Health Tips- ବାସି ମୁହଁରେ ପାଣି ପିଇଲେ ଶରୀରରେ ଯାହା ହେବ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ…

ନମସ୍କାର ବନ୍ଧୁଗଣ ,  ଆମ ଶରୀର ପଞ୍ଚଭୂତ ରେ ଗଠିତ ହୋଇଥାଏ । ଯଥା ବାୟୁ , ଜଳ , ଆକାଶ , ଅଗ୍ନି ଏବଂ ମାଟି ଏହି ପାଞ୍ଚଟି ବିଷୟ କୁ ନେଇ ଗଠିତ  ହୋଇଥାଏ ମଣିଷର ଶରୀର । ପ୍ରକୃତି ସହିତ ମଣିଷ ର ସମ୍ପର୍କ ରହିଛି ତେଣୁ ମଣିଷ କୁ ପ୍ରାକୃତିକ ପ୍ରାଣୀ କୁହାଯାଇଥାଏ । ଏହି ପଞ୍ଚୋଟି ବିଷୟରୁ ପାଣି ଅଂଶ ଅଧିକ ରହିଥାଏ ମଣିଷ ର ଶରୀରରେ ଅଥାତ ପାଣି 72%ପ୍ରତିଶତ ରହିଥାଏ ।

ବାୟୁ ଅମ୍ଳଜାନ ରୂପରେ ରହିଥାଏ , ମାଟି ଆମ ଚର୍ମ ରେ ରହିଥାଏ ଏବଂ ଆପଣମାନେ ଅନୁଭବ କରିଥିବେ ଯେ ଯେତେ ବେଳେ ଆମ କୁ ଜ୍ଵର ହୋଇଥାଏ । ଦେହ ଗରମ ହୋଇ ଅଗ୍ନି ଭଳି ତାତି ଯାଇଥାଏ ଏହା ହେଉଛି ଅଗ୍ନି ଓ ଶରୀରରେ ଯେଉଁ ଖାଲି ଅଂଶ ରହିଥାଏ ତାହାକୁ ଆମେ ଆକାଶ କହିଥାଏ ।  ତେଣୁ ଏହି ସବୁ ଗୁଡାକୁ ନେଇ ଆମ ଶରୀର ଗଠିତ ହୋଇଥାଏ , ମାତ୍ର ଏହି ସବୁଥିରୁ ପାଣି ଭାଗ ଅଧିକ ରହିଥାଏ ।

ଯଦି ଆପଣ ଶରୀରର ଏହି ଭାଗର ଅଧିକ ଯତ୍ନ ନେବେ ତେବେ ଆପଣଙ୍କୁ ଜୀବନ ସାରା କୋଣସି ରୋଗ ହୋଇନଥାଏ । ସାଉଥ ଭାଗର ଲୋକମାନେ ତାଙ୍କର ଘରମାନଙ୍କ ରେ ତମ୍ବା ର ଏକ ପାତ୍ର ରଖି  ରାତିରେ ଶୋଇଲା ସମୟରେ ଏଥିରେ ପାଣି  ଭର୍ତ୍ତି କରି ସକାଳେ ତହିରୁ  ପାଣି  ପିଅନ୍ତି ।  ଏହା ଏକ ପୁରାତନ  ନିୟମ ଅଟେ । କାରଣ ଯଦି ଆମେ ପାଣିକୁ ସଠିକ ବ୍ୟବହାର କରିବା  ପାଣି ମଧ୍ୟ ଆମ  ସହ ସେହି ଭଳି ବ୍ୟବହାର କରେ ।

ଆଜି ଆମେ ଜାଣିବା ପାଣି ପିଇବାର ସଠିକ ନିୟମ ସମ୍ବନ୍ଧରେ ।  ଆପଣଙ୍କୁ ତମ୍ବା ଏକ ବୋତଲ ନେବା ଉଚିତ୍ ଏବଂ ଶୋଇବା ପୂର୍ବରୁ ଏଥିରେ ପାଣି ରଖି ଶୋଇବେ ସକାଳୁ ଉଠିଲା ମାତ୍ରେ ସେହି ପାଣିର ସେବନ କରିବା ଉଚିତ୍ । ଏହା ଦ୍ଵାରା ଆପଣଙ୍କ ଶରୀରରେ ରାତିରେ ଖାଇଥିବା ଖାଦ୍ୟ ଏସିଡିଟି ରେ ପରିଣତ ହୋଇଯାଏ ଏହା ପିଇବା ଦ୍ଵାରା ପରିସ୍ରା ବାଟେ ଆସିଯାଏ । ଯଦି ଆପଣ ପାଣି ନ ପିଇବେ ତେବେ ଆପଣଙ୍କୁ ଏସିଡିଟି , ଗ୍ୟାଷ୍ଟିକ ଭଳି ଏକଶହ ନଅ ରୋଗର ସାମନା କରିବାକୁ ପଡିଥାଏ ।

ଯଦି ଆପଣ ନିଜର ହଜମ ପ୍ରକ୍ରିୟା ଏବଂ ପେଟ କୁ ସଫା ରଖନ୍ତି ତେବେ ଆୟୁର୍ବେଦ ଅନୁସାରେ ଆପଣଙ୍କୁ ଦୁନିଆର 90% ପ୍ରତିଶତ ରୋଗ ଆପଣଙ୍କୁ ଛୁଇ ନ ଥାଏ । ଯଦି କୋଣସି ବ୍ୟକ୍ତିର ଚକ୍ଷୁ ସମସ୍ୟା ରହିଥାଏ ତେବେ ସେ ସକାଳୁ ଉଠିଲା ପରେ ନିଜର ଜିବର ଲାଳ କୁ ଆଖିରେ ଲଗେଇବା ଦ୍ଵାରା ଆଖି ର ତେଜ ବଢିଥାଏ । ସକାଳୁ ଉଠିଲା ପରେ ବାସି ମୁହଁରେ ପାଣି ପିଇବା ଦ୍ଵାରା ପେଟ ସମ୍ବନ୍ଧୀୟ ରୋଗ ଦୂର  ହୋଇଥାଏ ।

ଯେଉଁ ଲୋକମାନେ ଖାଇଲା ପରେ ବି ମୋଟା ହୋଇନଥାନ୍ତି  ଖାଲି ପେଟ ପାଣିର ସେବନ ରେ ମୋଟା ହୁଅନ୍ତି । ଏହା ସହିତ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଦିନ ସାରା କାମ କରିବାକୁ ଶକ୍ତି ଦେଇଥାଏ । ତେଣୁ ସକାଳୁ ଉଠିଲା ପରେ ପାଣିର ସେବନ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *