Health Tips- ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ପରିଣାମ ହୋଇପାରେ ଭୟଙ୍କର !

ନମସ୍କାର ବନ୍ଧୁଗଣ , ପରିସ୍ରା କରିବା ସମୟରେ ଆମେ ଏମିତି କଣ ଭୁଲ କରିଥାଏ ଏବଂ ଏହା ଆମ ଶରୀର ଉପରେ କେଉଁ ପ୍ରକାରର ପ୍ରଭାବ ପକେଇଥାଏ । ଆମେ ସକାଳେ ଉଠିଲା ମାତ୍ରେ ପ୍ରଥମେ ନିଜର ନିତ୍ୟ କାମ ସାରି  ଅନ୍ୟ କାମ କରିଥାଉ । କିନ୍ତୁ ଆଜି କାଲି ର ଆଧୁନିକ ଯୁଗ ରେ ଲୋକମାନଙ୍କ ପାଖ ରେ ପରିସ୍ରା ଯିବା ମଧ୍ୟ ସମୟ ରହିନଥାଏ । ଅନେକ ଲୋକମାନେ ଏମିତି  ହୋଇଥାନ୍ତି କି ସେମାନେ ସକାଳେ ଉଠିଲାମାତ୍ରେ ପରିସ୍ରା ନ କରି ବାହାରକୁ ବାହାରି ଯାଇଥାନ୍ତି ।

ଆଉ କିଛି ଲୋକମାନେ ପରିସ୍ରା କୁ ବହୁତ ସମୟ ପାଇଁ ଅଟକାଇ ରଖିଥାନ୍ତି ଏବଂ ବହୁତ ଜୋର ରେ ପରିସ୍ରା ଲାଗିଲେ ସେମାନେ ଯାଇଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ ଏଭଳି କରିବା ଦ୍ଵାରା ଆମେ ନିଜେ ହିଁ ନିଜର କ୍ଷତି ସାଧନ କରିଥାଉ । କାରଣ ପରିସ୍ରା ଯିବା ଦ୍ଵାରା ଆମ ଶରୀରରେ ଥିବା ଆବର୍ଜନା ସବୁ ବାହାରି ଯାଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ ,

କିନ୍ତୁ ଆମେ ଏହାକୁ ରୋକିବା ଦ୍ଵାରା ଶରୀର ଉପରେ ଏହାର କୁପ୍ରଭାବ ପଡେ । ଯାହା ଫଳରେ କି ଆମର ଶରୀର ଖରାପ ହୋଇଥାଏ । ତେଣୁ ସକାଳେ ଉଠିଲା ମାତ୍ରେ ଏହି ବିଷାକ୍ତ ଜିନିଷ କୁ ଶରୀର ରୁ ବାହାର କରି ଦିଅନ୍ତୁ । ପରିସ୍ରା କୁ ଅଟକାଇବା ଆମ କିଡନି ଉପରେ ଖରାପ ପ୍ରଭାବ ପକେଇଥାଏ ଏବଂ ଏହା ଦ୍ଵାରା କିଡନି ଖରାପ ହୋଇଥାଏ ।

ଆସନ୍ତୁ ଜାଣିବା ଆମେ ପରିସ୍ରା କରିବା ସମୟରେ କେଉଁ ସବୁ ଭୁଲ କରିଥାଉ । 1- ପ୍ରଥମତ ଆମେ ପରସ୍ରା କୁ ଅଟକାଇ ରଖିଥାଉ ଏବଂ ଯେବେ ଏହାକୁ ରୋକୀ ପାରିନଥାଉ । ସେ  ସମୟରେ ଆମେ ପରିସ୍ରା କରୁ କିନ୍ତୁ ଏହା ପୁରା ଭୁଲ ହୋଇଥାଏ ଏବଂ ଏହାକୁ ବାରମ୍ବାର କରିବା ଦ୍ଵାରା ଆମ କିଡନି ଉପରେ ଏହାର ପ୍ରଭାବ ପଡିଥାଏ , ଯାହା ଫଳରେ ଆମ କୁ କିଡନି ସମ୍ବନ୍ଧୀୟ ରୋଗ ହୋଇଥାଏ ।

2- ଯଦି ଆପଣ କମ୍ ପରିମାଣରେ ପାଣି ପିଇଥାନ୍ତି , ତେବେ ଏହା ଦ୍ଵାରା ଶରୀରରେ ଥିବା ଆବର୍ଜନା ବାହାରକୁ ବାହାରି ନ ଥାଏ ଓ ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ହୋଇଥାଏ । ତେବେ ଆପଣ ଅଧିକ ପାଣି ପିଅନ୍ତୁ । 3- ଯଦି ଆପଣ ଚିପା ବସ୍ତ୍ର ପିନ୍ଧି ପରିସ୍ରା କୁ ଅଧିକ ସମୟ ଯାଏ ଅଟକାଇ ରଖନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ବ୍ଲଡ଼ର ଉପରେ ଖରାପ ପ୍ରଭାବ ପଡିଥାଏ ।

ତେଣୁ ଚେଷ୍ଟା କରନ୍ତୁ କି ଆପଣ ଚିପା ବସ୍ତ୍ର ପିନ୍ଧି ପରିସ୍ରା କୁ ଅଟକାଇବେ ନାହିଁ । ଯଦି ଆପଣଙ୍କ ପରିସ୍ରା ହଳଦିଆ ହୋଇଥାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ , ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଶରୀରରେ ପାଣି ର ଅଭାବ ରହୁଛି ବୋଲି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *