ପିମ୍ପଲ୍ସକୁ କୁହନ୍ତୁ ଗୁଡ ବାଏ ! ଆପଣାନ୍ତୁ ଏହି 4 Easy steps, ପିମ୍ପ୍ଲଲ୍ସ ହେଇଯିବ ଗାୟବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିମ୍ପଲ ବହୁତ ପିଲାଙ୍କର ହୋଇଥାଏ । ଖାସ୍ କରି ପୁଅ ଓ ଝିଅଙ୍କର କୈଶୋର ଅବସ୍ତାରେ ପିମ୍ପଲ ହେବା ଆରମ୍ଭ କରିଥାଏ । ୧୨ ରୁ ୨୪ ବର୍ଷ ବୟସ ଅବଧି ମଧ୍ୟରେ ପିମ୍ପଲ ବିଭିନ୍ନ ପ୍ରକାର କାରଣକୁ ନେଇ ହୋଇଥାଏ । ପିମ୍ପଲ ହେଲେ ବହୁତ ଲୋକ ବହୁତ ପ୍ରକାର ଉପାୟକୁ ଫୋଲୋ କରିଥାନ୍ତି । ପିମ୍ପଲ ଭଲ କରିବା ପାଇଁ ଯିଏ ଯାହା କହିଥାନ୍ତି । ସେ ସବୁକୁ ନିଜ ଫେସରେ ପ୍ରୟୋଗ କରିଥାନ୍ତି ।

ଯାହା ଦ୍ଵାରା ପିମ୍ପଲ ଠିକ ହେବାର ସମ୍ଭାବନା ବହୁତ କମ୍ ରହିଥାଏ କିନ୍ତୁ ଅଧିକ ପରିମାଣରେ ପିମ୍ପଲ ବଢିଯାଇଥାଏ । ତେଣୁ ପ୍ରଥମେ ପିମ୍ପଲ ହେବାର ମୂଳ କାରଣକୁ ଅନୁଧ୍ୟାନ କରି ତାପରେ ପିମ୍ପଲକୁ ଉପରୁ ନୁହେଁ ବଂର ସବୁଦିନ ପାଇଁ ପିମ୍ପଲ ହେବାର କାରଣକୁ ହଟାଇ ଦେଲେ । ପିମ୍ପଲ ବାରମ୍ବାର ସ୍କିନରେ ହୋଇନଥାଏ ।

ପ୍ରଥମ କଥା ହେଉଛି ଅଧିକ ଫ୍ୟାଟି ଫୁଡ୍ ବା ଜଙ୍କ ଫୁଡର ସେବନ କରିବା ଦ୍ଵାରା ସେହି ଖାଦ୍ୟକୁ ଶରୀର ହଜମ କରିବାକୁ ବହୁତ ସମୟ ଲଗାଇଥାଏ । ଖାଦ୍ୟର  ଅବଶେଷ କିଛି କିଛି ଶରୀରରେ ଜମିବାକୁ ଆରମ୍ଭ କରିଥାଏ । ଯାହା ଦ୍ଵାରା ଧୀରେ ଧୀରେ କରି ତାହା ମୁହଁରେ ପିମ୍ପଲ ହୋଇ ଦେଖାଯାଇଥାଏ। କାରଣ ସ୍କିନ ହେଉଛି ଶରୀର ଭିତରର ଆଇନା ।

ତେଣୁ ଯେତେ ସମ୍ଭବ ତେଲ, ମସଲା ଓ ପାକେଟ ଜାତୀୟ ଖାଦ୍ୟ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ସହିତ ପ୍ରତିଦିନ ନିଜ ଖାଦ୍ୟରେ ସବୁଜ ପରିବା ଓ ଫଳକୁ ସାମିଲ କରି ସେବନ କରନ୍ତୁ । ଯଥେଷ୍ଟ ପାଣି ପିଅନ୍ତୁ । ଯେତେ ସମ୍ଭବ କେମିକାଲ୍ ଯୁକ୍ତ ସାନୁନ, ଫେସ ୱାଶ, କ୍ରିମ ଏହିଭଳି ଜିନିଷରୁ ନିଜ ଚେହେରାକୁ ଦୂରେଇ ରଖନ୍ତୁ । କାରଣ ଏଥିରେ ପରାବିନ ନାମକ ଏକ କେମିକାଲ୍ ରହିଥାଏ ।

ଯାହା ସ୍କିନରେ ଶୋଷିତ ହୋଇ ଶରୀରକୁ ଯାଇଥାଏ । ଏହା କ୍ୟାନ୍ସର ଭଳି ରୋଗ ହେବାର ମଧ୍ୟ ସମ୍ଭାବନାକୁ ବଢାଇ ଦେଇଥାଏ । ତେଣୁ ମଏଶ୍ଚର ବଦଳରେ ସୁଧ ନଡିଆ ତେଲ ଲଗାଇ ମୁହଁରେ ଲଗାଇ ମୁହଁରେ ମଏଶ୍ଚରକୁ ଲକ କରି ରଖନ୍ତୁ । ମୁହଁର ଧୁଳି ମଇଳାକୁ କାଢିବା ପାଇଁ କେମିକାଲ୍ ର ସାବୁନ ଫେସ ୱାଶ ନକରି ବେସନ ଲଗାଇ ମୁହଁକୁ ସାଧା ପାଣିରେ ଧୋଇ ମୁହଁର ଅଦରକାରୀ ପଦାର୍ଥକୁ କାଢି ମୁହଁକୁ କ୍ଳିନ ଓ କ୍ଲିଅର କରିଥାଏ ।

ସକାଳୁ ଖାଲି ପେଟରେ ପାଣିକଖାରୁ, ପଇଡ ପାଣି କିମ୍ବା କୌଣସି ପ୍ରକାର ପରିବାରୁ ପ୍ରସ୍ତୁତ ଜୁଷ ପ୍ରସ୍ତୁତ କରି ସେବନ କରିପାରିବେ । ଯାହା ଶରୀରର ଭିତରକୁ ପରିଷ୍କାର କରି ସ୍କିନକୁ ଭିତରୁ ହିଁ ଚମକ ଦେଇଥାଏ । ଏହା ସହିତ ବ୍ରେକଫାଷ୍ଟରେ ବିଭିନ୍ନ ପ୍ରକାର ଫଳ, ଏହା ସହିତ ଦିନ ବା ରାତିରେ ଭାତ, ରୁଟି ଓ ସବୁଜ ପରିବାରୁ ପ୍ରସ୍ତୁତ ରନ୍ଧା ଖାଦ୍ୟ, ସ୍ଯାଲାଡ ଏହିପରି ଖାଦ୍ୟକୁ ନିହାତି ସେବନ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *