Health Tips- ଖାଆନ୍ତୁ ଏହି ଚଟଣି, କେବେ ବି ହେବାକୁ ଦେବନି ସୁଗାର, ମୋଟାପା, ରକ୍ତ ଅଭାବ, ଲିଭର ରୋଗ ଭଳି ଅନେକ ଭୟଙ୍କର ରୋଗ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଚଟଣି ବନାଇବା ଶିଖାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ଶରୀରର ରୋଗକୁ ଅଟକାଇବା ସାହାର୍ଯ୍ୟ କରିବ । ଆପଣଙ୍କ ଦେହକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ । ଆପଣଙ୍କ ଶରୀରରେ ଥିବା ସୁଗାର, ମୋଟାପଣ, ବଦହଜମି, ରକ୍ତ ଅଭାବ ଏବଂ ଲିଭର ରୋଗରୁ ଆପଣଙ୍କୁ ମୁକ୍ତି ଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସମସ୍ତ ରୋଗକୁ ଦୂର କରିବା ପାଇଁ ଆପଣ କିଭଳି ଚଟଣି ପ୍ରସ୍ତୁତ କରିବେ ।

ଆପଣଙ୍କୁ ଏହି ଚଟଣିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଭେଶୃଙ୍ଗ ପତ୍ର ଆବଶ୍ୟକ, ଦିତୀୟରେ ପୁଦିନା ପତ୍ର, ଧନିଆ ପତ୍ର, ଲେମ୍ବୁ ଏବଂ ଜୀରା । ଭେଶୃଙ୍ଗ ପତ୍ର ଟ୍ରାଇଗ୍ଲିସେରାଇଡ ଏବଂ କୋଲେଷ୍ଟ୍ରଲ କମ କରିବାରେ ସାହାର୍ଯ୍ୟ କରିଥାଏ । ପୋଦିନା ପତ୍ର ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ବହୁତ ଉପଯୋଗୀ ଅଟେ । ଏହା ଆପଣଙ୍କ ପେଟରେ ଗ୍ୟାସ ଏବଂ ଆସିରିଟି ସମସ୍ୟାକୁ ଦୂରେଇ ଦେଇଥାଏ ।

ଧନିଆ ପତ୍ର ଖାଇବା ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏବଂ ଆପଣଙ୍କ ବ୍ଲଡ଼ ସୁଗାର ନିୟନ୍ତ୍ରଣ ହୋଇଥାଏ । ଜୀରା ଆପଣଙ୍କ ହଜମ ଶକ୍ତିକୁ ବଢାଇ ଥାଏ । ଲେମ୍ବୁ ଆପଣଙ୍କ ଲିଭର ପାଇଁ ଭଲ ହୋଇଥାଏ । ଆପଣଙ୍କୁ ଏହି ଚଟଣି ବନାଇବା ପାଇଁ ଭେଶୃଙ୍ଗ ପତ୍ର, ପୋଦିନା ପତ୍ର ଏବଂ ଧନିଆ ପତ୍ରକୁ ସମାନ ମାତ୍ରାରେ ନେବାକୁ ପଡିବ ।

ଏହି ତିନୋଟି ପତ୍ରକୁ ଆପଣ ଏକାଠି ମିଶାଇ ସେଥିରେ ଏକ ଚାମଚ ଜୀରା ଏବଂ ଗୋଟିଏ ଫାଳ ଲେମ୍ବୁର ରସ ମିଶାଇବାକୁ ପଡିବ । ଏହିସବୁକୁ ଏକାଠି ମିଶାଇ ସେଥିରେ ଅଳ୍ପ ପାଣି ମିଶାଇ ଆପଣ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହାର ପେଷ୍ଟ ପ୍ରସ୍ତୁତ ହୋଇସାରିବା ପରେ ଆପଣ ଏହାକୁ ବାହାର କରି ଏକ କାଚ ଡବାରେ ଭର୍ତ୍ତି କରି ରଖିଦିଅନ୍ତୁ ।

ଏହି ଚଟଣିକୁ ଆପଣ ଦିନକୁ ଦୁଇ ତିନି ଥର ଆପଣଙ୍କ ଖାଇବା ସାଙ୍ଗରେ ଖାଇବା ଆବଶ୍ୟକ । ଏହାକୁ ଆପଣ ଖାଇବା ଫଳରେ ଆପଣଙ୍କ ହଜମ ପ୍ରକ୍ରିୟା ବଢିଥାଏ । ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ସମସ୍ୟା ରହିଛି ବା ଆପଣ ଡାଇବେଟିସ ରୋଗୀ ଅଟନ୍ତି ତେବେ ଏଥିରୁ ଆପଣ ବହୁତ ଅଧିକ ଫାଇଦା ପାଇବେ ।

ଯଦି ଆପଣଙ୍କ ଠାରେ ରକ୍ତ ଅଭାବର ସମସ୍ୟା ରହିଛି ଏବଂ ଦୁର୍ବଳ ଅନୁଭବ ହେଉଛି ତେବେ ମଧ୍ୟ ଆପଣ ଏଥିରୁ ବହୁତ ଅଧିକ ଫାଇଦା ପାଇପାରିବେ । ଆପଣ ଏହି ଚଟଣିକୁ ପ୍ରସ୍ତୁତ କରି ନିହାତି ଏହି ସମସ୍ତ ରୋଗରୁ ମୁକ୍ତି ପାଆନ୍ତୁ । ଏହି ଚଟଣି ଆପଣଙ୍କ ଶରୀରରେ ରହିଥିବା ସମସ୍ତ ରୋଗର ନିବାରକ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି। ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିହାତି ଉପଯୋଗୀ ହେବ ।

Leave a Reply

Your email address will not be published. Required fields are marked *