Health Tips- ଶରୀରରେ ରକ୍ତ ଅଭାବ ସମସ୍ଯା 8 ଦିନରେ ମୂଳରୁ ଶେଷ…ଜାଣନ୍ତୁ ଏଥିପାଇଁ ଆପଣ କଣ କରିବେ ?

ନମସ୍କାର ବନ୍ଧୁଗଣ , ଶରୀରରେ ଆସିଥିବା ପରିବର୍ତ୍ତନ ଆମ ଅନେକ ରୋଗ ଆଡ କୁ ସଂକେତ ଦେଇଥାଏ । ମାତ୍ର ଆମେ ଏହାକୁ ଜାଣିପାରିନଥାଉ ଯଦି ଆପଣଙ୍କୁ ଥକାପଣ ଅନୁଭବ ହେଉଛି , ଚାଲିବା ଉଠିବା ସମୟରେ ଶ୍ଵାସ ନେବାରେ ସମସ୍ୟା ଦେଖାଯାଏ , ମୁହଁ ହଳଦିଆ ହୋଇଯାଏ ତେବେ ଏହି ପରିସ୍ଥିତିରେ କେବଳ ଆରାମ ନ କରି ଆପଣଙ୍କ ଶରୀରରେ ଥିବା ରକ୍ତହୀନ ବା ଶରୀର ରେ ରକ୍ତ ର ମାତ୍ର କୁ ଯେପରିକି ପୂରଣ କରିପାରିବେ ଏହା ସମ୍ବନ୍ଧୀୟ ଉପାୟ କୁ କରିବା ଉଚିତ୍ ।

ଆଜି ଆମେ ଜାଣିବା ଶରୀର ରେ ରକ୍ତର ଅଭାବ କୁ କେମିତି ପୂରଣ କରିବା । ଆସନ୍ତୁ ଜାଣିବା ଡାକ୍ତର ସାଲିମ ଜେଦୀଙ୍କ କଥାରେ ଯେ କଣ କରିବା ଏବଂ ଖାଇବା ଦ୍ଵାରା ରକ୍ତ ର ମାତ୍ରା ବୃଦ୍ଧି ହୋଇଥାଏ । ପ୍ରଥମେ ତ ଆପଣ କେମିତି ଜାଣିବେ କି ଆପଣଙ୍କ ଶରୀର ରେ ରକ୍ତର ଅଭାବ ରହିଛି  , ଯଥା ଆପଣଙ୍କୁ ଅଳ୍ପ ଟିକେ କାମ କରି ଥକି ଯାଆନ୍ତି , ଓ ଯେଉଁମାନଙ୍କ ଶରୀରରେ ରକ୍ତ ର ଅଭାବ  ରହିଥାଏ ସେମାନଙ୍କର ଶ୍ଵାସ ଫୁଲିଯାଇଥାଏ ।

ଏହା ଛାଡ ରକ୍ତର ଅଭାବ ରୁ ଚୁଟି ଝଡିଥାଏ , ମୁହଁ ହଳଦିଆ ହୁଏ ଓ ବ୍ୟକ୍ତି ସର୍ବଦା ରାଗି ରାଗି ରହିଥାନ୍ତି । ଯଦି ଆପଣଙ୍କ ଶରୀର ରେ ଏହି ସବୁ ଲକ୍ଷଣ ଦେଖାଯାଏ ତେବେ ଏହା ରକ୍ତର ଅଭାବ ର ସଂକେତ ଅଟେ । ରକ୍ତର କମ୍ ହେବାର ମୁଖ୍ୟ କାରଣ ହେଉଛି ଆଇରନ ର ଅଭାବ ଯଦି ଅଶରୀର ରେ ଆଇରନ ର ମାତ୍ରା କମିଯାଇଥାଏ ତେବେ ରକ୍ତର ମାତ୍ର ମଧ୍ୟ କମିଥାଏ ।

ଏହା ସହିତ ଭିଟାମିନ – ସି ର ମାତ୍ରା କମ୍ ରହିଲେ ମଧ୍ୟ ରକ୍ତର ଅଭାବ ଦେଖାଯାଏ । ଅନେକ ଲୋକମାନେ ରକ୍ତର ପୂରଣ ପାଇଁ କେବଳ ଆଇରନ ଥିବା ଖାଦ୍ୟ କୁ ଖାଇଥାନ୍ତି ,କିନ୍ତୁ ଆମ କୁ ଭିଟାମିନ – ସି କୁ ମଧ୍ୟ ନିଜର ଡାଏଟ ରେ  ସାମିଲ କରିବା ଉଚିତ୍ । ଲେମ୍ବୁ ପାଣି ପିଇବା ଦ୍ଵାରା ଭିଟାମିନ – ସି ମିଳିଥାଏ ଏବଂ ଅଁଳା  କୁ ଖାଇବା  ଦ୍ଵାରା ମଧ୍ୟ ଭିଟାମିନ- ସି ପ୍ରଚୁର ମାତ୍ରା ରେ ମିଳିଥାଏ ।

ଏହା ବ୍ୟତୀତ ସବୁଜ ପନିପରିବାରେ ମଧ୍ୟ ଭିଟାମିନ – ସି ରହିଥାଏ ତେଣୁ ଏହାକୁ ଖାଇବା ରକ୍ତର ଅଭାବ କୁ ପୂରଣ କରିଥାଏ । ବିଭିନ୍ନ ପ୍ରକାରର ଶାଗ ରେ ମଧ୍ୟ ଭିଟାମିନ – ସି ମିଳିଥାଏ । ବିଟ  ଏବଂ ବେଦନା କୁ ଖାଇବା ହେତୁ ଶରୀର ରେ ରକ୍ତ ର ମାତ୍ରା ବହୁତ ଅଧିକ ବୃଦ୍ଧି ହୋଇଥାଏ ।

ତମ୍ବା ର ପାତ୍ରର ରେ ପାଣି ଭତ୍ତି କରି ସକାଳେ ଏହାକୁ ପିଇବା ଦ୍ଵାରା ଶରୀରରେ ରକ୍ତର ମାତ୍ରା ବଢିଥାଏ । ଏହା ବ୍ୟତୀତ କଳା ଜିରା କୁ ବ୍ୟବହାର କରିବା ଦ୍ଵାରା ଏହା ଶରୀର ରେ ରକ୍ତର ଅଭାବ କୁ ତୀବ୍ର ଗତିରେ ବଢାଇ ଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *