Health Tips- ଏହି ଉପାୟରେ ଖାଆନ୍ତୁ ରସୁଣ 10 ଗୁଣା ଅଧିକ ମିଳେ ଫାଇଦା ! 99% ଲୋକ ଜାଣନ୍ତି ନାହିଁ

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଘରୋଇ ଉପଚାର ବର୍ତ୍ତମାନ ସବୁଠାରୁ ଉପଯୋଗୀ ଏବଂ ଲାଭଦାୟକ ହୋଇପାରୁଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ରସୁଣରେ ରହିଥିବା ଫାଇଦା ସମ୍ପର୍କରେ ଯାହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଆମକୁ ତାହାର ଫାଇଦା ଜଣା ନଥାଏ ତେଣୁ ଆମେ ତାହାକୁ ଉପଯୋଗ କରିନଥାଉ ।

ତେବେ ଆସନ୍ତୁ ଜାଣିବା କିଭଳି ଆପଣ ରସୁଣରୁ ସହଜ ଉପାୟରେ ପାଇପାରିବେ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାରୁ ମୁକ୍ତି । ରସୁଣ ଆପଣଙ୍କୁ ବ୍ଲକେଜ ସମସ୍ୟାରୁ ଦୂରେଇ ରଖିଥାଏ । ଏହା ଆପଣଙ୍କ ବ୍ଲଡ଼ ପ୍ରେସରକୁ ମଧ୍ୟ ବଢିବା ପାଇଁ ଦେଇନଥାଏ । ରସୁଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ରସୁଣ ଆପଣଙ୍କ ବଢିଯାଇଥିବା ସୁଗାରକୁ କମ କରିଦେଇଥାଏ । ସତେଜ ରସୁଣ ଖାଇବା ଆପଣଙ୍କ ପାଇଁ ସବୁଠାରୁ ଉପଯୋଗୀ ହୋଇଥାଏ ।

ଆପଣ ରସୁଣର ଏକ ପାଖୁଡା ନେଇ ଏହାକୁ ପୁରା ସରୁ ସରୁ ଏବଂ ଛୋଟ କରି କାଟିଦିଅନ୍ତୁ । ଏହି କଟାଯାଇଥିବା ରସୁଣକୁ ଆପଣ 10 ରୁ 15 ମିନିଟ ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଖାଇବା ଆବଶ୍ୟକ ବା କୌଣସି ଥିରେ ବ୍ୟବହାର କରିବା ଆବଶ୍ୟକ । ଏହାଦ୍ୱାରା ଆପଣ ରସୁଣରେ ରହିଥିବା ଔଷଧୀୟ ଗୁଣକୁ 10 ରୁ 15 ଗୁଣ ବଢାଇପାରିବେ ।

ରସୁଣ ଭିତରେ ଏକ ଆକ୍ଟିଭ କମ୍ପାଉଣ୍ଡ ରହିଥାଏ ଯାହାକୁ କୁହାଯାଏ ଆଲିସିନ । ଏହି ଆଲିସିନ ହିଁ ରସୁଣକୁ ସମସ୍ତ ଔଷଧୀୟ ଗୁଣ ଯୋଗାଇ ଦେଇଥାଏ । ଆପଣ ଯେତେବେଳେ ରସୁଣକୁ କାଟିଥାନ୍ତି ଏହା ଭିତରେ ଥିବା ସେଲ ଯେତେବେଳେ ଏୟାର କଣ୍ଟାକ୍ଟରେ ଆସିଥାଏ ସେତେବେଳେ ଏହି ଆଲିସିନ ଆକ୍ଟିଭ ହୋଇଥାଏ ।

ଏହି ଫାଇଦାକୁ ପାଇବା ପାଇଁ ଆପଣଙ୍କୁ ରସୁଣକୁ କାଟି ସାରି 10 ରୁ 15 ମିନିଟ ପର୍ଯ୍ୟନ୍ତ ରଖିବାକୁ ପଡିଥାଏ । ତେବେ ଯାଇ ସମ୍ପୂର୍ଣ ଭାବରେ ଆଲିସିନ ଆକ୍ଟିଭ ହୋଇଥାଏ ଏବଂ ଏହା ଭିତରେ ଥିବା ଫାଇଦା ଆପଣଙ୍କୁ ମିଳିଥାଏ । ଏହି ଆଲିସିନ ପାଇଁ ହିଁ ରସୁଣକୁ ଏକ ଖାସ ସୁଗନ୍ଧ ମିଳିଥାଏ । ତେଣୁ ଆପଣ ଯେତେବେଳେ ବି ରସୁଣର ବ୍ୟବହାର କରୁଛନ୍ତି ଏହାକୁ ପ୍ରଥମେ କିଛି ସମୟ କାଟି ସାରି ରଖିବା ପରେ ବ୍ୟବହାର କରନ୍ତୁ ।

ଆପଣ ଏହାକୁ ସିଝାଇ ଖାଇପାରିବେ ଏବଂ ଭାଜିକି ମଧ୍ୟ ଖାଇପାରିବେ । କିନ୍ତୁ ଯଦି ଆପଣ ଏହାକୁ କଞ୍ଚା ଖାଇବେ ତେବେ ଆପଣଙ୍କୁ ଏଥିରୁ ଅଧିକ ଫାଇଦା ମିଳିପାରିବ । ଯଦି ଆପଣ ରସୁଣକୁ ଗରମ କରିବେ ତଥା ଭାଜିବେ କିମ୍ବା ସିଝାଇବେ ତେବେ ଏହା ଗରମ ହେବା ପରେ ଫଳରେ ଏଥିରେ ଥିବା କମ୍ପାଉଣ୍ଡ କିଛି ମାତ୍ରାରେ ନଷ୍ଟ ହୋଇଯାଇଥାଏ । ତେଣୁ ଆପଣାଏହାକୁ କଞ୍ଚା ହିଁ ବ୍ୟବହାର କରିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *