Health Tips- ପିଜୁଳୀ ଖାଇବାର 8 ଟି ବଡ ଫାଇଦା, ମୂଳରୁ ଭଲ ହୋଇଯାଏ ଏହି ସବୁ ବଡ ରୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଜାରରେ ବହୁତ କିଛି ଫଳ ମିଳିଥାଏ । ସବୁ ଫଳର ସ୍ଵାଦ କିଛି ନିଆରା ସ୍ଵାଦ ଓ ତା’ ର ସ୍ଵାସ୍ଥଗତ ଫାଇଦା ମଧ୍ୟ ବହୁତ କିଛି ରହିଥାଏ । ତେବେ ସେହିପରି ଏକ ଫଳ ପିଜୁଳି ବିଷୟରେ ଆଲୋଚନା କରିବା । ପିଜୁଳୀରେ ଭିଟାମିନ-C, ଆଣ୍ଟି ଅକ୍ସିଡେଣ୍ଟ, ଫସଫରସ, ଫାଇବର ରହିଥାଏ । ତେଣୁ ପିଜୁଳୀର ସେବନ ଦ୍ଵାରା ଶରୀରକୁ ବହୁତ କିଛି ସ୍ଵାସ୍ଥ ଉପକାରୀତା ମିଳିଥାଏ ।

ତେବେ ଚାଲନ୍ତୁ ପିଜୁଳୀ ଖାଇବାର ଫାଇଦା ବିଷୟରେ ଆଲୋଚନା କରିବା । ପିଜୁଳୀର ସେବନ ଦ୍ଵାରା ଶରୀରରେ ବ୍ଲଡ଼ ସୁଗାର ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହିତ ପିଜୁଳୀର ପତ୍ରକୁ ପାଣିରେ ପକାଇ ତାହାକୁ ଫୁଟାଇ ଦିଅନ୍ତୁ । ତାପରେ ପିଜୁଳୀ ପତ୍ରର ପାଣିର ସେବନ କରିବା ଦ୍ଵାରା ମଧ୍ୟ ବ୍ଲଡ଼ ସୁଗାର କଣ୍ଟ୍ରୋଲ ହୋଇ ରହିଥାଏ । ତେଣୁ ଡାଇବେଟିସ ରୋଗ ହେବାର ସମ୍ଭାବନା ବହୁତ ମାତ୍ରାରେ କମିଯାଇଥାଏ ।

ପିଜୁଳୀର ସେବନ ଦ୍ଵାରା ହାର୍ଟ ମଧ୍ୟ ସୁରକ୍ଷିତ ରହିଥାଏ । ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ କମିଥାଏ । ବ୍ଲଡ଼ରେ ବ୍ଲକେଜ ବାନ୍ଧିବାକୁ ଦେଇନଥାଏ । ଯାହା ଦ୍ଵାରା ବ୍ଲଡ଼ ସଂଚାଳନ ଠିକ ଭାବରେ ହୋଇଥାଏ । ପିଜୁଳୀର ପୋଟାସିଆୟମର ମାତ୍ରା ମଧ୍ୟ ରହିଥାଏ । ଯାହା ମଧ୍ୟ ବ୍ୟକ୍ତିର BP ବ୍ଲଡ଼ପ୍ରେସରକୁ ଠିକ ଭାବରେ ନିୟନ୍ତ୍ରଣ କରି ରଖିଥାଏ ।

ପିଜୁଳୀର ସେବନ ଦ୍ଵାରା ମହିଳା ମାନଙ୍କୁ ମଧ୍ୟ ତାଙ୍କ ପିରିଅଡ ସମୟରେ ହେଉଥିବା ଯନ୍ତ୍ରଣାରୁ ବଞ୍ଚାଇ ଥାଏ । କିଛି ପିଜୁଳୀ ପତ୍ରକୁ ଧୋଇ ତାହାକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ତାପରେ ପିଜୁଳୀର ପାଣିକୁ ସେବନ କରନ୍ତୁ । ଏହା ସହିତ ପିଜୁଳୀ ଫଳକୁ ମଧ୍ୟ ସେବନ କରନ୍ତୁ । ଏହା ପିରିଅଡରେ ହେଉଥିବା ଅନିୟମିତତା ଓ ଯନ୍ତ୍ରଣାକୁ ଠିକ କରିଥାଏ ।

ପିଜୁଳୀ ଖାଇବା ଦ୍ଵାରା ପେଟର ପାଚନ ଶକ୍ତି ଭଲ ଭାବରେ ହୋଇଥାଏ । ପିଜୁଳୀରେ ଫାଇବର ଭରପୁର ମାତ୍ରାରେ ରହିଥିବାରୁ ଏହା ପେଟ ସମ୍ବଦ୍ଧିତ ବହୁତ ପ୍ରକାର ସମସ୍ଯା ଯେପରି ଗ୍ଯାସ, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ଯାକୁ ଦୂର କରିଥାଏ । ଯେଉଁ ମାନଙ୍କର ଲିଭର ଡାମେଜ ବା ଫ୍ୟାଟି ଲିଭର ଭଳି କିଛି ସମସ୍ଯା ରହିଥାଏ ।

ତେବେ ସେମାନଙ୍କର ଲିଭରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ପିଜୁଳୀକୁ ମଧ୍ୟ ନିଜ ଖାଦ୍ୟ ରୁଟିନରେ ସାମିଲ କରନ୍ତୁ । ପିଜୁଳୀର ଏତେ ମାତ୍ରାରେ କ୍ୟାଲୋରିଜ ନଥାଏ । ଏହା ସହିତ ଫାଇବର ଭଲ ମାତ୍ରାରେ ରହିଥାଏ । ତେଣୁ ଏହା ଓଜନ କମ୍ କରିବା ପାଇଁ ଡାଏଟିଙ୍ଗରେ ଥିବା ଲୋକ ମଧ୍ୟ ପିଜୁଳି ଖାଇପାରିବେ।

ପିଜୁଳୀ ଖାଇବା ଦ୍ଵାରା ଶରୀର ଓ ସ୍କିନ ଉଭୟ ସୁସ୍ଥ ଓ ସୁନ୍ଦର ରହିଥାଏ । ତେଣୁ ନିହାତି ଭାବରେ ପିଜୁଳୀକୁ ଖାଇବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *