Health Tips- ପେଟର ସବୁ ଟେଷ୍ଟ ରିପୋର୍ଟ ନର୍ମାଲ ତଥାପି ପେଟ ଖରାପ କାହିଁକି ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ, ପ୍ରାୟ ଲୋକଙ୍କର ଗୋଟିଏ ଅଭିଯୋଗ ରହିଥାଏ କି ବହୁତ ଜାଗାରେ ଯାଇ ବହୁତ ପରୀକ୍ଷା କରି ସାରିଲୁଣି ତଥାପି ପେଟ ସମସ୍ୟା ଦୂର ହେଉନାହିଁ  । ଯେମିତି କଷ୍ଟ ହେବା କଥା ସେମିତି ହେଉଛି । ଯଦି ଆପଣଙ୍କ ସହ ଏଭଳି ଅସୁବିଧା ହେଉଛି ତେବେ ଏହା ପଛର ମୂଳ କାରଣ ବହୁତ ସାଧାରଣ ଅଟେ କିନ୍ତୁ ତାହା ଆପଣଙ୍କ ସାମ୍ନାରେ ଜଟିଳ ଭାବରେ ରହିଥାଏ । ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ପେଟ ଜନିତ ସମସ୍ୟା ଦୂର ହେବ ।

ଯଦି ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଥାଏ ଆଉ ଆପଣ ତାହାର ଯେତେ ପ୍ରକାର ଚିକିତ୍ସା କରିବା ଦ୍ଵାରା ମଧ୍ୟ ତାହା ଠିକ ହେଉନଥାଏ । ଆପଣଙ୍କୁ ବହୁତ ଡାକ୍ତରଙ୍କ ପାଖକୁ ଯିବାକୁ ପଡିଥାଏ । ଅନେକ ମେଡ଼ିସିନ ଖାଇ ଦେହକୁ ଭଲରୁ ଆପଣ ଖରାପ ବସନ୍ତି । ହେଲେ ପେଟ ସମସ୍ୟା ଭଲ ହେବାର ପ୍ରକୃତ କାରଣଟି କାହା ଠାରୁ ଜାଣି ପାରନ୍ତି ନାହିଁ ।

ପ୍ରକୃତ କଥା ହେଉଛି ଆପଣଙ୍କ ମନ ଆପଣଙ୍କ ପେଟ ସମସ୍ୟାର ମୂଳ କାରଣ ଅଟେ । ଆପଣଙ୍କ ମନ ପାଇଁ ଆପଣଙ୍କ ପେଟ ସମସ୍ୟା ଦେଖା ଦେଇଥାଏ । ଆପଣଙ୍କ ମନ ବାରମ୍ବାର କହିଥାଏ ପେଟ ଭଲ ହେଉନି ପେଟ ଭଲ ହେଉନି କିନ୍ତୁ ହୁଏତ ପେଟ ଭଲ ନ ହେବାର ଆଉ କିଛି କାରଣ ରହିପାରେ କିନ୍ତୁ ଆପଣଙ୍କ ମନ ତାହା କରିବାକୁ ଆପଣଙ୍କୁ ଦେଇନଥାଏ ।

ଆପଣଙ୍କ ମନ ଆପଣଙ୍କ ପେଟ ଖରାପ ଅଛି କହିକି ଆପଣଙ୍କୁ ସେହିଥିରେ ସମୟ ନଷ୍ଟ କରାଇଥାଏ । ଆପଣଙ୍କ ମୁଣ୍ଡ ଆପଣଙ୍କ ପେଟ ସହ କନେକ୍ଟେଡ ହୋଇଥାଏ । ସାଇକୋଲଗିକାଲ କାରଣ ପାଇଁ ଏହା ହୋଇଥାଏ । ଅଧିକ ଭାବିବା ଦ୍ଵାରା ଆପଣଙ୍କ ଭିତରେ ଷ୍ଟ୍ରେସ ଏବଂ ଆଙ୍ଗଯାଇଟି ବଢିବାକୁ ଲାଗିଥାଏ । ଯାହାର କୁପ୍ରଭାବ ଆମ ପେଟ ଉପରେ ପଡିଥାଏ । ସମସ୍ୟା ପେଟରେ ହୁଏ କିନ୍ତୁ କାରଣ ଆପଣଙ୍କ ମସ୍ତିସ୍କ ହୋଇଥାଏ ।

ଯଦି ଆପଣଙ୍କୁ ଏଥିରୁ ବାହାରିବାର ଅଛି ତେବେ ଆପଣଙ୍କୁ ଆପଣଙ୍କ ମାଇଣ୍ଡକୁ ରିଲାକ୍ସ କରିବା ଜରୁରୀ ହୋଇଥାଏ । ଆପଣ cbtର ପ୍ରାକ୍ଟିସ କରିବା ଦ୍ଵାରା ଆପଣଙ୍କ ଏହି ଅଧିକ ଭାବିବା ଏବଂ ଚିନ୍ତା କରିବା କମିବାକୁ ଲାଗିଥାଏ । ଯଦି ଆପଣଙ୍କ ସବୁ ଟେଷ୍ଟ ନର୍ମାଲ ଥାଏ କୌଣସି ବି ଅସୁବିଧା କେଉଁଥିରେ ନଥାଏ ।

ଆଉ ତଥାପି ଆପଣଙ୍କୁ ଲାଗୁଥାଏ ଆପଣଙ୍କ ପେଟରେ ଖରାବି ଅଛି କିନ୍ତୁ ଡାକ୍ତର ଧରି ପାରୁନାହାନ୍ତି ତେବେ ତାହା ଉପରେ ଦର୍ଶାଯାଇଥିବା କାରଣ ପାଇଁ ହୋଇଥାଏ । ତେଣୁ ଯଦି ଏଭଳି ନର୍ମାଲ ରିପୋର୍ଟ ଥାଇ ବି ଆପଣଙ୍କୁ ଚିନ୍ତା ହେଉଛି ତେବେ ଆପଣ ନିଜର ମାଇଣ୍ଡ ଉପରେ କଣ୍ଟ୍ରୋଲ ରଖିବା ଜରୁରୀ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *