Vastu Tips- ଏହି ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଚପଲ, ଆସିଥାଏ ଭୟଙ୍କର ଦରିଦ୍ରତା, ଜାଣନ୍ତୁ ଜୋତା ଚପଲ ରଖିବାର ସଠିକ ଦିଗ

ନମସ୍କାର ବନ୍ଧୁଗଣ ଆଜି କାଲି ର ଯୁଗ ରେ ଜୋତା ଚପଲ ର ଆମ ଜୀଵନ ରେ ଏକ ବିଶେଷ ସ୍ଥାନ ରହିଛି ।

ପ୍ରତ୍ୟେକ ବ୍ୟକ୍ତି ଜୋତା ଏବଂ ଚପଲ ର ବ୍ୟବହାର ନିଶ୍ଚିତ କରିଥାଏ । ବର୍ତ୍ତମାନ ତ ଜୋତା ଚପଲ ବିନା ଅସମ୍ଭବ ହୋଇ ପଡ଼ିଲାଣି । ଏହା ଆମ ଜୀଵନ ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଅଧିକାଂଶ ଲୋକ ମାନେ ଜୋତା ଏବଂ ଚପଲ କୁ ବାହାର ପିନ୍ଧିବା ସହିତ ବର୍ତ୍ତମାନ ତାକୁ ଘରେ ମଧ୍ୟ ପିନ୍ଧି ବୁଲୁଛନ୍ତି ।

ସେଗୁଡିକ କୁ ଘରେ କେଉଁଠାରେ ମଧ୍ୟ ଏଠି ସେଠି ରଖି ଦେଉଛନ୍ତି । ଯାହା ବାସ୍ତୁ ଅନୁସାରେ ସଠିକ ନୁହେଁ । କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କେତେକ ସ୍ଥାନ ଦେବୀ ଦେଵତାଙ୍କ ର ହୋଇଥାଏ । ତେଣୁ ଏଠି ସେଠି ଚପଲ କିମ୍ବା ଜୋତା କୁ ପକାଇବା ଉଚିତ ହୋଇ ନଥାଏ । ଏହି ସ୍ଥାନରେ ଜୋତା କିମ୍ବା ଚପଲ ରଖିବା କିମ୍ବା ପିନ୍ଧିକି ଯିବା ଉଚିତ ନୁହେଁ । ଦେବୀ ଦେଵତା ଙ୍କ ସ୍ଥାନରେ ଜୋତା ଚପଲ ରଖିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ବାତାବରଣ ମଧ୍ୟ ଖରାପ ହୋଇ ଥାଏ ।

ଏହା ଦ୍ୱାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇ ଥାଏ ଏବଂ ଘରେ ନାନା ପ୍ରକାର ର ସମସ୍ୟା ମାନ ମଧ୍ୟ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିନେବା ଘରର ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଜୋତା ଏବଂ ଚପଲ କୁ କେଉଁ ଠାରେ ରଖିବା ଉଚିତ ଏବଂ କେଉଁ ଠାରେ ରଖିବା ଅନୁଚିତ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଅର୍ଥାତ ଇଷାଣ କୋଣ ରେ ଜୋତା ଚପଲ କିମ୍ବା ଜୋତା ଷ୍ଟାଣ୍ଡ କୁ ଭୁଲ ରେ ମଧ୍ୟ ରଖିବା ଉଚିତ ନୁହେଁ । କିମ୍ବା ଏହି ସ୍ଥାନରେ ଜୋତା ଏବଂ ଚପଲ ପିନ୍ଧିକି ଯିବା ମଧ୍ୟ ଉଚିତ ନୁହେଁ । କାରଣ ଏହି ଦିଗରେ ଭଗବାନ ଙ୍କର ବାସ ହୋଇଥାଏ ତେଣୁ ଏହି ସ୍ଥାନରେ ଜୋତା ଚପଲ ପିନ୍ଧି ଯିବା କିମ୍ବା ରଖିବା ଅଶୁଭ ହୋଇ ଥାଏ ଏବଂ ଏହାର ଖରାପ ପ୍ରଭାବ ଘରେ ଏବଂ ଘରର ସଦସ୍ୟ ମାନଙ୍କ ଉପରେ ପଡ଼ିଥାଏ । ଏବଂ ଅର୍ଥ ଜନିତ ସମସ୍ୟା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ର ଅସୁବିଧା ମଧ୍ୟ ହୋଇ ଥାଏ ।

ଏହା ଛଡା ଘରର ଉତ୍ତର ଦିଗ ରେ ମଧ୍ୟ ଜୋତା ଚପଲ କିମ୍ବା ଜୋତା ଷ୍ଟାଣ୍ଡ ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମଧ୍ୟ ଭାଗ କିମ୍ବା ଵ୍ରହ୍ମ ସ୍ଥାନରେ ମଧ୍ୟ ଜୋତା ଚପଲ ରଖିବା କିମ୍ବା ପିନ୍ଧିକି ଯିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ର ପ୍ରଭାବ ଅଧିକ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଜୋତା ଚପଲ କୁ ପୂର୍ବ ଦିଗରେ ମଧ୍ୟ ରଖିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ସୂର୍ଯ୍ୟ ଭଗବାନ ଙ୍କ ର ଅପମାନ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପଶ୍ଚିମ ଦିଗରେ ଜୋତା ଏବଂ ଚପଲ ରଖିବା ପାଇଁ ଉତ୍ତମ ସ୍ଥାନ ଏହି ଦିଗ ହୋଇଥାଏ । ଏହି ଦିଗରେ ରଖା ଯାଇଥିବା ଜୋତା କିମ୍ବା ଚପଲ କୌଣସି ନକରାତ୍ମକ ଶକ୍ତି କୁ ଜାଗ୍ରତ କରି ପାରେ ନାହିଁ । ତେଣୁ ଜୋତା ଚପଲ କୁ ସର୍ଵଦା ପଶ୍ଚିମ ଦିଗ ରେ ରଖିବା ଉଚିତ ହୋଇଥାଏ ଏବଂ ଶୁଭ ମଧ୍ୟ । ଏହା ଛଡା ଜୋତା ଏବଂ ଚପଲ କୁ ଘରର ଦକ୍ଷିଣ ପୂର୍ବ କୋଣ ରେ ମଧ୍ୟ ରଖିବା ଉଚିତ ଏବଂ ଶୁଭ ହୋଇଥାଏ । ଏହା ଦ୍ୱାରା କୌଣସି ନକରାତ୍ମକ ଉର୍ଜା ର ଆଗମନ ହୋଇ ନଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *