9 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ ‘ସପନେ ସୁହାନେ ଲଡ଼କପନ’ ରୁ ଫେମସ ହୋଇଥିବା ଏହି 2 ଷ୍ଟାର, ଦେଖା ଯାଆନ୍ତି କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜି ଟିଭି ରେ ପ୍ରସାରିତ ଲୋକପ୍ରିୟ ଧାରବାହିକ ‘ସପନେ ସୁହାନେ ଲଡ଼କପନ’ ନିଶ୍ଚୟ ଦେଖିଥିବେ ।

ଏହା ୨୦୧୨ ରେ ଟିଭି ରେ ପ୍ରସାରିତ କରାଯାଇଥିଲା । ଏହି ଧାରବାହିକ ରେ ଆମେ ଦୁଇ ଏମିତି ଝିଅ ଙ୍କ ର କାହାଣୀ ଦେଖିବାକୁ ପାଇଥିଲୁ ଯିଏ ନିଜର ଜୀବନ ଶୈଳୀ କୁ ଛାଡି ପରସ୍ପରର ଜୀବନ ଶୈଳୀ ରେ ବଞ୍ଚିବାକୁ ଚାହାନ୍ତି ।

ଧାରବାହିକ ର ଏହି କାହାଣୀ ଦର୍ଶକ ମାନଙ୍କୁ ଆକର୍ଷଣ କରିଥିଲା ଏବଂ ଏହି ଟିଭି ସିରିଆଲ ତ ଟି ଆର ପି ରେ ସବୁଠୁ ଆଗରେ ରହୁଥିଲା । ଏହି ଧାରବାହିକ ର ସଫଳତା ଏହି ଧାରବାହିକ ରେ ଥିବା ସମସ୍ତ କଳାକାରଙ୍କ ଦ୍ଵାରା ହିଁ ସମ୍ଭବ ହୋଇ ପାରିଥିଲା । ସେ ମୁଖ୍ୟ ନାୟକ ନାୟିକା ହୁଅନ୍ତୁ କିମ୍ବା ପାର୍ଶ୍ଵ କଳାକାର କିମ୍ବା ଖଳନାୟକ ଓ ଖଳନାୟିକା । ସମସ୍ତ ଙ୍କ ଯୋଗଦାନ ଦ୍ୱାରା ହିଁ ଏହା ସଫଳତା ଓ ପ୍ରସିଦ୍ଧି ଲାଭ କରି ପାରିଥିଲା । ଏହି ଧାରବାହିକ ରେ ଥିବା ସମସ୍ତ ଚରିତ୍ର ଲୋକମାନଙ୍କୁ ଖୁବ ପସନ୍ଦ ଆସୁଥିଲା ।

କିନ୍ତୁ ସବୁଠୁ ଲୋକପ୍ରିୟତା ହାସଲ କରିଥିଲେ ଗୁଂଜନ ଓ ମୟଙ୍କ ଙ୍କ ଯୋଡ଼ି । ଏହି ଯୋଡ଼ି ଙ୍କୁ ପରଦା ରେ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ତେବେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ଗୁଞ୍ଜନ ଏବଂ ମୟଙ୍କ ଚରିତ୍ର ର ଯୋଡ଼ି ରେ ଅଭିନୟ କରିଥିବା ଏହି ଦୁଇ କଳାକାର ବର୍ତ୍ତମାନ କଣ କରୁଛନ୍ତି ଏବଂ କିଭଳି ଦେଖା ଯାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଯୋଡ଼ି ରୂପରେ ଅଭିନୟ କରିଥିବା କଳାକାର ଙ୍କ ସମ୍ବନ୍ଧରେ କହିବୁ ।

ଏହି ଧାରବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଗୁଂଜନ ଙ୍କ ରିଅଲ ନାଁ ହେଉଛି ‘ରୂପଲ ତ୍ୟାଗୀ’ । ତାଙ୍କ ଜନ୍ମ ୫ ଅକ୍ଟୋବର ୧୯୮୯ ରେ ବମ୍ବେ ରେ ହୋଇଥିଲା । ସେଥିପାଇଁ ତାଙ୍କ ସମସ୍ତ ପାଠ ପଢା ଏହି ବମ୍ବେ ରେ ସମ୍ପୂର୍ଣ୍ଣ ହୋଇଥିଲା । ରୂପଲ ନିଜର ଅଭିନୟ ଧାରବାହିକ ‘ହମାରୀ ବେଟିୟୋ କି ବିବାହ’ ୨୦୦୮ ରୁ ହିଁ ଆରମ୍ଭ ହୋଇଥିଲା । ସେ ଧାରବାହିକ ରେ ତାଙ୍କ ଚରିତ୍ର ଓ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ।

ଏବଂ ଏହା ଛଡା ସେ ଅନ୍ୟ ବହୁତ ଧାରବାହିକ ରେ ଅଭିନୟ କରିସାରିଛନ୍ତି । ଯେମିତିକି ‘କସମ ସେ’ ଭଳି ଲୋକପ୍ରିୟ ଧାରବାହିକ ରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇପାରିଥିଲେ । ଏବଂ ସେ ରିୟାଲିଟି ସୋ ବିଗ ବସ୍ ରେ ଯୋଗଦେଇ ନିଜର ବ୍ୟକ୍ତିତ୍ବ କୁ ଲୋକମାନଙ୍କ ଆଗରେ ପରିବେଷଣ କରିଥିଲେ ଏବଂ ଦର୍ଶକ ମାନେ ମଧ୍ୟ ରୂପଲ ଙ୍କୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏବଂ ଏହି ସୋ ରେ ଭାଗ ନେଇ ସାରିବା ପରେ ତାଙ୍କୁ ଆଉ କୌଣସି ପରିଚୟ ର ଆବଶ୍ୟକ ନାହିଁ ।

ସେ ଏବେ ଘରେ ଘରେ ପରିଚିତ । ସେ ଧାରବାହିକ ରେ ଯେପରି ଚୁଲବୁଲି ଚରିତ୍ରରେ ଅଭିନୟ କରିଥିଲେ ବାସ୍ତବ ଜୀଵନ ରେ ମଧ୍ୟ ସେ ସେହିପରି ଚୁଲବୁଲି ଅଟନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି । ସେ ନିଜର ୩୧ ବର୍ଷ ବୟସ କଂପଲିଟ କରି ସାରିଛନ୍ତି । ସେ ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସେ ପୁଣିଥରେ କମ୍ ବ୍ୟାକ୍ କରିଛନ୍ତି ଏବଂ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି । ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଯଦି କହିବା ତେବେ ସେ ସିଙ୍ଗଲ ଅଛନ୍ତି ।

ଏହି ଧାରାବାହିକ ରେ ‘ମୟଙ୍କ’ ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ନାଁ ହେଉଛି, ‘ଅଙ୍କିତ ଗେରା’ । ଏହି ଅଭିନେତା ଜଣକ ୧ସେପ୍ଟେମ୍ବର ୧୯୮୭ ମସିହାରେ ନୂଆଦିଲ୍ଲୀ ରେ ହୋଇଥିଲା । ଏହି ଅଭିନେତା ନିଜ ଆକ୍ଟିଂଗ କ୍ୟାରିଅର ର ଆରମ୍ଭ ଟିଭି ସିରିଆଲ ‘ମାହି ବେ’ ରୁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଟିଭି ସିରିଆଲ ‘ମନ କି ଆୱାଜ ପ୍ରତିଜ୍ଞା’, ‘ଅଗ୍ନିଫେରା’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା ।

ନିଜର ଅଭିନୟ ଜରିଆ ରେ ସେ ଖୁବ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ବର୍ତ୍ତମାନ ଏହି ଅଭିନେତା ନିଜର ୩୩ ବର୍ଷ ବୟସ କଂପଲିଟ କରିସାରିଛନ୍ତି । ଏହି ଅଭିନେତା ପୂର୍ବ ଭଳି ହାଣ୍ଡସମ ଏବଂ ଡ୍ୟାସିଙ୍ଗ ଦେଖା ଯାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିନେତା ନିଜର ଆକ୍ଟିଂଗ କ୍ୟାରିଅର କୁ ଜାରି ରଖିଛନ୍ତି । ଯଦି ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ବର୍ତ୍ତମାନ ସେ ଅଭିନେତ୍ରୀ ‘ସାରା ଖାଁ’ ଙ୍କୁ ଡେଟ କରୁଛନ୍ତି ।

ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *