Health tips- ସକାଳୁ ଖାଲି ପେଟରେ ଗୋଲ ମରୀଚ ଖାଇଲେ ମିଳିଥାଏ ଏହି ଚମତ୍କାରୀ ଫାଇଦା, ଜାଣିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେନି

ଘରେ ବିଭିନ୍ନ ପ୍ରକାର ଭୋଜନ ପ୍ରସ୍ତୁତି ସମୟରେ ଗୋଲ ମରୀଚ ବ୍ୟବହାର କରାଯାଏ । ମାତ୍ର ଆଜିଠୁ ହଜାର ବର୍ଷ ପୂର୍ବେ ଲିଖିତ ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ସକାଳୁ ଖାଲି ପେଟରେ ଗୋଟିଏ ରୁ ଦୁଇଟି ଗୋଲ ମରୀଚ ଚୋବାଇ ଖାଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ଆମର ଅନିୟମିତ ଜୀବନଶୈଳୀ ହେତୁ ଆମ ରୋଗ ପ୍ରତିରୋଧକ କ୍ଷମତା ଖୁବ କମ ହୋଇ ଯାଉଛି ଓ ବିଭିନ୍ନ ପ୍ରକାରର ରୋଗ ହେଉଛି । ଯଦି ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା କମି ଯାଉଛି ଓ ବାରମ୍ବାର ଥଣ୍ଡା, କାଶ ଓ ଜ୍ଵର ହେଉଛି ତେବେ ଗୋଲ ମରୀଚ ଦ୍ଵାରା ଏହାର ଉପଚାର କରାଯାଇ ପାରିବ । ଏହାକୁ ତୁରନ୍ତ ଠିକ କରିବା ପାଇଁ ଆପଣ ୪-୫ଟି ଗୋଲ ମରିଚ, ଗୋଟିଏ ଇଞ୍ଚ ଅଦା, ଗୋଟିଏ ଲବଙ୍ଗ ଓ ଗୋଟିଏ ତୁଲସୀ ପତ୍ରକୁ ହୀମଦସ୍ତାରେ ଭଲ ଭାବେ କୁଟି ଦିଅନ୍ତୁ ।

ଏଥିରେ ଗୋଟିଏ ଚାମୁଚ ମହୁ ମିଶାଇ ଏହାକୁ ସକାଳେ ଓ ସନ୍ଧ୍ୟାରେ ଦୁଇ ଥର ଉଷୁମ ପାଣି ସହ ଖାଆନ୍ତୁ । କେବଳ ଦୁଇ ଥରରେ ହିଁ ସମସ୍ତ ସମସ୍ଯା ମୂଳରୁ ଶେଷ ହୋଇଯିବ । ଆପଣ ଜାଣିଥିବେ ଆମେ ଯାହା ବି ଖାଉ ସେହି ଖାଦ୍ୟରୁ ରକ୍ତ ମାଧ୍ୟମରେ ଆମ ଶରୀରକୁ ପୋଷକତତ୍ତ୍ଵ ଯାଇଥାଏ । ମାତ୍ର ଠିକ ଆମ ପାଚନତନ୍ତ୍ର ଯଦି ଠିକ ଭାବେ କାର୍ଯ୍ୟ କରେ ନାହିଁ ତେବେ ଆମେ ଖାଉଥିବା ଖାଦ୍ଯରୁ ଉପଯୁକ୍ତ ପରିମାଣରେ ପୋଷକତତ୍ତ୍ଵ ଆମ ଶରୀରକୁ ମିଳିପାରେ ନାହିଁ ।

ଯାହା ଫଳରେ ଫୁର୍ତ୍ତି ଲାଗେ ନାହିଁ, ହଜମ ଠିକ ଭାବେ ହୁଏ ନାହିଁ । ଏଥିପାଇଁ ସକାଳୁ ଉଷୁମ ପାଣିରେ ୩-୪ଟି ଗୋଲ ମରିଚର ଗୁଣ୍ଡ, ମହୁ ଓ ତୁଲସୀ ପତ୍ର ମିଶାଇ ସେବନ କରନ୍ତୁ । ଏହା ସହ ଏଥିରେ ନୀମ ପତ୍ର ସପ୍ତାହରେ ଥରେ ମିଶାଇ ସେବନ କରି ପାରିବେ ।

ଯେଉଁ ପୁରୁଷ ମାନଙ୍କୁ ଫୁର୍ତ୍ତିର ଅଭାବ ଦେଖାଯାଏ, କୌଣସି କାର୍ଯ୍ୟ କରିବାକୁ ଇଛା ହୁଏ ନାହିଁ ସେମାନେ ୩-୪ଟି ଗୋଲ ମରୀଚ, ଏକ ରୁ ଦୁଇ ଗ୍ରାମ ଲେଖାଏଁ ମାତ୍ରାରେ ଅଶ୍ଵଗନ୍ଧା ଓ ତ୍ରିଫଳା ଗୁଣ୍ଡକୁ ଏକାଠି ମିଶାଇ ସକାଳୁ ଉଷୁମ ପାଣିରେ ଖାଲି ପେଟରେ ସେବନ କଲେ ଏହି ସମସ୍ଯା ଦୂର ହୋଇଯିବ ।

ଯେଉଁମାନଙ୍କ ପାଟି ଦୁର୍ଗନ୍ଧ ହେବା, ମାଢି କଳା ପଡିଯିବା, ଦାନ୍ତ ଦୁର୍ବଳ ହେବା ବା ପୋକ କା-ଟି-ବା ଓ ବ୍ୟଥା ହେବା ଆଦି ପାଟି ଜନିତ ସମସ୍ଯା ରହିଛି ସେମାନେ ୨-୩ଟି ଗୋଲ ମରୀଚ, ୨ଟି ଲବଙ୍ଗ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ଘର ପାଖେ ପିପ୍ପଳ ଗଛ ଥିଲେ ତାର ରସକୁ ଏକ ତୁଳାରେ ଲଗାଇ ତ ଉପରେ ଏହି ମିଶ୍ରଣରୁ ଗୋଟିଏ ଚୁଟକି ପକାଇ ଦାନ୍ତ ମୂଳରେ ଲଗାନ୍ତୁ । ଏହାଦ୍ବାରା ସାଙ୍ଗେ ସାଙ୍ଗେ ଆରମ ପାଇବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *