ପ୍ରତ୍ୟେକ ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ଘରେ ହେବ ଧନ ର ବର୍ଷା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ଉପାୟ ସମ୍ବନ୍ଧରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜିର ସମୟରେ ସମସ୍ତ ବ୍ୟକ୍ତି ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଧନର ଆବଶ୍ୟକତା କରିଥାନ୍ତି ।  ଏହି ସମୟରେ ଅନେକ ଲୋକବି ଅଛନ୍ତି ବହୁତ ଟଙ୍କା ରୋଜଗାର କରନ୍ତି ।

କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହିନଥାଏ । କେଉଁଠି ନା କେଉଁଠି ଖର୍ଚ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେଇ ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀ ଙ୍କର କୃପା ପ୍ରତ୍ୟେକ ବ୍ୟକ୍ତି ଉପରେ ରହିଥାଏ । କିନ୍ତୁ କିଛି ଏମିତି ଲୋକ ରହିଥାନ୍ତି ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ।

ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ । ତେବେ ବନ୍ଧୁଗଣ କେଉଁ କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନର ବର୍ଷା ହୋଇଥାଏ, ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଯାଉଛି ଏବଂ ଧନର ଅଭାବ ରହିଛି ତେବେ ଆପଣ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରତ୍ୟେକ ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏହା ସହିତ ମାତାଲକ୍ଷ୍ମୀ ଙ୍କୁ ହଳଦିଆ ଫୁଲ, ଚନ୍ଦନ ଏବଂ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ । ଏହାଦ୍ବାରା ମାତାଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ ପ୍ରତ୍ୟେକ ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ କଦଳୀ ଗଛର ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଧନର ବର୍ଷା ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଧନର ଅଭାବ ଦୁର କରିବା ପାଇଁ ଆପଣ ପ୍ରତ୍ୟେକ ଗୁରୁବାର ଦିନ ଉପବାସ କରନ୍ତୁ ଏବଂ ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏପରି କରିବା ଦ୍ଵାରା ସ୍ୱୟଂ ମାତାଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି ।

୫. ବନ୍ଧୁଗଣ ପଞ୍ଚମତଃ, ଆପଣ ଗୁରୁବାର ଦିନ ତୁଳସୀ ଗଛ କୁ ପୂଜା କରୁଥିବା ସମୟରେ ତୁଳସୀ ଗଛର ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଏହା ସହିତ ନିଜ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ନିମନ୍ତେ ଭଗବାନ ଶିବଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ ଏବଂ ଆପଣଙ୍କ ସମସ୍ତ ଗ୍ରହ ଦୋଷ କଟି ଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *