ପିଆଜରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ଦିଅନ୍ତୁ, ବାଳ ଏତେ ଲାମ୍ବା ଓ ଘନ ହେଇଯିବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Healthy Hair Tips

ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ମଣିଷ କେସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସାଧାରଣତଃ ବର୍ତ୍ତମାନର ସମୟରେ କେସ ଜନିତ ସମସ୍ଯା ସାଧାରଣ ହୋଇଯାଇଛି । ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକଙ୍କ କେସ ଧଳା ହୋଇଯିବା, କେସ ଝଡିବା ଓ କେସ ଜନିତ କେତେକ ସମସ୍ୟା ହେଉଛି । ଏହି କେସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା କେତେକ ସାମ୍ପୁ ଓ ତେଲର ବ୍ୟବହାର କରୁଛନ୍ତି ।

ହେଲେ ବନ୍ଧୁଗଣ ଏହି ସବୁ ମାର୍କେଟ ପ୍ରଡ଼କ୍ଟରେ ବହୁତ ମାତ୍ରାରେ କେମିକା ରହିଥାଏ ଯାହା କେସକୁ ଅଧିକ ଡ୍ୟାମେଜ କରିଥାଏ । ଆପଣ ମାନଙ୍କୁ ନିଜ କେସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପଚାର କରିବା ଉଚିତ । କାରଣ ଘରୋଇ ଉପଚାର କରିବା ଦ୍ଵାରା କେସରେ କୌଣସି ସାଇଡ ଇଫେକ୍ଟ ହୋଇନଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ନିଜ କେସ ଜନିତ ସମସ୍ତ ସମସ୍ୟାକୁ ବହୁତ ସହଜରେ ଦୂର କରିପାରିବେ । ବନ୍ଧୁଗଣ ଆପଣ ମାନେ ଏହି ଘରୋଇ ଉପଚାରକୁ ବହୁତ ସହଜରେ ମଧ୍ୟ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ପ୍ରଥମେ ଆପଣଙ୍କୁ ପିଆଜର ଆବଶ୍ୟକତା ପଡିବ । ଆପଣ ଏହି ଉପଚାର ପାଇଁ ନାଲି ପିଆଜର ପ୍ରୟୋଗ କରନ୍ତୁ କାରଣ ନାଲି ପିଆଜରେ ବହୁତ ମାତ୍ରାରେ ସଲଫର ରହିଥାଏ ଯାହା ଆମ କେସ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ଏହି ଉପଚାର ପାଇଁ ପାଞ୍ଚ ରୁ ଚାରୋଟି ପିଆଜ ନିଅନ୍ତୁ । ଆପଣ ପ୍ରଥମେ ପିଆଜ ଚୋପାକୁ ଭଲ ଭାବରେ ଚଢାଇ ଦିଅନ୍ତୁ ଓ ପିଆଜକୁ ଛୋଟ ଛୋଟ କରି କାଟିଦିଅନ୍ତୁ ।

ବନ୍ଧୁଗଣ କାଟିବା ପରେ ଆପଣ ପିଆଜକୁ ପେଶୀ ଆପଣ ଏହାର ରସକୁ ବାହାର କରିଦିଅନ୍ତୁ । ଏହି ରସକୁ ଆପଣ ଏକ ପାତ୍ରରେ ରଖିଦିଅନ୍ତୁ । ଏହାପରେ ଏହି ରସରେ ଆପଣ ଶୁଦ୍ଧ ସୋରିଷ ତେଲ ଏକ ଚାମଚ ପକାଇ ଦିଅନ୍ତୁ । ଏହାପରେ ଆପଣ ଏକ ଚାମଚ ବାଦାମ ତେଲ ଏହି ମିଶ୍ରଣରେ ପକାଇ ଦିଅନ୍ତୁ । ବନ୍ଧୁଗଣ ସୋରିଷ ତେଲ ଆମ କେସ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ଓ ବାଦାମ ତେଲ ଆମ କେସକୁ କଳା ଏବଂ ମଝବୁତ କରିଥାଏ ।

ଏହାପରେ ଆପଣ ଏହି ମିଶ୍ରଣରେ ଏକ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଗୋଲାପ ଜଳ ଆମ କେସ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଦୁଇ ଚାମଚ ମୁଲତାନି ମାଟି ମିଶାଇ ଦିଅନ୍ତୁ ହେଲେ ଧ୍ୟାନ ରଖିବେ ଯେମିତି ମୂଳତନୀ ମାଟି ଶୁଦ୍ଧ ଥିବ । ଏହାପରେ ଶେଷରେ ଆପଣ ଏହି ମିଶ୍ରଣରେ ଏକ ଚାମଚ ଆଲୋବେରା ଜେଲ ମିଶାଇ ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଗାଧୋଇବା ପୂର୍ବରୁ ଏକ ତୁଳା ବା କଟନ ଦ୍ଵାରା ଏହି ମିଶ୍ରଣକୁ ନିଜ କେସ ଜଡରେ ଭଲ ଭାବରେ ଲଗାଇ ଦିଅନ୍ତୁ । କମ ସେ କମ ଅଧ ଘଣ୍ଟା ଏହାକୁ ଆପଣ ନିଜ କେସରେ ଲଗାଇ ରଖନ୍ତୁ ଓ ଏହାପରେ ଆପଣ ନିଜ କେସକୁ ଧୋଇ ଦିଅନ୍ତୁ । ଆପଣ ଏହି ପ୍ରକ୍ରିୟାକୁ ଏକ ସପ୍ତାହରେ ଦୁଇ ଥର କରନ୍ତୁ ଦେଖିବେ ଆପଣଙ୍କର କେସ ଜନିତ ସମସ୍ତ ସମସ୍ଯା ବହୁତ ସହଜରେ ଦୂର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *