ଭଗବତ ଗୀତାରେ ଲେଖା ଅଛି ଏହି 6 ଟି କାରଣ ପାଇଁ ବର୍ବାଦ ହୋଇଯାଏ ମଣିଷ, କଣ ଆପଣଙ୍କ ଭିତରେ ନାହିଁ ତ ଏହି ଅଭ୍ଯାସ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନ ସବୁଠାରୁ ଦୁର୍ଲଭ ଜୀବନ ହୋଇଥାଏ ।  ସେମାନେ ଏହି ମନୁଷ୍ୟ ଜୀବନର ଯଥାର୍ଥତା ପ୍ରତିପାଦନ କରିବା ଉଚିତ । ଜୀବନକୁ ଉପଯୁକ୍ତ ଭାବରେ ଗଢି ତୋଳି ତାହାକୁ ସାର୍ଥକ କରିବା ଉଚିତ । ମନୁଷ୍ୟ ପାଖରେ ଏପରି କିଛି ଖରାପ ଅଭ୍ଯାସ ରହିଥାଏ । ତାହାକୁ ଯଦି ବ୍ୟକ୍ତି ବଦଳାଇ ନଥାଏ ।ତେବେ ବ୍ୟକ୍ତିର ଜୀବନ ନଚେତ ବ୍ୟକ୍ତି ବରବାଦ ହୋଇଯାଇଥାଏ ।

ବିଶେଷ କରି ବ୍ୟକ୍ତି ବର୍ବାଦ ହେବାର ୬ ଟି ପ୍ରମୁଖ କାରଣ ରହିଥାଏ ।  ବ୍ୟକ୍ତି ଯେତେ ନିଜ ଠାରୁ ଦୂରରେ ରଖି ପାରିବ । ସେତେ ହିଁ ସେ ଜୀବନରେ ଉନ୍ନତି କରିପାରିବ ।  ପ୍ରଥମ କାରଣ ହେଉଛି ଶୋଇବା । ଶୋଇବା ପ୍ରତ୍ଯେକ ମନୁଷ୍ୟ ପାଇଁ ନିତାନ୍ତ ଅବଶ୍ୟକ ହୋଇଥାଏ । ଯଦି ବ୍ୟକ୍ତି ଦରକାର ସମୟ ଠାରୁ ଅଧିକ ଶୋଇ ରହିଥାଏ । ତେବେ ବ୍ୟକ୍ତିର ଭାଗ୍ୟ ମଧ୍ୟ ସବୁଦିନ ପାଇଁ ଶୋଇ ରହିଜାଇଥାଏ ।

ଦିତୀୟରେ କାରଣ ହେଉଛି ରାଗ । ପ୍ରତ୍ଯେକ ବ୍ୟକ୍ତି ଅଳ୍ପ କିମ୍ବା ବହୁତ ଅତି ଚିଡି ଯାଇଥିବା ସମୟରେ ରାଗିଯାଇଥାଏ । ତେବେ ବ୍ୟକ୍ତି ଯେତେ ମଧ୍ୟ କଠିନ ପରିସ୍ଥିତିରେ ରହିଥାଏ । ସର୍ବଦା ନିଜ ବାଣୀ ଓ ରାଗକୁ ସଂଯମ କରି ରଖିବା ଉଚିତ । କାରଣ ରାଗ ହେଉଛି ବ୍ୟକ୍ତିର ବ୍ରହ୍ମଚାଣ୍ଡାଳ ସଦୃଶ ହୋଇଥାଏ ।

ତୃତୀୟରେ କାରଣ ହେଉଛି ଭୟ । ବହୁତ ଲୋକ ବହୁତ ସମୟରେ ଛୋଟ ବଡ ଘଟଣା ପାଇଁ ଅଧିକ ବ୍ୟସ୍ତ ବିବ୍ରତ ହୋଇ ଭୟ କରିଯାଇଥାନ୍ତି । ଏହା ସହିତ ବହୁତ କିଛି ଚିନ୍ତା ମଧ୍ୟ କରିଥାନ୍ତି । ତେଣୁ ନିଜ ଭୟ ଆଣିବା ଅନୁଚିତ । ଚତୁର୍ଥ କାରଣ ହେଉଛି ଆଳସ୍ୟ । ଯେଉଁ ବ୍ୟକ୍ତି ଆଳସ୍ୟ ପରାୟଣ ହୋଇ ରହିଥାଏ । ତା’ ର ଜୀବନରେ ଉଚଅଭିଳାଷ କିଛି ନଥାଏ ।

ପଞ୍ଚମ କାରଣ ଦୁର୍ବଳତା । ସବୁ ବ୍ୟକ୍ତି ପାଖରେ କିଛି ନା କିଛି ଦୋଷ ଦୁର୍ବଳତା ରହିଥାଏ । ତେବେ ସେହି ବ୍ୟକ୍ତିକୁ ନିଜର ଦୋଷ ଦୁର୍ବଳତାକୁ ଦୂର କରି ନିଜର ଭଲ ଗୁଣରେ ଆଗକୁ କାର୍ଯ୍ୟକାରୀ ହେବାର ଅଛି । ଷଷ୍ଠ କାରଣ ହେଉଛି ସବୁ କାମରେ ପଛ ଘୁଞ୍ଚା ଦେବା । ଯେଉଁ ବ୍ୟକ୍ତି ପ୍ରତ୍ଯେକଟି କାମରେ ଆଜି କାଲି କରି ସମୟ ଗଡାଇ ଚାଲିଥାଏ ।

ତେବେ ସେ ନିଜର ସଠିକ କାମକୁ ସଠିକ ସମୟରେ କେବେବି କରିପାରିନଥାଏ । ସେଥିପାଇଁ ସବୁବେଳେ କୁହାଯାଇଥାଏ କାଲି କାମ ଏବେ କର ଆଜି କମ ବର୍ତ୍ତମାନ କର । ତେବେ ବ୍ୟକ୍ତି ନିଜର ଏହି ୬ ଟି ଖରାପ ଅଭ୍ଯାସକୁ ବଦଳାଇ ନିଜ ଜୀବନର ଉନ୍ନତି ପଥରେ ଅଗ୍ରସର ହୋଇବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *