ଶୀତଦିନେ ରୂପୀ ସମସ୍ଯା ନେଇ ଚିନ୍ତିତ ରହୁଛନ୍ତି କି ? କିପରି ଦୂର ହେବ ରୂପୀ ଜାଣନ୍ତୁ Dr Diptiranjani Bisoyi ଙ୍କ ଠାରୁ

ନମସ୍କାର ବନ୍ଧୁଗଣ, ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ମୁଣ୍ଡରେ ରୂପୀ ହେବା ଏକ ସାଧାରଣ କଥା ହୋଇସାରିଛି । ଯାହା ସମସ୍ତ ଯୁବପିଢିଙ୍କୁ ଚିନ୍ତାରେ ପକାଇ ଦେଇଛି । ଶିତ ଦିନେ ରୂପୀ ସମସ୍ୟା ଅନ୍ୟ ଦିନ ଅପେକ୍ଷା ବେଶୀ ଦେଖା ଦେଇଥାଏ । ରୂପୀ ପାଇଁ କେଶରେ ଯେଉଁ ତେଲ ସାମ୍ପୋ ବ୍ୟବହାର କଲେ ମଧ୍ୟ କୌଣସି ଲାଭ ମିଳୁନାହିଁ । ତେବେ ଏହି ସମୟରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ରୂପି ଦୂର ହେବାର କିଛି ଉପାୟ ଯାହା ଆପଣଙ୍କୁ କରିବା ପାଇଁ ପଡିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ରୂପୀ ହେବାର କିଛି କାରଣ ରହିଛି । ଆପଣ ମାନେ ଦେଖିଥିବେ କାହାର ଶିତ ଦିନେ ବେଶୀ ରୂପୀ ହୋଇଥାଏ ତ କାହାର ବର୍ଷ ସାରା ରୂପୀ ହୋଇଥାଏ । ତେଣୁ ରୂପୀ ହେବା କାରଣ ପରିବେଶ ବା ଋତୁ ଅଟେ ଅନ୍ୟ ପଟେ ଜେନେଟିକ କାରଣ ପାଇଁ ରୂପୀ ହୁଏ । ଏକ ଫଙ୍ଗସ ରହିଛି ଯାହାର ନାମ ହେଉଛି ମାଲାସେଜିଆ । ଏହି ମାଲାସେଜିଆ ଆମ ଶରୀରରେ ଚୁଟି ମୂଳରେ ସାଧାରଣତଃ ଥାଏ ।

କିନ୍ତୁ ଯେତେବେଳେ ଏହାର ମାତ୍ରା ବଢିଯାଏ ସେତେବଳେ ଏହା ମୁଣ୍ଡରେ ଅତ୍ୟଧିକ ରୂପୀ ସୃଷ୍ଟି କରାଇଥାଏ । ଆପଣ ଦେଖିଥିବେ ଶିଶୁ ଜନ୍ମ ହେବାର ଏକ ବର୍ଷ ମଧ୍ୟରେ ଶିଶୁ ମୁଣ୍ଡରେ ରୂପୀ ଦେଖା ଦେଇଥାଏ । ଏହା ମା ଦେହରେ ଥିବା ହରମୋନ କାରଣରୁ ହୋଇଥାଏ ପିଲାଠାରେ । ଯଦି ଏହା ଆପଣ ଦେଖନ୍ତି ତେବେ ଏହା କୌଣସି ଚିନ୍ତାର କାରଣ ନୁହେଁ । ସେହି ରୂପୀ ଆପେ ଆପେ ଏକ ବର୍ଷ କିମ୍ବା ଦୁଇ ବର୍ଷ ପରେ ଚାଲିଯାଇଥାଏ ।

ଯାହା ମୁଣ୍ଡରେ କମ ରୂପୀ ଦେଖା ଦେଇଥାଏ ତାଙ୍କୁ ଆଣ୍ଟି ଡ୍ୟାଣ୍ଡରଫ ସମ୍ପୋ ଏବଂ ଲୋସନ ବ୍ୟବହାର କରିବା ଦରକାର । ଏହାଫଳରେ ଆପଣଙ୍କ ରୂପୀ ସମସ୍ୟା ଦୂର ହୋଇଯାଇଥାଏ । ଯଦି ଅଧିକ ମାତ୍ରାରେ ରୂପୀ ହୋଇଥାଏ ତେବେ ଆପଣଙ୍କୁ ଷ୍ଟେରଏଡ ଲୋସନ ବ୍ୟବହାର କରିବା ଆବଶ୍ୟକ । ଯେଉଁମାନଙ୍କର ରୂପୀ ସମସ୍ୟା ଅଧିକ ମାତ୍ରାରେ ରହିଥାଏ ସେମାନଙ୍କ ଚୁଟି ମଧ୍ୟ ଉପୁଡିଥାଏ ।

ଆପଣ ଘରେ ରହି ମଧ୍ୟ କିଛି ଘରୋଇ ଉପଚାର କରି ଦୂର କରିପାରିବେ । ଭିଟାମିନ ଅଭାବ ରହିଲେ ରୂପୀର ମାତ୍ରା ବଢିଥାଏ । ତେଣୁ ସ୍ୱାସ୍ଥ୍ୟକର ଜୀବନଶୈଳୀ ନିହାତି ଆବଶ୍ୟକ । ଜଲ୍ଦି ଉଠିବା ଏବଂ ବ୍ୟାୟାମ କରୁଛନ୍ତି ଏବଂ ପନିପରିବା ଅଧିକ ମାତ୍ରାରେ ଖାଉଛନ୍ତି ତେବେ ଆପଣଙ୍କ ଠାରେ ରୂପୀ ସମସ୍ୟା କମ ଦେଖା ଦେଇଥାଏ ।

ମୁଣ୍ଡରେ ବେଶୀ ତେଲ ଲଗାନ୍ତୁ ନାହିଁ । କାରଣ ତେଲ ଧୁଳି ସବୁକୁ ମୁଣ୍ଡରେ ଜମାଟ ବାନ୍ଧି ରଖିଥାଏ ଯାହାଫଳରେ ରୂପୀ ହେବା ଆରମ୍ଭ ହୋଇଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *