗ୍ରହ ନ ଥିବ କିମ୍ବା ଘରେ ଥିବା କିଛି ବସ୍ତୁ ଦୋଷ ହୋଇପାରେ ।

ଏହି ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣଙ୍କୁ କହିବୁ ପାଠ ପଢା ଘରେ କେଉଁ ଜିନିଷ ରଖିଲେ ପାଠ ମନେ ରହିବ ଓ ବାସ୍ତୁ ଦୋଷ ଦୂର ହେବ । ୧- ମା ସରସ୍ବତୀଙ୍କ ମୂର୍ତ୍ତି : ମା ସରସ୍ଵତୀ ହେଉଛନ୍ତି ବିଦ୍ୟାର ଦେବୀ । ପିଲାଙ୍କ ପଢା ଘରେ ମା ସରସ୍ବତୀଙ୍କ ଫୋଟୋ ବା ମୂର୍ତ୍ତି ରଖିବା ଦ୍ଵାରା ମା ଙ୍କ ଉପରେ ପଡିଲେ ସେମାନଙ୍କର ମନ ସାନ୍ତ ହୋଇଥାଏ ଓ ପଢା ରେ ମନ ଲାଗିଥାଏ ।

୨- ଦୀପ : ପିଲାର ପଢା ଘରେ ଶୁଦ୍ଧ ଘିଅ ଦୀପ ଲଗାନ୍ତୁ । ଏହା ସହ ମା ସରସ୍ବତୀଙ୍କ ଯନ୍ତ୍ର ରଖନ୍ତୁ । ଏହା ଦ୍ଵାରା ପିଲାଙ୍କ ପାଠ ପଢା ରେ ମନ ଲାଗିବ । ୩- ମୟୂର ପର : ମୟୂର ପର କୁ ଘରେ ରଖିବା ଦ୍ଵାରା ଏହା ଘର ଭିତରକୁ ନେଗେଟିଭ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହି । ପିଲା ମାନଙ୍କ ମନରେ ଖରାପ ଚିନ୍ତା ପଶେ ନାହି । ମନ ସାନ୍ତ ଓ ନିର୍ମଳ ରୁହେ । ପିଲା ମାନଙ୍କର ଯେଉଁ ବିଷୟରେ ପାଠ ହୁଏ ନାହି ଘରେ ମୟୂର ପର ରଖିଲେ ପିଲାର ପାଠ ହୁଏ ।

୪- ପିଲା ମାନେ ପାଠ ପଢିବା ସମୟରେ ଧ୍ୟାନ ରଖିବେ କି ପିଲା ଟି ଯେମିତି ପୂର୍ବ ଦିଗକୁ ମୁଖ କରି ପଢିବ । ଏହା ଦ୍ଵାରା ପିଲାର ପାଠ ପଢା ରେ ଆଗ୍ରହ ପ୍ରକାଶ ପାଇଥାଏ । ବିରକ୍ତି ଭାବ ପ୍ରକାଶ ପାଇ ନ ଥାଏ ।

୫- ହଂସ : ହଂସ ର ଫୋଟୋ ବା ମୂର୍ତ୍ତି ଘରର ଦ୍ଵାରା ବା ମୁଖ ରେ ରଖିଲେ ପିଲା ମାନେ ଅନ୍ୟମନସ୍କ ହୁଅନ୍ତି ନାହି । ପାଠ ପଢା ରେ ମନେ ଲାଗିଥାଏ । ବାସ୍ତୁ ଅନୁଯାୟୀ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆପଣ ମାନେ ଜାଣି ସାରିଥିବେ ଏହି ସବୁ ଜିନିଷ ଘରେ ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ପିଲା ମାନଙ୍କର ପାଠ ପଢା ପ୍ରତି ଧ୍ୟାନ ଓ ଆଗ୍ରହ ରହିବ ।

ପିଲା ମାନଙ୍କ ପଢା ଘରେ ଏହି ସବୁ ଜିନିଷ ରଖିଲେ ନିଶ୍ଚୟ ସେମାନଙ୍କର ଉନ୍ନତି ହେବ । ସେମାନେ କ୍ଯାରିୟର କ୍ଷେତ୍ରରେ ବହୁତ ଅଗାରେ ରଖିବେ ଓ ଭଲ ମଣିଷ ହୋଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *