କେଉଁ କର୍ମ କଲେ ମିଳିଥାଏ କେଉଁ ଜନ୍ମ ? ଏମିତି କାମ ଅଜାଣତରେ କରି ଦେଉଛନ୍ତି କି ? ସାବଧାନ ! ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଜାଣିଥିବେ କି କର୍ମ ଅନୁଯାୟୀ ଆମର ଏହି ସଂସାରରେ ଫଳ ଭୋଗିବା ପାଇଁ ପଡିଥାଏ । ଏବଂ ପୂର୍ବ ଜନ୍ମରେ କରିଥିବା କର୍ମ ଆଧାରରେ ଏହି ଜନ୍ମରେ ଆପଣ କେଉଁ ଜନ୍ମ ପାଇବେ ତାହା ନିର୍ଧାରିତ କାରାଯାଇଥାଏ । ତେବେ କେଉଁ କର୍ମ କରିବା ଦ୍ଵାରା କେଉଁ ଜନ୍ମ ମିଳିଥାଏ ଏହା ଆପଣ ମାନେ ନିହାତି ଜାଣିବା ପାଇଁ ଚାହିଁଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ କର୍ମ କରିବା ଦ୍ଵାରା କେଉଁ ଜନ୍ମ ମଣିଷକୁ ଭଗବାନ ଦେଇଥାନ୍ତି ପର ଜନ୍ମରେ ।

ପ୍ରଥମ: ଜଣେ ମଣିଷ ଯେତେବେଳେ  ସଂସାର ତ୍ୟାଗ କରି ସନ୍ୟାସ ଧର୍ମ ଧାରଣ କରିସାରିବା ପରେ ପୁଣି ଆସି ସ୍ତ୍ରୀ ସହ ବା ଅନ୍ୟ କାହା ସହ ସମ୍ପର୍କ ସ୍ଥାପନ କରିଥାଏ ତେବେ ସେହି ପୁରୁଷ ଆର ଜନ୍ମରେ କୃର୍ମି ଜନ୍ମ ପାଇଥାଏ । ଦିତୀୟ: ଯେଉଁ ମଣିଷ ସର୍ବଦା ଅନ୍ୟ ସହ ଝଗଡା ଲଗାଇବା ପାଇଁ ଭଲ ପାଇଥାଏ ସେହି ମଣିଷ ପର ଜନ୍ମରେ ବିଲେଇ ରୂପରେ ଜନ୍ମ ନେଇଥାଏ । ତେଣୁ କଳି କରୁଥିବା ଲୋକ ନିଜ ଭିତରେ ସୁଧାର ଆଣିବା ଆବଶ୍ୟକ ।

ତୃତୀୟ: ଯେଉଁ ମଣିଷ କିଛି କାମ ନଥାଇ ଅଯଥାରେ ସବୁ କଥାରେ ପାଗଳ ଭଳି ରାଉ ରାଉ ହୋଇଥାଏ ସେହି ମଣିଷ ପର ଜନ୍ମରେ କାଉ ଜନ୍ମ ନେଇଥାଏ । ଚତୁର୍ଥ: ଆପଣ ଦେଖିଥିବେ କିଛି ଲୋକ ଆବଶ୍ୟକତା ଠାରୁ ଅଧିକ ଲୋଭି ହୋଇଥାନ୍ତି । ସେହି ଲୋଭି ମଣିଷ ପର ଜନ୍ମରେ ଛେଳି ଜନ୍ମ ପାଇଥାନ୍ତି ।

ପଞ୍ଚମ: ଯେଉଁ ମଣିଷ ପର ନାରୀ ଏବଂ ପର ଧନ ଉପରେ ଆଖି ପକାଇ ହରଣ କରିଥାଏ ସେହି ମଣିଷ ପର ଜନ୍ମରେ କଙ୍କଡା ଜନ୍ମ ପାଇଥାଏ । ଷଷ୍ଠ:  ନିଜ ଖାଦ୍ୟ ପ୍ରତି ଧ୍ୟାନ ନଦେଇ ଯାହା ପାଇଲେ ତାହା ବା ଅଖାଦ୍ୟ ସବୁ ଖାଇଥାନ୍ତି ସେମାନେ ଆର ଜନ୍ମରେ ଘୁଷୁରି ହୋଇ ଜନ୍ମ ନେଇଥାନ୍ତି ।

ସପ୍ତମ: ଯେଉଁ ମଣିଷ ଅନ୍ୟ ନାମରେ ଏଆଡୁ ସିଆଡୁ କୁହନ୍ତି, କଳି କରନ୍ତି ଏବଂ ହିଂସ୍ର ଭଳି ସବୁବେଳେ ଆଚରଣ କରନ୍ତି ସେମାନେ ଆର ଜନ୍ମରେ କୁକୁର ହୋଇ ଜନ୍ମ ନିଅନ୍ତି । ଅଷ୍ଟମ: ଜିଦିଆ ମଣିଷ ତଥା ସବୁବେଳେ କିଛି ନା କିଛି ମାଲି ମକଦ୍ଦମାରେ ନିଜକୁ ଫସାଇ ରଖନ୍ତି ସେମାନେ ପର ଜନ୍ମରେ ମେଣ୍ଢା ହୋଇ ଜନ୍ମ ନେଇଥାନ୍ତି ।

ନବମ: ଯେଉଁ ମଣିଷ ସବୁବେଳେ ନିଜର ଦୋଷ ଥାଇ ମଧ୍ୟ ନିଜ ଦୋଷକୁ ଅଣଦେଖା କରି ଅନ୍ୟ କୁ ଦୋଷ ଦେଇ ତାଙ୍କ ଉପରେ ରାଗିଥାଏ । ସେହି ମଣିଷ ପର ଜନ୍ମରେ ସାପ ଜନ୍ମ ନେଇଥାଏ । ଦଶମ: ବାପା ମାଙ୍କୁ ଖରାପ ଭାଷାରେ ଗାଳି ଦେଉଥିବା ମଣିଷ ପର ଜନ୍ମରେ ମୁକ ହୋଇ ଜନ୍ମ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *