ସ୍ଵାମୀଙ୍କ ବସ୍ତ୍ର ଧୋଉଥିବା ମହିଳାମାନେ ନିଶ୍ଚୟ ଦେଖନ୍ତୁ… 

ନମସ୍କାର ବନ୍ଧୁଗଣ, ସ୍ଵାମୀ ଗୋଟିଏ ସ୍ତ୍ରୀ ପାଇଁ ଭଗବାନ ସଦୃଶ ହୋଇଥାଏ । ତେଣୁ ସ୍ଵାମୀର ସେବା କରିବା ପାଇଁ ସ୍ତ୍ରୀମାନେ ସବୁବେଳେ ଉପସ୍ଥିତ ଥାନ୍ତି । ସ୍ଵାମୀଙ୍କୁ ଖାଇବାକୁ ଦେବା ସହ ତାଙ୍କ ବସ୍ତ୍ର ଇତ୍ୟାଦି ସଫା କରିବା ମଧ୍ୟ ସ୍ତ୍ରୀର କର୍ତ୍ତବ୍ୟ ହୋଇଥାଏ ବୋଲି ସମସ୍ତେ ଭାବନ୍ତି । କିନ୍ତୁ ଏହା କରିବା ଦ୍ଵାରା କେତେ ବଡ କ୍ଷତି ହୋଇଥାଏ ତାହା ସମ୍ପର୍କରେ ନା କୌଣସି ପୁରୁଷ ନା କୌଣସି ଜଣା । ତେଣୁ ଆଜି ଆମେ ଜଣାଇବା ପାଇଁ ଯାଉଛି ସ୍ତ୍ରୀ ମାନେ ସ୍ଵାମୀମାନଙ୍କ ବସ୍ତ୍ର ଧୋଇବା ଦ୍ଵାରା କେଉଁ ଅସୁବିଧା ହୋଇଥାଏ ।

ଅନେକ ପୁରୁଷ ମାନେ ଗାଧୋଇ ସାରିବା ପରେ ପିନ୍ଧିଥିବା ବସ୍ତ୍ରକୁ ଗାଧୁଆ ଘରେ ପକେଇ ଦେଇ ଆସନ୍ତି ସ୍ତ୍ରୀ ସଫା କରିବ ବୋଲି କାରଣ ଏହା ତ ସ୍ତ୍ରୀର କାମ ବୋଲି ସେମାନେ ଭାବନ୍ତି । କିନ୍ତୁ ସବୁବେଳେ ମନେ ରଖନ୍ତୁ ପୁରୁଷ ମାନେ ନିଜର ଅଣ୍ଟା ତଳକୁ ପିନ୍ଧିଥିବା ସମସ୍ତ ବସ୍ତ୍ର ନିଜେ ହିଁ ଧୋଇବା ଉଚିତ ହୋଇଥାଏ । ତାହାକୁ ଅନ୍ୟ କେହି ଧୋଇବା ସମ୍ପୂର୍ଣ ଅନୁଚିତ ।

ମହିଳା ମାନଙ୍କ ଉପରେ ଘରର ସବୁ ଦାୟିତ୍ଵ ରହିଥାଏ । ରୋଷେଇ କରିବା ଠାରୁ ଆରମ୍ଭ କରି ଖାଇବା ବଢିକି ଦେବା ଏବଂ ସମସ୍ତଙ୍କ ଡ୍ରେସ ଇତ୍ୟାଦି ମଧ୍ୟ ସଫା କରିଥାନ୍ତି , ଭାବନ୍ତୁ ଗୋଟିଏ ମହିଳା ଏତେ ସବୁ କାମ କିଭଳି ଭାବରେ ଏକା ସମ୍ଭାଳିବେ ଆଉ କେତେଦିନ ସମ୍ଭାଳି ପାରିବେ ।

ଆଜିକାଲି ଯେଉଁ ଯୁଗ ହେଲାଣି ପ୍ରାୟ ସମସ୍ତଙ୍କ ଦେହ ଖରାପ ରହୁଛି । କିନ୍ତୁ ପୁରୁଷ ମାନଙ୍କ ମନରେ ଗୋଟିଏ କଥା ହିଁ ରହିଯାଇଛି ବସା ବାନ୍ଧି କି ନାରୀ ମାନେ ମରନ୍ତୁ କି ସରନ୍ତୁ ସେମାନେ ହିଁ ଘରର ସବୁ କାମ କରିବେ ଏବଂ ସମସ୍ତଙ୍କ କଥା ବୁଝିବେ । ଯେଉଁ ପୁରୁଷ ଏହା ଭାବୁଛନ୍ତି ଏଇଟା ସବୁଠାରୁ ବଡ ଭୁଲ ଭାବନା ଅଟେ ଆପଣଙ୍କର ।

ତେଣୁ ସମସ୍ତଙ୍କ ପୁରୁଷ ମାନଙ୍କୁ ଏକ ସଚେତନ ବାର୍ତ୍ତା ନିହାତି ଭାବରେ ରହିବ କି ପୁରୁଷ ହେଲେ ମଧ୍ୟ ନିଜ ମାଆ ହୁଅନ୍ତୁ ନା ସ୍ତ୍ରୀ ହୁଅନ୍ତୁ ତାଙ୍କ ଉପରେ ଭାର ନ ବଢାଇ କିଛି କାମରେ ତାଙ୍କୁ ସାହାର୍ଯ୍ୟ କରନ୍ତୁ । କିଛି ନ କରିପାରିଲେ ନିଜ କାମ ଅଳପ ବହୁତ ହେଉ ପଛେ କରିଦିଅନ୍ତୁ । ତାଙ୍କ କଷ୍ଟକୁ ଟିକିଏ ବୁଝନ୍ତୁ । 24 ଘଣ୍ଟା କାମ କରିବା ସହଜ କଥା ନୁହେଁ ।

ତେଣୁ ମହିଳା ମାନଙ୍କୁ ମଧ୍ୟ କଷ୍ଟ ଲାଗିଥାଏ ଏହା ଭାବନ୍ତୁ । ଏହିସବୁ କଥା ଭିତରେ ସବୁଠାରୁ ମୁଖ୍ୟ ହେଉଛି ପୁରୁଷ ମାନେ ନିଜ ଅଣ୍ଟା ତଳର ସମସ୍ତ ବସ୍ତ୍ର ନିହାତି ଭାବରେ ସଫା କରନ୍ତୁ ଏବଂ ଧୁଅନ୍ତୁ । ନଚେତ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଛାଡିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *