ରାତି ରାତି କରଜରୁ ମୁକ୍ତି ପାଇବାପାଇଁ ଦରକାର ମାତ୍ର ଗୋଟିଏ ଢାଳ ପାଣି

ଯଦି ଆପଣଙ୍କ ଜୀବନରେ ଡରି ଡରି ବଞ୍ଚିବାକୁ ପଡୁଛି ଏବଂ ଆପଣଙ୍କ ସବୁ ରୋଜଗାର କରଜ ସୁଝିବାରେ ଚାଲି ଯାଉଛି ତାହେଲେ ଏହି ଉପାୟ କରିବାଦ୍ୱାରା ଆପଣଙ୍କ ସବୁ କରଜ ସୁଝିଯିବ ଓ ଆପଣ ସୁଖ ଶାନ୍ତିରେ ଜୀବନ ଅତୀବାହିତ କରିପାରିବେ । ମନୁଷ୍ୟର ପରିସ୍ତିତି କୌଣସି କାରଣରୁ ଖରାପ ହୋଇଯିବାରୁ ମଣିଷ ଅନ୍ୟଠାରୁ କରଜ ଆଣିଥାଏ । କୌଣସି କାରଣ ବଶତଃ ଏହି କରଜ ଆମେ ସୁଝି ପାରି ନ ଥାଉ । ଧୀରେ ଧୀରେ ଏହି କରଜ ଭାର ବଢ଼ିବାରେ ଲାଗିଥାଏ ।

ଏହି ସବୁଠାରୁ ମୁକ୍ତି ପାଇବା ପାଇଁ ଓ ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଆପଣ ଏହି ଉପାୟଟିକୁ କରନ୍ତୁ, ଏହା ନିହାତି ଭାବରେ ଫଳପ୍ରଦ ହେବ । ଏହି ଉପାୟକୁ କରିବାପାଇଁ ଆପଣ ଏକ ତମ୍ବା ଢାଳରେ ଭଲ ଶୁଦ୍ଧ ଜଳ ଆଣନ୍ତୁ । ସେହି ଢାଳ ପାଣିରେ କିଛି ଗଙ୍ଗାଜଳ ମିଶାଇ ଦିଅନ୍ତୁ ଓ ତା ଭିତରେ କିଛି ସିନ୍ଦୁର ପକାଇଦିଆନ୍ତୁ ।

ସେହି ଢ଼ାଳ ପାଣିକୁ ସୋଇଲାବେଳେ ନିଜ ମୁଣ୍ଡଉପରେ ରଖିଦିଅନ୍ତୁ । ତା ପରଦିନ ସୂର୍ଯ୍ୟୋଦୟ ପରେ ଉଠି ସ୍ନାନ ସୌଚ ଆଦି ନିତ୍ୟକର୍ମ ସାରି ସେହି ଜଳକୁ ଆପଣଙ୍କ ତୁଳସୀ ଚଉରା ରେ ଢାଳିଦିଅନ୍ତୁ । ଯଦି ଆପଣଙ୍କର ତୁଳସୀ ଚଉରା ନାହିଁ ତାହାଲେ ଆପଣ କୌଣସି ପବିତ୍ର ଗଛ, ଯାହାକି ଅସ୍ୱସ୍ଥ ଗଛ ଓ ବର ଗଛ ମୂଳରେ ମଧ୍ୟ ଢାଳି ଦିଅନ୍ତୁ । ଏହା ଫଳରେ ଆପଣଙ୍କ କରଜ ଭାର ସୁଝିଯିବ ଓ ଆପଣଙ୍କୁ ଧନ ମଧ୍ୟ ପ୍ରାପ୍ତି ହେବ ।

ଏହି ଉପାୟ ଆପଣ ଗୋଟିଏ ଗୁରୁବାରରୁ ଆରମ୍ଭ କରି ଲଗାତାର ଭାବେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ କରିବାକୁ ପଡିବ । ଯଦି ଆପଣ ଏହାକୁ ସଠିକ ଭାବରେ କରନ୍ତି ତାହେଲେ ଆପଣଙ୍କ କରଜ ଭାରରୁ ମୁକ୍ତି ହେବା ସହିତ ଆପଣଙ୍କୁ ଧନ ମଧ୍ୟ ପ୍ରାପ୍ତି ହେବ ।

ଆପଣ ଆପଣଙ୍କ ଜୀବନ ସଠିକ ଭାବରେ ବଞ୍ଚିପାରିବେ ଓ ସୁଖ ସମୃଦ୍ଧି ଲାଭ କରିବେ । ଯଦି ଆପଣଙ୍କ ଘରେ କଳି ଝଗଡା ଲାଗିରହୁଥିବ, ତାହା ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଯିବ । ଆପଣ ସୁଖରେ ଜୀବନ ବିତାଇ ପରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ, ଓ ଅନ୍ଯମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *