ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଏହି 5 ଟି ସ୍ଥାନରେ ସବୁବେଳେ ଚୁପ୍ ରୁହନ୍ତୁ (Dr APJ Abdul Kalam Motivational)

ନମସ୍କାର ବନ୍ଧୁଗଣ ,  ଏହି ପଞ୍ଚୋଟି କ୍ଷେତ୍ରରେ ସଦା ସର୍ବଦା ଚୁପ୍ ରୁହନ୍ତୁ । ଏହି ପରିସ୍ଥିତିରେ ଆମ ନିଜର ମନ , ବାକ୍ୟ ଭାଷା କୁ ନିଜର ନିୟନ୍ତ୍ରଣ ରେ ରଖିବା ଆମ ପାଇଁ ବହୁତ ଉପଯୋଗୀ ହୋଇଥାଏ । ଆମେ ଅନେକ ସମୟରେ ଅଯଥା ପରିସ୍ଥିତି ରେ ନିଜତ ମୁଖକୁ ଖୋଲି ଥାଉ ଯାହା ଫଳରେ ଆମ ଏହାର କୁପରିଣାମ ଭୋଗିବାକୁ ପଡିଥାଏ । ଆଜିର ବିଷୟବସ୍ତୁ ହେଉଛି ଏହି ପଞ୍ଚୋଟି ସ୍ଥାନରେ ଚୁପ ରହିବା ଉଚିତ୍ ।

କାରଣ ଶବ୍ଦ ଦ୍ଵାରା ଆମେ ମଣିଷ ର ମନକୁ ଜିତି ପାରିଥାଉ ଏବଂ ଏହି ଶବ୍ଦ ଦ୍ଵାରା ଆମର ମଣିଷ ଠାରୁ ଘୃଣା ମଧ୍ୟ ପାଇଁ , ତେଣୁ ଜୀବନରେ ଶବ୍ଦ କୁ ବହୁତ ଚିନ୍ତା କରି ବ୍ୟବହାର କରିବା ଉଚିତ୍ । ମଧୁର ବାକ୍ୟ ସମସ୍ତ କ୍ରୋଧ କୁ ଶାନ୍ତି କରିପାରେ ତେଣୁ ଏହାର ବ୍ୟବହାର ଉଚିତ୍ ସ୍ଥାନରେ କରିବା ଦରକାର । 1 – ଆପଣ ଗୋଟିଏ ସ୍ଥାନରେ ମଧୁର ବାକ୍ୟ ର ଉଚରଣ କରି କଥା ହେଉଛନ୍ତି  ବହୁତ ସୁନ୍ଦରତା କୋମଳ ସହ କଥା ହେଉଛନ୍ତି ।

କିନ୍ତୁ ଆପଣ କଥା କୁ ଶୁଣିଥିବା ବ୍ୟକ୍ତି ଆପଣଙ୍କ କଥା ର ଓଜନ ରଖୁନି ଏଭଳି ପରିସ୍ଥିତିରେ ଆପଣଙ୍କୁ ଚୁପ୍ ରହିବା ଉଚିତ୍ । କାରଣ ଆପଣଙ୍କ କଥାର କୋଣସି ମୂଲ୍ୟ ରହୁନି ଅଥାତ ଚୁପ୍ ରହିବା ଭଲ । 2- ଯଦି ଆପଣ କଥା ହେବା ସ୍ଥାନରେ ଯାଇ ଛିଡା ହୋଇଛନ୍ତି ଏବଂ ସେହି କଥା ରେ ନିଜର ମତ କୁ ବହୁତ ସୁନ୍ଦର ଭାବରେ ରଖୁଛନ୍ତି । କିନ୍ତୁ ସେହି ଦଳରେ ସାମିଲ ଥିବା ଜଣେ ବ୍ୟକ୍ତି ଆପଣଙ୍କ କଥା କୁ ଥଟ୍ଟା , ମଜାରେ ଉଡେଇ ଦଉଛନ୍ତି ।

ଆପଣ ଯେକୋଣସି କଥା କହିଲେ ମଧ୍ୟ ସେ ଆପଣଙ୍କୁ ଅପମାନ କରିଲା ପରି କହୁଛନ୍ତି ଏପରି ସ୍ଥାନରେ ଆପଣ ଚୁପ୍ ରହିବା ଆପଣ ପାଇଁ ଭଲ ହୋଇଥାଏ । ଯଦି ଆପଣ ତାହା ସହିତ ଯୁକ୍ତି  କରିବେ ତେବେ ଆମେ ମଧ୍ୟ ତାହା ପରି ହେଇଥାଉ , ତେଣୁ ଚୁପ୍ ରହିବା ଭଲ ହୋଇଥାଏ । 3- ଆପଣ ଯେଉଁ ସ୍ଥାନରେ କାର୍ଯ୍ୟ କରିଥାନ୍ତି । ସେଠାକାର ଲୋକମାନେ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ଗପୁ ଛନ୍ତି , ସେହି ସ୍ଥାନରେ ଆପଣ ମଧ୍ୟ ଯାଇ ତାହା ବିଷୟରେ ଗପିବା ଦ୍ଵାରା ପରେ ଯଦି ସେ କଥା ବ୍ୟାପୀ ଥାଏ , ତେବେ ଆପଣଙ୍କୁ ହିଁ ଖରାପ ଲାଗିବ ।

ଯେ ମୁଁ ସେ ଦିନ କଣ ପାଇଁ କହିଲି ବୋଲି , ତେଣୁ ଅନ୍ୟ ମନ୍ଦ ଚର୍ଚା ରେ ନିଜର ମତ କୁ ଦେବା ଠିକ ହୋଇନଥାଏ । 4- ଆପଣ ଅଧିକ ଖୁସି ଏବଂ ଅଧିକ ଦୁଃଖ ଥିବା ସମୟରେ କୋଣସି ବିଷୟ କରିବେ ବୋଲି କୁହନ୍ତୁ ନାହିଁ । କାରଣ ଆପଣ ସେହି ଜିନିଷ କୁ କରିପାରିବେ ନାହିଁ , କିନ୍ତୁ କଥା ଦେବା ଦ୍ଵାରା ଆପଣଙ୍କୁ ପଛରେ ଦୁଃଖ କରିବାକୁ ପଡିପାରେ । ଏହି  ପରିସ୍ଥିତିରେ  ମଣିଷ କୁ ଚୁପ୍ ରହିବା ଉଚିତ୍ ।

5-  ଯଦି କୋଣସି ବ୍ୟକ୍ତି ଆସି ଆପଣଙ୍କୁ ତାହାର ଦୁଃଖ କଥା ସମସ୍ୟା କହିବାକୁ ଚାହୁଛି । ତେବେ ଆପଣ ଚୁପ୍ ହେଇ ତାହାର କଥା ଶୁଣିବେ ଯାହା ଦ୍ଵାରା ଆପଣ ତାହାର ମାନସିକ ଅବସ୍ଥାକୁ ବୁଝି ପାରିବେ ଏବଂ ସମାଧାନ କରିପାରିନେ , ମାତ୍ର କେବେ ବି ତାହାକୁ ତାଡନା କରିବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *