Piles Treatment- ଏହି ପ୍ରକୃତିକ ଉପାୟରେ ଅର୍ଶ ଠିକ ହେଇଯିବ କେବଳ 14 ଦିନରେ…

ନମସ୍କାର ବନ୍ଧୁଗଣ ,  ଆଜି ମୁଁ ଆପଣଙ୍କୁ ଅର୍ଶ ରୋଗର ଘରୋଇ ଉପକରଣ କହିବି । କାରଣ ଏହି ରୋଗ ଅତ୍ୟଧିକ ଯନ୍ତ୍ରଣା ଦେଇଥାଏ । ତେଣୁ ଆମେ ଅର୍ଶ ରୋଗର ଚିକିତ୍ସା କରେଇବାରେ ଡରିଥାଉ । କିନ୍ତୁ ମୁଁ ଆଜି ଏପରି ଏକ ଉପାୟ କହିବି ଯାହାକୁ କରି ଆପଣ ଘରେ ବସି ଏହାର ଉପଚାର କରିପାରିବେ ଏବଂ ଏହା ସମ୍ପୁର୍ଣ୍ଣ ଦୂର ହୋଇଥାଏ । । ସାଧାରଣ ଭାବରେ ଅର୍ଶ ଆମ ମଳାଶୟ ରେ ହୋଇଥାଏ , ମାଂସ ବଢି ବାହାର କୁ ଓହଳିଥାଏ ଅନେକ  ସମୟରେ ଏଥିରୁ ରକ୍ତ ମଧ୍ୟ ବାହାର କୁ ବାହାରିଥାଏ ।

ଏହାକୁ ଆମେ ମଳକଣ୍ଟକ କହିଥାର ଏହାର ଚାରୋଟି ସ୍ତର ରହେ ବ୍ୟକ୍ତିକୁ ପ୍ରଥମ ଏବଂ ଦ୍ଵିତୀୟ ସ୍ତର ରେ ଡାକ୍ତର ଔଷଧକୁ ଦେଇ ଏହାର ଚିକିତ୍ସା କରନ୍ତି , ମାତ୍ର ତୃତୀୟ ଓ ଚର୍ତୁର୍ଥ ବେଳେ ଡାକ୍ତର ସର୍ଜେରୀ କରିବାକୁ କୁହନ୍ତି । ଏହା ଅତ୍ୟଧିକ ଯନ୍ତ୍ରଣା ଦେଇଥାଏ ତେଣୁ ବ୍ୟକ୍ତି ଏହାକୁ କରେଇବାକୁ ଡରିଥାଏ । ବ୍ୟକ୍ତି ଯଦି ଏହି ଅର୍ଶ ରୋଗଦେଇ ଯାଇଥାଏ ତେବେ ଆପଣ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରି ଦୁଇ ସପ୍ତାହ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଅର୍ଶ ମୂଳରୁ ଶେଷ ହୋଇଥାଏ ।

ଏହି ଉପାୟକୁ କରିବା ପାଇଁ ଆବଶ୍ୟକ ଜିନିଷ ଘରୁ ଆମେ ସହଜରେ ପାଇଥାଉ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ପ୍ରଥମ ଉପାୟ ହେଉଛି ଏହାକୁ ଆମେ ରାତି ସମୟରେ କରିବାକୁ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ ଏକ ଗ୍ଳାସ କ୍ଷୀରରେ ଜଡା ତେଲ କୁ ମିଶେଇ ଏହାର ସେବନ  କରିବା ଉଚିତ୍ । ଜଡା ତେଲରେ ଆଣ୍ଟି ଅକସାଇଡ , ଆଣ୍ଟି ବ୍ୟାକ୍ଟେରିଆ ଆଦି ରହିଛି  ।

ତେଣୁ ଶୋଇବା ପୂର୍ବରୁ 3ml ଜଡା ତେଲ  ମିଶେଇ ପିଇବା ଉଚିତ୍ ଏବଂ ମଳକଣ୍ଟକ ହେଇଥିବା ସ୍ଥାନରେ ଏହାକୁ ଲଗେଇବା ଦ୍ଵାରା ଯନ୍ତ୍ରଣା , ଜଳିବା ଆଦି ରୁ ମୁକ୍ତି ପାଇଥାନ୍ତି । ଏହାକୁ କରିବା ଦ୍ଵାରା ଯନ୍ତ୍ରଣା କମ ହେବା ସହ ଇନଫେକ୍ଶନ ହେବାର  ସମ୍ଭାବନା କମ ରହିଥାଏ । ଦ୍ଵିତୀୟ ହେଉଛି ତ୍ରିପାଳା ଏହା ଏକ ଆୟୁବେଦିକ ଔଷଧ ଅଟେ , ଏହାକୁ ଶୋଇବା  ପୂର୍ବରୁ ଏକ ଗ୍ଳାସ ଗରମ ପାଣିରେ ଏହାକୁ ମିଶେଇ ଏହାର ସେବନ କରିବା ଦ୍ଵାରା ଅର୍ଶ ଭଳି ରୋଗ ଦୂର ହୋଇଥାଏ ।

ଏହି ଦୁଇ ଉପାୟ କୁ ଆପଣ ରାତିରେ ଶୋଇବା ସମୟ ରେ କରିବେ ଏବଂ ସକାଳ  ଉଠିଲା ପରେ ଆପଣଙ୍କୁ ଆଉ ଏକ ଉପାୟ କରିବେ । 200 gm ର ଜିରା ନେବେ ଏହାକୁ କିଛି ସମୟ ପାଇଁ ରୋଷ୍ଟ କରି ଗ୍ରାଇଣ୍ଡର ସାହାଯ୍ୟ ରେ ପାଉଡର କରି ଡବାରେ ବନ୍ଦ କରି ନେବେ ଏବଂ ସକାଳ ଉଠିଲା ପରେ ଏକ ଚାମୁଚ ଜିରା ପାଉଡର ନେଇ ଏଥିରେ ହିଙ୍ଗ୍ ମିଶେଇ ଖାଲି ପେଟରେ ଖାଇ ନେବେ ।

ପରେ ଏକ ଗ୍ଳାସ ଉଷୁମ ପାଣି ପିଇବେ , ଏହି ତିନୋଟି ଉପାୟ କୁ ଦୁଇ ସପ୍ତାହ କରିବା ଦ୍ଵାରା ଆପଣଙ୍କର ଫାଇଲ୍ ସମସ୍ୟା ମୂଳରୁ ଶେଷ ହୋଇଯାଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *