Health Tips- ସେଓ ଖାଉଥିବା ଲୋକ ଏହି ୨ ଟି ଜିନିଷ ଏକା ସହିତ ଭୁଲରେ ବି ଖାଇବେ ନାହିଁ, ନହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ପାଇଁ ଫଳ ଖାଇବା ବହୁତ ହିଁ ସ୍ଵାସ୍ଥକର ହୋଇଥାଏ । ସେହି ପରିବା ଗୁଡିକ ମଧ୍ୟରୁ ଆଜି ସେଓ ଉପରେ ଆଲୋଚନା କରିବା । ସେଓ ଖାଇବା ଦ୍ଵାରା ଶରୀରକୁ ମିଳୁଥିବା ଫାଇଦା ଓ ଏହା ସହିତ କେଉଁ ଖାଦ୍ୟ ମିଶାଇ ଖାଇବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ ତାହା ଜାଣିବା । ସେଓରେ ଅନେକ ପ୍ରକାର ଭିଟାମିନ, ମିନେରାଲ ଓ ଫାଇବର ରହିଥାଏ ।

ଜଣେ ସୁସ୍ଥ ଲୋକ ଯେକୌଣସି ସମୟରେ ମଧ୍ୟ ସେଓର ସେବନ କରିପାରିବ । ସେଓ ଖାଇବାର ସବୁଠାରୁ ଭଲ ସମୟ ହେଉଛି ସକାଳର ବ୍ରେକଫାଷ୍ଟ ସମୟରେ ସେଓକୁ ଆରାମରେ ଖାଇପାରିବେ । ସନ୍ଧ୍ଯା ସମୟରେ ସେଓକୁ ଖାଇବା ଦ୍ଵାରା ଏହାର ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୋଇପାରେ । ବହୁତ ଲୋକ ସେଓକୁ ବିନା ଚୋପାରେ ଖାଇବାକୁ ପସନ୍ଦ କରିଥାନ୍ତି ।

ସେଓ ଖାଇବାର ଯଦି ସଠିକ ଫାଇଦା ପାଇବା ପାଇଁ ଚାହୁଁଥାନ୍ତି । ତେବେ ସେଓକୁ ଚୋପା ସହିତ ହିଁ ଖାଇବା ଉଚିତ । କାରଣ ସେଓର ଚୋପାରେ ଭିଟାମିନ ଓ ଫାଇବର ମହଜୁଦ ରହିଥାଏ । ସେଓକୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଖାଇବା ଉଚିତ । ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ଯା ରହୁଥାଏ ।

ସେମାନେ ପ୍ରତିଦିନ ବ୍ରେକଫାଷ୍ଟରେ ଗୋଟିଏ ଲେଖା ସେଓ ଖାଇବାର ଅଭ୍ଯାସ ରଖିବା ଉଚିତ । ରାତିରେ ଶୋଇବା ପୂର୍ବରୁ ସେଓ ଖାଇକି ଶୋଇବା ଅନୁଚିତ । ଏପରି କରିବା ଦ୍ଵାରା ଖାଦ୍ୟର ହଜମ ପ୍ରକ୍ରିୟାରେ ବାଧା ଆସିଥାଏ । ସେଓକୁ କେବେ ମଧ୍ୟ କ୍ଷୀର କିମ୍ବା ଦହି ସହ ମିଶାଇ ଖାଇବା ଉଚିତ ନୁହେଁ।  ସେଓ ଖାଇବା ସମୟରେ ବା ସେଓ ଖାଇବାର ସଙ୍ଗର ସଙ୍ଗେ ମୂଳା ଖାଉଥାନ୍ତି ।

ତେବେ ଏହା ଦ୍ଵାରା ବ୍ୟକ୍ତିର ଶରୀରରେ ଧଳା ଧଳା ଦାଗ ହୋଇଯିବାର ସମ୍ଭାବନା ରହିଥାଏ । ସେଓ ଖାଇବାର ସଙ୍ଗେ ସଙ୍ଗେ ଖଟା ଜାତୀୟ ଖାଦ୍ୟର ସେବନ କରିବା ଅନୁଚିତ । ସେଓ ଖାଇକି ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ । ନଚେତ ଶରୀରରେ କଫ ଜମିଥାଏ । ତେଣୁ ସେଓ ଖାଇବାର ୧ ଘଣ୍ଟା ପରେ ପାଣି ସେବନ କରିବା ଉଚିତ ।

ଯେଉଁ ମାନଙ୍କର ପ୍ରାୟ ଜିନିଷ ଖାଇବାରେ ଆଲର୍ଜୀ ରହୁଥାଏ । ସେମାନେ ସେଓ ଖାଇବା ସମୟରେ ଅଧିକ ସଚେତନ ରହିବା ଉଚିତ । ଡାଇବେଟିସ ରୋଗୀ ମଧ୍ୟ ସେଓ ଖାଇପାରିବେ କିନ୍ତୁ ଏହାର ବହୁଳ ସେବନ କରିବା ସ୍ଵାସ୍ଥ ପକ୍ଷେ ହାନୀକରକ ହୋଇପଡିବ । ହିମୋଗ୍ଲୋବିନ ଅଭାବରେ ଯେଉଁ ମାନଙ୍କ ଶରୀରରେ ରକ୍ତର ଅଭାବ ରହିଥାଏ ।

ସେମାନେ ସେଓ ଖାଇବା ଉଚିତ । ଯାହା ଦ୍ଵାରା ଶରୀରରେ ରକ୍ତ ମାତ୍ରା ବୃଦ୍ଧି ହୋଇଥାଏ । ତେବେ ସେଓକୁ ଏହି ସବୁ ନିୟମ ମାନି ଖାଇବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *