Jyotish Shastra- ଶନି ଚଳିବେ କୁମ୍ଭ ରାଶିକୁ ! (17 January) ଏହି 5 ଟି ରାଶିରେ ଆସିବ ସୁଖର ଦିନ, ସବୁ ଦୁଃଖ କଷ୍ଟ ଦୂର କରିବେ ଶନିଦେବ

ବନ୍ଧୁଗଣ ଦୀର୍ଘ ୩୦ ବର୍ଷ ପରେ ଏହି ବର୍ଷ ୨୦୨୩ ଆରମ୍ଭରୁ ଗ୍ରହ ନକ୍ଷତ୍ରରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୧୭ରେ ଶନିଦେବ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ଗୋଚର କରିବେ । ଶନିଦେବ କୁମ୍ଭ ରାଶିକୁ ୩୦ ବର୍ଷ ପରେ ଗୋଚର କରିବେ । ଏହି ଗୋଚର ଅତ୍ୟନ୍ତ ପ୍ରଭାବଶାଳି ହେବ । ଶନିଦେବ କୁମ୍ଭ ରାଶିରେ ଅଢେଇ ବର୍ଷ ଯାଏଁ ରହିବେ । ଯାହା ଫଳରେ ରାଜନୀତି, ଜନଜୀବନ, ଅର୍ଥ ବ୍ୟବସାୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ଆଉ କିଛି ରାଶିଙ୍କ ଜୀବନରେ ଉଚ୍ଚ ନିଚ୍ଚର ସ୍ଥିତି ଓ ବିଶେଷ ଫଳ ନେଇକି ଆସୁଛି ଆସନ୍ତୁ ଜାଣିବା । ବୃଷ ରାଶି : ଦୀର୍ଘ ୩୦ ବର୍ଷ ପରେ ଶନି ଆପଣଙ୍କର ଦଶମ ଘରେ ଗୋଚର କରିବେ ।ଚାକିରି ବ୍ୟବସାୟରେ ଉନ୍ନତି ହେବ । ଯେଉଁ ମାନେ ବେକାରି ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିପାରେ । ପ୍ରମୋଶନ ହୋଇପାରେ । ନୂତନ ଗୃହ, ଜମି ଓ ବାହନ ସୁଖ ମିଳିପାରେ । ମାତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପୁରୁଣା ଜମି ବିକ୍ରି ହୋଇଯିବ । ବିଦେଶକୁ ଯିବାର ପ୍ଳାନ କରୁଥିଲେ ଏବେ ଯାଇପାରିବେ ।

ତୁଳା ରାଶି : ଦୀର୍ଘ ୩୦ ବର୍ଷ ପରେ ଶନିଦେବ ଆପଣଙ୍କର ପଞ୍ଚମ ଭାବରେ ଗୋଚର କରିବେ ।  ଶିକ୍ଷା, ସନ୍ତାନ ସୁଖ, ପ୍ରେମର ଭାବରେ ସମୟ ଶୁଭ ରହିବ । ଯେଉଁ ମାନେ ସନ୍ତାନ ପାଇଁ ପ୍ଲାନିଙ୍ଗ କରୁଛନ୍ତି ସେମାନଙ୍କୁ ଜାନୁଆରୀ ୧୭ ପରେ ସୁଖଦ ଖବର ମିଳିବ । ଯେଉଁ ମାନେ ହାୟର ଏଜୁକେସନ କରିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ସମୟ ଶୁଭ ରହିବ ।

ଧନୁ ରାଶି ; ଧନୁ ରାଶିର ସାଢେଷାତି ସମାପ୍ତ ହୋଇଯିବ । ଶନିଦେବ ଆପଣଙ୍କର ତୃତୀୟ ଘରେ ୩୦ ବର୍ଷ ପରେ ଗୋଚର କରିବେ । ଘର ପରିବାରରେ ଯେଉଁ ସମସ୍ଯା ଚାଲିଥିଲା ବା ଯେ କୌଣସି ସମସ୍ଯା ଥିଲା ତାହା ଦୂର ହେବ । ଆପଣଙ୍କୁ ଫାଇନାନ୍ସ ଫାଇଦା ମିଳିବ । କ୍ଯାରିୟରରେ ଉଚ୍ଚ ସ୍ଥାନକୁ ଯିବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ମକର ରାଶି : ମକର ରାଶିର ଅନ୍ତିମ ଚରଣ ଆରମ୍ଭ ହୋଇଯିବ । ଯାହା ଫଳରେ ଶନିଦେବ ଶୁଭ ଫଳ ପ୍ରଦାନ କରିବେ । ପୂର୍ବରୁ ଟଙ୍କା ପଇସାକୁ ନେଇ ଯେଉଁ ସମସ୍ଯା ଥିଲା ତାହା ଦୂର ହେବ । ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବ୍ୟାପାରରେ ବଡ ଲାଭ ମିଳିବ । ନୂତନ ଗ୍ରହ ନିର୍ମାଣ କରିବାରେ ସକ୍ଷମ ହେବେ । ଭାଗ୍ୟ ବଳରେ ସଫଳତା ହାସଲ କରିବେ । ଯେଉଁ କାର୍ଯ୍ୟ କରିବେ ସଫଳ ହେବେ ।

କୁମ୍ଭ ରାଶି : କୁମ୍ଭ ରାଶିରେ ଶନିଦେବ ରାଜଯୋଗ ବନାଇବେ ପ୍ରଥମ ଘରେ ୩୦ ବର୍ଷ ପରେ । ଅଚାନକ ଧନ ଲାଭ ହେବ । ରାଜନୀତି କ୍ଷେତ୍ର ବା ଲୁହା ସହ ଜଡିତ କାମ କରୁଥିଲେ ସଫଳ ହେବେ । ଏପରି ରାଜଯୋଗ କାରଣରୁ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ । ଖାଲି ବସିଥିବା ବ୍ୟକ୍ତିଙ୍କୁ ଚାକିରି ମିଳିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *